ବାୟୋମେଟ୍ରିକ୍‌ ଉପସ୍ଥାନ, ଟୁର ଡାଏରୀ ଦାଖଲ ବାଧ୍ୟତାମୂଳକ

ଛତ୍ରପୁର,୨୪ା୧୧(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ସରକାରଙ୍କ ୫-ଟି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଉପସ୍ଥିତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ୫-ଟି ମନ୍ତ୍ର ଦେଇଥିଲେ। ଜିଲାର ସମସ୍ତ କାର୍ଯ୍ୟାଳୟରେ ଏବଂ ସମସ୍ତ କାର୍ଯ୍ୟରେ ୫-ଟି କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱାରୋପ କରିଥିଲେ। ୫-ଟିକୁ ସଫଳ ଭାବେ କାର୍ଯ୍ୟକାରୀ ପାଇଁ ୧୬ ସୂତ୍ରୀ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା, ପରିମଳ ଠାରୁ ଆରମ୍ଭ କରି ବିଭିନ୍ନ ସେବାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଣିକି ପ୍ରତି ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ଓ ଅଧିକାରୀମାନଙ୍କ ଟୁର୍‌ ଡାଏରୀ ୧୫ ଦିନକୁ ଥରେ ଦାଖଲ କରିବା ବାଧ୍ୟତାମୂଳକ ହେବ। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇ ଦେଇଥିଲେ । ଏଣିକି ପଲିଥିନ ବଦଳରେ ପେପର୍‌ ବ୍ୟାଗ୍‌ରେ ଛତୁଆ ପ୍ୟାକିଂ ହେବ। ସହର ଭଳି ଗ୍ରାମାଞ୍ଚଳରେ ମଧ୍ୟ ପଲିଥିନ ବ୍ୟାନ୍‌ କରିବାକୁ କୁହାଯାଇଥିଲା। ଗୋପାଳପୁର, ସୁନପୁର ଓ ବିଭିନ୍ନ ଡ୍ୟାମ୍‌ ନିକଟରେ ଲୋକେ ଯେଭଳି ପଲିଥିନ ଓ ପ୍ଲାଷ୍ଟିକ୍‌ ପ୍ଲେଟ୍‌ ନ ଫିଙ୍ଗିବେ ସେ ନେଇ ସଚେତନ କରିବାକୁ କୁହାଯାଇଛି। ସ୍କୁଲଗୁଡିକରେ ପିଲାଙ୍କ ପାଇଁ ୱାଟର ବଟଲ ଦାନ କରିବାକୁ ସମସ୍ତ ଅଧିକାରୀଙ୍କୁ ଜିଲାପାଳ ଅନୁରୋଧ କରିଥିଲେ । ଆସନ୍ତା ୨୫ତାରିଖରୁ ସମସ୍ତ ସ୍କୁଲରେ ୱାଟର ବେଲ୍‌ ବଜାଯିବ। ଏହା ଶୁଣିବା ପରେ ପିଲାମାନେ ପାଣି ପିଇବେ । ସମସ୍ତ ଆର୍‌ଆଇ ଅଫିସରେ ପାଣି ବ୍ୟବସ୍ଥା କରାଯିବ। କେନାଲ ମରାମତି ଓ ପୁନରୁଦ୍ଧାର କାମ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କରାଯିବ ବୋଲି ଡିଆରଡିଏ ପିଡି ଇଂ.ସିଦ୍ଧାନ୍ତ ଶଙ୍କର ସ୍ବାଇଁ କହିଥିଲେ । ବୈଠକରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ୧୦ ବଖରା ଜଳିଗଲା

ଭଞ୍ଜନଗର,୧୫ା୪(ଡି.ଏନ୍‌.ଏ.): ଭଞ୍ଜନଗର ତହସିଲ ଅନ୍ତର୍ଗତ ବାରୁଡ଼ାରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ପରିବାରଗୁଡିକ ହେଲେ ରାଜୁ ନାଇକ, ସୁରେଶ...

ସ୍ତ୍ରୀଙ୍କୁ ଅଫିସ ଛାଡିବାକୁ ଯାଇ ସ୍ବାମୀ ଗଣିଲେ ଜରିମାନା

ଭଞ୍ଜନଗର,୨୦।୪(ଡି.ଏନ.ଏ.)- ଭଞ୍ଜନଗର ଉପଖଣ୍ଡର ଜଣେ ମହିଳା ଯନ୍ତ୍ରୀ ନିଜ ଘରୁ ସୋମବାର ଅଫିସ ଅଭିମୁଖେ ବାହାରିଥିଲେ। ଯନ୍ତ୍ରୀଙ୍କୁ ଗାଡ଼ି ଚଳାଇବା ଆସୁ ନ ଥିବା ଯୋଗୁ...

ବିନା ସାନିଟାଇଜରରେ ଖୋଲିଲା ଭାରତୀ ବିଦ୍ୟାପୀଠ: ଗୋଟିଏ ବେଞ୍ଚରେ ବସିଲେ ଜଣେ

ଗଞ୍ଜାମ,୮।୧(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ ମାସ ବ୍ୟବଧାନ ପରେ ଶୁକ୍ରବାର ସ୍କୁଲ...

ରେଳଧାରଣାରୁ ପୋଲିସ ଡିଏସ୍‌ପିଙ୍କ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ , ୪।୬ – ସରକାରୀ ରେଳବାଇ ଥାନା (ଜିଆର୍‌ପି) ଅନ୍ତର୍ଗତ ଗୋପାଳପୁର ଓଭର ବ୍ରିଜ ତଳ ଦେଇ ଯାଇଥିବା ରେଳଧରଣାରୁ ବୁଧବାର ରାତ୍ର...

ଟୋକନ ଅଛି, ଉଠୁନି ଧାନ; ମୁଣ୍ଡରେ ହାତ ଦେଇଛି ଚାଷୀ

ବୁଗୁଡ଼ା,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକରେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ହେଁ ସୋସାଇଟି ଧାନ ନେଉ ନ ଥିବାରୁ ଚାଷୀ ମୁଣ୍ଡରେ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ମହିଳା ରହିବାକୁ ବିରୋଧ

ଭଞ୍ଜନଗର,୬।୫(ଡି.ଏନ.ଏ.)- ସୁରଟରୁ ଫେରୁଥିବା ମହିଳାମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଭଞ୍ଜନଗର ବ୍ଲକର ଏକ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ୪...

ବଜ୍ରପାତରେ ଜଳିଗଲା ଧାନ ଗଦା, ଚାଷୀଙ୍କୁ ସହାୟତା ଦାବି

ଗଞ୍ଜାମ,୩।୫(ଡି.ଏନ୍‌.ଏ): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ସାନ ରାମଚନ୍ଦ୍ରପୁର ଗାଁରେ ବଜ୍ରପାତ ଘଟି ଧାନଗଦା ସହ ଏକ ପାଳଗଦା ପୋଡି ପାଉଁଶ ହୋଇଯାଇଛି। ମିଳିଥିବା...

ମାସ୍କ ନ ପିନ୍ଧି ଦେଲେ ୮୭ ହଜାରରୁ ଅଧିକ ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୯।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର...

Advertisement
Archives

Model This Week