Posted inଜାତୀୟ

ବାୟୁସେନାକୁ ମିଳିଲା ରାଫାଲ

ନୂଆଦିଲ୍ଲୀ,୨୧ା୯: ଫ୍ରାନ୍ସର ଡାସଲ୍ଟ ଆଭିଏଶନ୍‌ଠାରୁ ଗୁରୁବାର ଭାରତୀୟ ବାୟୁସେନା (ଆଇଏଏଫ୍‌) ପ୍ରଥମ ରାଫାଲ ଯୁଦ୍ଧବିମାନ ଗ୍ରହଣ କରିଛି। ବାୟୁସେନାର ଏକ ଟିମ୍‌ ବିମାନ ନିର୍ମାଣ ପ୍ଲାଣ୍ଟରେ ପହଞ୍ଚତ୍ବା ପରେ କେତେକ ପରୀକ୍ଷାନିରୀକ୍ଷା କରାଯାଇଥିଲା। ଟିମ୍‌ର ନେତୃତ୍ୱ ନେଉଥିବା ଆଇଏଏଫ୍‌ର ଉପମୁଖ୍ୟ ଏୟାର ମାର୍ଶାଲ ଭି.ଆର୍‌. ଚୌଧ୍‌ରୀ ଗୁରୁବାର ଏହାର ପରୀକ୍ଷାମୂଳକ ଉଡ଼ାଣ କରିଥିଲେ। ଅକ୍ଟୋବର ୮ ଦଶହରା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ଗସ୍ତରେ ଯିବେ। ସେତେବେଳେ ଡାସଲ୍ଟ ଆଭିଏଶନ୍‌ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏହି ବିମାନ ହସ୍ତାନ୍ତର କରିବେ ବୋଲି ଜଣାପଡିଛି। ଭାରତ ପାଇଁ ଏଥିରେ କେତେକ ଉପକରଣ ସଂଯୋଗ ହେବା ପରେ ଆସନ୍ତାବର୍ଷ ମେ ମାସରେ ଯୁଦ୍ଧବିମାନ ଭାରତରେ ପହଞ୍ଚତ୍ବ ବୋଲି ଜଣାପଡ଼ିଛି।
୩୬ଟି ରାଫାଲ ଯୁଦ୍ଧବିମାନ କିଣିବା ଲାଗି ୨୦୧୬ ସେପ୍ଟେମ୍ବରରେ ଫ୍ରାନ୍ସ ସରକାର, ଡାସଲ୍ଟ ଆଭିଏଶନ ସହ ଭାରତ ୫୯ ହଜାର କୋଟି ଟଙ୍କାର ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର କରିଥିଲା। ଏହି ବିମାନକୁ ଉଡ଼ାଇବା ପାଇଁ ବାୟୁସେନାର କେତେଜଣ ପାଇଲଟ ସେଠାରେ ପ୍ରଶିକ୍ଷଣ ନେଇସାରିଛନ୍ତି। ଆଉ କେତେଜଣ ପାଇଲଟ ମଧ୍ୟ ତାଲିମ୍‌ ପାଇଁ ଖୁବ୍‌ଶୀଘ୍ର ଫାନ୍ସ ଯିବେ। ଏୟାର ମାର୍ଶାଲ ଆର୍‌.କେ.ଏସ୍‌. ଭଦୁଆରିଆଙ୍କ ନାମ ଅନୁଯାୟୀ ଭାରତ ଆସିବାକୁ ଥିବା ଯୁଦ୍ଧବିମାନର ଡେଣାରେ ଆର୍‌ବି-୦୧ ଲେଖାଯିବ। ରାଫାଲ ଡିଲ୍‌ ଲାଗି ବୁଝାମଣାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲାରେ ୧୦ କ୍ୱିଣ୍ଟାଲ ହେରୋଇନ ଜଳାଇ ଦେଲା ପାକିସ୍ତାନ, ବେହାଲ ହେଲା ଭାରତର ଗାଁ

ଚଣ୍ଡିଗଡ଼,୨୦ ।୭: ଅମୃତସରକୁ ଲାଗିଥିବା ପାକିସ୍ତାନ ସୀମାରେ ପାକିସ୍ତାନର ଅଧିକାରୀମାନେ ପାଖାପାଖି ୧୦ କ୍ୱିଣ୍ଟାଲ ହେରୋଇନ ସହ ଆହୁରି କିଛି ଅବକାରୀ ଜିନିଷ ଜଳାଇ ଦେବା...

ଟ୍ରିବ୍ୟୁନାଲ ଓ୍ବେବସାଇଟ୍‌ରୁ ହଟିବ ମୋଦିଙ୍କ ଫଟୋ-ସରକାରୀ ସ୍ଲୋଗାନ୍‌…

ନୂଆଦିଲ୍ଲୀ,୨୫।୯: ଟ୍ରିବ୍ୟୁନାଲ ଓ୍ବେବସାଇଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସରକାରୀ ସ୍ଲୋଗାନ୍‌ ହଟାଇବା ଲାଗି ସୁପ୍ରିମ୍‌କୋର୍ଟ ନ୍ୟାଶନାଲ୍‌ ଇନଫରମେଟିକ୍ସ୍‌ ସେଣ୍ଟର(ଏନ୍‌ଆଇସି)କୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଆଇସି ଶୀର୍ଷକୋର୍ଟଙ୍କ...

‘ବାଲ୍‌ ସନ୍ୟାସ’ ଆଇନ ସମ୍ମତ, ହାଇକୋର୍ଟଙ୍କ ରାୟ…

ବେଙ୍ଗାଲୁରୁ,୨୯।୯: ଛୋଟ ବୟସରୁ ‘ବାଲ୍‌ ସନ୍ୟାସ’ ହେବା ପରମ୍ପରା ଆଇନ ସମ୍ମତ। ଜଣେ ନାବାଳକ ସନ୍ୟାସ ଗ୍ରହଣ କରିବାକୁ ବିରୋଧ କରାଯାଇ ପାରିବ ନାହିଁ। ଏସମ୍ପର୍କିତ...

ଧରା ପଡ଼ିବା ଭୟ: ଜଳାଇଲେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ପୁସ୍ତକ

ମିରଟ, ୨୨।୮: ଉତ୍ତରପ୍ରଦେଶରେ ଅପରାଧୀ ଆଇନ ଶୃଙ୍ଖଳାକୁ ଆଉ ଭୟ କରୁ ନାହାଁନ୍ତି। ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଏକ ନିତିଦିନିଆ ଘଟଣାରେ ପରିଣତ ହେବାରେ...

ଅଣାୟତ୍ତ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ସେଲୁନ ମାଲିକଙ୍କ ଝିଅ ହେଲେ ୟୁଏନ୍‌ଏଡିଏପିର ଗୁଡ୍‌ ଓ୍ବିଲ ଆମ୍ବାସଡର

ଚେନ୍ନାଇ,୬।୬: କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଗରିବଙ୍କ ସେବା କରିଥିବା ଜଣେ ସେଲୁନ ମାଲିକଙ୍କ ଝିଅ ଏବେ ୟୁନାଇଟେଡ ନେଶନ୍ସ ଆସୋସିଏଶନ...

ସିଦ୍ଧୁ ଆମ୍‌ ଆଦମୀ ପାର୍ଟିରେ ଯୋଗଦେବା ନେଇ କେଜ୍‌ରିଓ୍ବାଲ୍‌ କହିଲେ…

ଚଣ୍ଡିଗଡ,୩୦।୯: ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ଦୁଇ ଦିନିଆ ପଞ୍ଜାବ ଗସ୍ତରେ...

କଂଗ୍ରେସ ଜିତିବନି ୨୦୨୪ ନିର୍ବାଚନ

ଶ୍ରୀନଗର/ନୂଆଦିଲ୍ଲୀ,୩।୧୨:୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ୩୦୦ ଆସନ ଜିତିପାରିବ ନାହିଁ। ଜି-୨୩ ଗୋଷ୍ଠୀର ନେତା ଗୁଲାମନବୀ ଆଜାଦ ଜମ୍ମୁ-କଶ୍ମୀରର ଏକ ସଭାକୁ ସମ୍ବୋଧନ ବେଳେ...

Advertisement
Archives

Model This Week