ବାହ୍ୟପୂଜା ଓ ଶ୍ରାଦ୍ଧ

ବରଦା ପ୍ରସନ୍ନ ଦାସ
ଯେଉଁ ହିନ୍ଦୁଧର୍ମର ସନାତନ ଶାସ୍ତ୍ର ବେଦ ସତ୍ୟ ଓ ଯଥାର୍ଥ ବିଚାରରେ ପରିପୂର୍ଣ୍ଣ, ସେହି ହିନ୍ଦୁ ଆଜି ଅନ୍ଧବିଶ୍ୱାସର ଅନ୍ଧକୂପରେ ନିପୀଡ଼ିତ। ପରମେଶ୍ୱରଙ୍କ ଆଜ୍ଞା ହେଲା ସତ୍ୟଂ ବଦ, ଧର୍ମଂ ଚର, ଦୟାଂ କୁରୁ। ଅର୍ଥାତ୍‌ ଦୁଃଖୀର ଦୁଃଖ ନିବାରଣ କର, ରୋଗୀକୁ ଔଷଧ ଦିଅ, କ୍ଷୁଧାର୍ତ୍ତକୁ ଅନ୍ନ ଦାନ କର, ତୃଷାର୍ତ୍ତକୁ ଜଳ ଦାନ କର, ଉଲ୍ଲଗ୍ନକୁ ବସ୍ତ୍ର ଦାନ କର, ଅଜ୍ଞାନକୁ ଜ୍ଞାନ ଦାନ କର, ଅସହାୟକୁ ସାହାଯ୍ୟ କର, ବିପଦଗ୍ରସ୍ତ ଲୋକକୁ ଉଦ୍ଧାର କର ଓ ପର ଉପକାର କର ଇତ୍ୟାଦି। ଏସବୁ କାର୍ଯ୍ୟ ହେଲା ପ୍ରଭୁ ପୂଜା। ଅର୍ଥାତ୍‌ ସେବା ହିଁ ପ୍ରଭୁ ପୂଜା। ଏଣୁ ମହାଭାରତରେ ମହର୍ଷି ବ୍ୟାସ କହନ୍ତି- ‘ପରୋପକାରଃ ସ୍ବର୍ଗାୟ ପାପାୟ ପରପୀଡନମ୍‌।’ ଭାଗବତରେ ଅଛି- ‘ପରୋପକାର ମହାଧର୍ମ। ସୁଜନେ କର ଉପାର୍ଜନ।ା’
ନାନକ, କବୀର ଏବଂ ଚୈତନ୍ୟ ମଧ୍ୟ ପ୍ରଚାର କରିଗଲେ ଜୀବ ଜଗତର ସେବା ହିଁ ସର୍ବଶ୍ରେଷ୍ଠ ଧର୍ମ। ଅତଏବ ପରମେଶ୍ୱରଙ୍କୁ ପୂଜା କରିବାର ଏତେ ସୁନ୍ଦର ପ୍ରଣାଳୀକୁ ଛାଡି, ଜୀବିତ ମୂର୍ତ୍ତିମାନଙ୍କର ସେବା ଛାଡ଼ି ଫଟୋ, କାଠ ପଥରର ମୂର୍ତ୍ତିମାନଙ୍କର ପୂଜା କରିବା କେତେ ଯଥାର୍ଥ ସେ କଥା ବେଦ ଆଧାରରେ ବିଚାର୍ଯ୍ୟ। ସକାଳେ ସାରେ ଘଣ୍ଟାଏ ଲେଖାଏ ଈଶ୍ୱର ଚିନ୍ତନ ଏକାଗ୍ର ମନରେ ଓ ନିଷ୍ଠାପୂର୍ଣ୍ଣ ଅନ୍ତରରେ କରିବା ଉଚିତ। ଏହାକୁ ହିଁ ଧ୍ୟାନ କୁହାଯାଏ। ସେହି ଦୟାମୟ ପରମେଶ୍ୱରଙ୍କ ଗୁଣ ଚିନ୍ତନ ହିଁ ପ୍ରଭୁପୂଜା। ଏହା ନ କରି ଫଟୋ ବା କାଠପଥରର ମୂର୍ତ୍ତିକୁ ଭୋଗରାଗ ଦେଇ ପୂଜା କରିବା ବାସ୍ତବ ପ୍ରଭୁ ପୂଜା ନୁହେଁ। ତେବେ ଶାସ୍ତ୍ରରେ ମୂର୍ତ୍ତିପୂଜାକୁ ସମ୍ପୂର୍ଣ୍ଣ ବାରଣ କରାଯାଇ ନ ଥିଲେ ମଧ୍ୟ ତାହା ଅଧମାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଉପାସନା ପଦ୍ଧତି ବୋଲି କୁହାଯାଇଛି-
ଉତ୍ତମୋ ବ୍ରହ୍ମସଦ୍‌ଭାବୋ ଧ୍ୟାନଭାବସ୍ତୁ ମଧ୍ୟମଃ।
ସ୍ତୁତିଜପୋଽଧମଭାବୋ ବାହ୍ୟପୂଜାଧମାଧମଃ।ା
ଭାବଭକ୍ତିହୀନ ମୂର୍ତ୍ତିପୂଜା ହେଉଛି ସେହି ବାହ୍ୟପୂଜା, ଯାହାକୁ ଅଧମାଧମ ବୋଲି କୁହାଯାଇଛି। ଏପରି ମୂର୍ତ୍ତିପୂଜା ଦ୍ୱାରା କିଛି ଲାଭ ହୋଇ ନ ଥାଏ। ଶ୍ରୀମଦ୍‌ ଭଗବଦ୍‌ ଗୀତା ମତରେ ପରୋପକାର ଦ୍ୱାରା ହିଁ ମଣିଷ ବିଶ୍ୱପିତା ପ୍ରଭୁଙ୍କ ପୂଜା କରିଥାଏ ଏବଂ ସିଦ୍ଧି ଲାଭ କରିଥାଏ। ବିଶ୍ୱର ଜୀବଗଣଙ୍କ ଉପକାର କରିବା ଦ୍ୱାରା ହିଁ ବିଶ୍ୱପିତା ଆମ ଉପରେ ପ୍ରସନ୍ନ ହୋଇଥାନ୍ତି। ଏଣୁ ଏହା ହିଁ ବାସ୍ତବ ପ୍ରଭୁ ପୂଜା। ଏହା ହିଁ ବେଦର ଆଦେଶ ଓ ମର୍ମାର୍ଥ। ଏହାକୁ ଆମେ ପାଳନ କରୁଛେ କି? ଏବେ ଆସନ୍ତୁ ବିଚାର କରିବା ପିତୃଶ୍ରାଦ୍ଧ ଅର୍ଥ କ’ଣ।
ପିତାମାତା, ପ୍ରାଣଦାତା ଓ ଅନ୍ନଦାତା- ଏ ତିନିଙ୍କୁ ଧର୍ମଶାସ୍ତ୍ରରେ ପିତୃପୁରୁଷ ବୋଲି କୁହାଯାଏ। ସେମାନଙ୍କୁ ଜୀବିତାବସ୍ଥାରେ ଭୋଜନ, ବସ୍ତ୍ର ଓ ଔଷଧ ଦାନ କରି ଯଥୋଚିତ ସେବାସତ୍କାର କରିବାର ନାମ ହିଁ ପିତୃଶ୍ରାଦ୍ଧ। ଶ୍ରାଦ୍ଧର ଅର୍ଥ ହେଲା ଶ୍ରଦ୍ଧାର ସହ ସେବା କରିବା ଓ ତତ୍‌ ପ୍ରୀତ୍ୟର୍ଥେ ଦାନ କରିବା। ଏହା ହିଁ ବେଦର ସିଦ୍ଧାନ୍ତ। ତେବେ ମୃତ ପିତୃପୁରୁଷଙ୍କୁ ଭୋଜନ ଓ ଆଚ୍ଛାଦନ ପାଇଁ ବ୍ରାହ୍ମଣମାନଙ୍କୁ ଯେଉଁ ଅନ୍ନ, ବସ୍ତ୍ର, ଅର୍ଥ ଦାନ ଦିଆଯାଏ ସେ ସବୁ ଏକ ପରମ୍ପରା। କିନ୍ତୁ ଜୀବନ୍ତ ମାତାପିତାଙ୍କର ସେବା ନ କରି ମଲାପରେ ସାଇଭାଇ ଓ ବ୍ରାହ୍ମଣଙ୍କୁ ଭୁରିଭୋଜନ ଦେବାରେ କେବଳ ଆତ୍ମବଡ଼ିମା ହିଁ ପ୍ରକାଶ ପାଇଥାଏ। ଏହାଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୁଅନ୍ତି ନାହିଁ।
ଇହ ଜନ୍ମରେ କରିଥିବା ପାପ ଓ ପୁଣ୍ୟ କର୍ମର ଫଳ ସ୍ବରୂପ ମନୁଷ୍ୟକୁ ମୃତ୍ୟୁ ପରେ ତିନୋଟି ବସ୍ତୁ ପ୍ରାପ୍ତ ହୋଇଥାଏ। ସେଗୁଡିକ ହେଲା- ଶରୀର, ଆୟୁ ଓ ଭୋଗ। ଶରୀର ଅର୍ଥ ମନୁଷ୍ୟ ବା କୀଟପତଙ୍ଗ, ପକ୍ଷୁପକ୍ଷୀ ମଧ୍ୟରୁ ଯେ କୌଣସି ଗୋଟିଏ ଶରୀର। ଆୟୁର ଅର୍ଥ ଏକ ନିର୍ଦ୍ଦିଷ୍ଟ ଆୟୁ। ଭୋଗର ଅର୍ଥ ସୁଖଦୁଃଖ ଭୋଗ। ଇହ ଜନ୍ମରେ କରିଥିବା ପାପ ବା ପୁଣ୍ୟ କର୍ମର ଫଳସ୍ବରୂପ ମନୁଷ୍ୟକୁ ମୃତ୍ୟୁ ପରେ ପରମେଶ୍ୱରଙ୍କ ନିୟମ ଅନୁସାରେ ଉପରୋକ୍ତ ତିନୋଟି ବସ୍ତୁ ପ୍ରାପ୍ତ ହୋଇଥାଏ। ଜୀବାତ୍ମା ଏଭଳି ଏକ ନୂତନ ଶରୀରରେ ପଦାର୍ପଣ କରି ନିଜର ପାପ ବା ପୁଣ୍ୟ କର୍ମର ଦୁଃଖ ବା ସୁଖ ଫଳକୁ ଭୋଗିବାରେ ଲାଗେ। ନିଜେ କରିଥିବା କର୍ମର ଫଳକୁ ନିଜକୁ ହିଁ ଭୋଗିବାକୁ ପଡ଼େ। ମୃତ ପିତୃପୁରୁଷଙ୍କୁ ପୁଣ୍ୟର ଅଧିକାରୀ କରାଇବା ତାଙ୍କ ବଂଶଧରଙ୍କ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ। ଉତ୍ତରାଧିକାରୀମାନେ ମୃତ ପିତୃପୁରୁଷଙ୍କ ପୁଣ୍ୟକୁ ବା ପାପକୁ କଦାପି ବଢ଼ାଇ ବା କମାଇ ପାରିବେନି। ଧର୍ମ ନାମରେ ସମ୍ପ୍ରଦାୟ ଭିତ୍ତିରେ ମୃତ୍ୟୁ ପରେ ଅଲଗା ଅଲଗା ଶ୍ରାଦ୍ଧ ଦିଆଯିବା ପଦ୍ଧତି ବେଦ ମତେ ସମ୍ପୂର୍ଣ୍ଣ ଅମୂଳକ।
ସାମ୍ପ୍ରତିକ ବିଶ୍ୱାସ ମତେ ପିତୃମାତୃ ଶ୍ରାଦ୍ଧ ବହୁ ଆଡ଼ମ୍ବର ସହକାରେ ସମ୍ପାଦିତ ହେଉଛି। ବ୍ରାହ୍ମଣଙ୍କୁ ଡାକି ବିଭିନ୍ନ ପୂଜାକର୍ମ, ବସ୍ତ୍ର ବଣ୍ଟନ, ଭୋଜି ଆଦି ବାହ୍ୟ ଆଡ଼ମ୍ବରର ଫଳ ଶୂନ। ବେଦରେ ଏପରି ଶ୍ରାଦ୍ଧ ବ୍ୟବସ୍ଥା ନାହିଁ, ମାତ୍ର ସ୍ମୃତିଶାସ୍ତ୍ରରେ ଅଛି। ବେଦ ଓ ସ୍ମୃତିଶାସ୍ତ୍ର ଉଭୟ ହିନ୍ଦୁଧର୍ମର ଶାସ୍ତ୍ର। ମାତ୍ର ଏ ଉଭୟ ମଧ୍ୟରେ ବିରୋଧ ଉପସ୍ଥିତ ହେଲେ ବେଦ ହିଁ ଅନୁସର୍ତ୍ତବ୍ୟ ବୋଲି କୁହାଯାଇଛି- ଶ୍ରୁତିସ୍ମୃତି ଦ୍ୱୟୋର୍ମଧ୍ୟେ ଶ୍ରୁତି ଏବ ଗରୀୟସୀ। ଦୁର୍ଲ୍ଲଭ ମଣିଷ ଜନ୍ମ ପାଇ ବେଦ ମତେ କାର୍ଯ୍ୟ ସମ୍ପାଦନ କଲେ ବିଶ୍ୱ ମାନବ ପ୍ରକୃତ ସନାତନ ହିନ୍ଦୁତ୍ୱକୁ ବଜାୟ ରଖିବାରେ ସହାୟକ ହେବ।
ମୋ-୯୮୬୧୧୪୫୬୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri