ବାହାହେବେ ଶ୍ରଦ୍ଧା: ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ: ଷ୍ଟାର କିଡ୍‌ ତଥା ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର କୁଆଡେ ବିବାହ କରିବାକୁ ଯାଉଛନ୍ତି । ଫେମସ ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ଶ୍ରଦ୍ଧା ବିବାହ କରିବେ ବୋଲି ଆଲୋଚନା ହେଉଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଏମାନେ ରିଲେଶନସିପରେ ରହିବା କଥା ଗତ ୨ ବର୍ଷ ହେବ ଆଲୋଚନା ହେଉଥିଲେ ମଧ୍ୟ ଏମାନେ କେବେ ଏହାକୁ ସ୍ବୀକାର କରି ନାହାଁନ୍ତି। ଏକଦା ରୋହନ କହିଥିଲେ ଶ୍ରଦ୍ଧା ହେଉଛନ୍ତି ତାଙ୍କର ଭଲ ବନ୍ଧୁ। ଦୀର୍ଘ ୯ ବର୍ଷ ହେବ ସେ ତାଙ୍କୁ ଜାଣନ୍ତି। କେବେ କେବେ ବିଭିନ୍ନ ପାର୍ଟିରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେଉଥିବା ବେଳେ ଖୁବ୍‌ କମ୍‌ ସମୟ ପାଇଁ ସେମାନେ କଥା ହୁଅନ୍ତି ବୋଲି ରୋହନ କୁହନ୍ତି। ତେବେ ବିବାହକୁ ନେଇ କେହି କୌଣସି ସୂଚନା ଦେଇ ନ ଥିବା ବେଳେ ଏବେ ଏହା କେବଳ ଆଲୋଚନା ହେଉଛି। ଅନ୍ୟପଟେ ଶ୍ରଦ୍ଧାଙ୍କ ମା’ ଏହି ବିବାହକୁ ନେଇ ଟିକେ ବିଜି ଥିବା କୁହାଯାଉଥିବା ବେଳେ ପିତା ଶକ୍ତି କପୁର କିନ୍ତୁ ଅତୀତରେ କହିଥିଲେ ଆଗାମୀ ୩-୪ ବର୍ଷ ମଧ୍ୟରେ ଶ୍ରଦ୍ଧା ବିବାହ କରି ନ ପାରନ୍ତି। କାରଣ ଏବେ ତାଙ୍କ ହାତରେ ବହୁତ କାମ ଅଛି। ଏସବୁ ଭିତରେ କିନ୍ତୁ ଆଲେଚନା ଜୋର୍‌ ଧରିଛି କି ଆସନ୍ତା ୨୦୨୦ରେ ଶ୍ରଦ୍ଧା-ରୋହନ ବିବାହ କରିବେ ଆଉ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଚ୍ଚିତାଙ୍କୁ ନିଜର କରିବା ପାଇଁ ବାହାରିଲେ ସବ୍ୟ: ମନ ଜିଣୁଛି ଗୋଲାପୀ ରଙ୍ଗ ପଗଡ଼ିକୁ ହସ, ସେପଟେ ଅପେକ୍ଷାରେ…

ଭୁବନେଶ୍ୱର,୧।୩(ବ୍ୟୁରୋ): ଆଉ କେଇ ଘଣ୍ଟାର ଅପେକ୍ଷା। ସବୁଦିନ ପାଇଁ ପରସ୍ପରର ଜୀବନସାଥୀ ପାଲଟିବେ ଓଲିଉଡ୍‌ର ଅନ୍ୟତମ ରୋମାଣ୍ଟିକ ଯୋଡ଼ି ସର୍ବ-ଅର୍ଚ୍ଚିତା। ରବିବାର ସୋସିଆଲ ମିଡିଆରେ ଉଭୟ...

ଆଉ ନାହାନ୍ତି ଅଭିନେତା ପୁନିତ ରାଜକୁମାର

ବେଙ୍ଗାଲୁରୁ,୨୯।୧୦: ପ୍ରସିଦ୍ଧ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ହୃଦଘାତରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ...

ବିବାହକୁ ନେଇ ଭିକିଙ୍କ ବଡ଼ ଖୁଲାସା: ଏମିତି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଭିକି କୌଶାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁର ସିକ୍ସ ସେନ୍ସ ଫୋର୍ଟରେ ବିବାହ...

ପ୍ରଥମ ଫିଲ୍ମରେ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବେ ଶିଳ୍ପା

ରିଆଲିଟି ଶୋ’ ‘ବିଗ୍‌ ବସ୍‌’-୧୧ ର ବିଜେତା ଶିଳ୍ପା ଶିନ୍ଦେ ଅନେକ ଦିନ ହେବ ଛୋଟ ପରଦାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ...

ଭୁଲରେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଆସିଗଲେ କଟ୍ରିନା

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି। ଏଥିରୁ...

ଲତା ମଙ୍ଗେସକର ଅସୁସ୍ଥ

ମୁମ୍ବାଇ,୧୧।୧୧: ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ...

ଜନ୍ମଦିନରେ ରୋମାଣ୍ଟିକ ହେଲେ ସୋନମ କପୁର

ବଲିଉଡର ଖ୍ୟାତନାମା ଅଭିନେତା ହେଲେ ଅନୀଲ କୁମାରଙ୍କ ତନୟା ସୋନମ କପୁର ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ସାୱରିୟା’...

Advertisement
Archives

Model This Week