ବାସ୍ତବ ପ୍ରଭୁପୂଜା

ବରଦା ପ୍ରସନ୍ନ ଦାସ
ପରମାତ୍ମାଙ୍କ ଶାସନର ସମ୍ବିଧାନ ହେଉଛି ବେଦ। ଭୋଗବିଳାସର ବସ୍ତୁଗୁଡ଼ିକୁ ଶ୍ରେଷ୍ଠ ସମ୍ପଦ ମଧ୍ୟରେ ଗଣାଯାଏ ନାହିଁ। ବାସ୍ତବିକ ମନୁଷ୍ୟର ଶ୍ରେଷ୍ଠ ସମ୍ପଦ ହେଉଛି ସ୍ବାସ୍ଥ୍ୟବାନ ଶରୀର ଓ ଉତ୍ତମ ଚରିତ୍ର। ଭାଗବତରେ ଲେଖାଅଛି- ”ବିଶ୍ୱାସ ମୂଳେ ଏ ଜଗତ, ପ୍ରାଣୀ ହୁଅନ୍ତି ଆତଯାତ।“ ବିଶ୍ୱାସ ଆଧାରରେ ସବୁ କାମ ଚାଲେ। କେତେକ ପୂର୍ବପୁରୁଷ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସୀମାବଦ୍ଧ। ଆଉ କେତେକ ପୂର୍ବପୁରୁଷ ଅନୁଯାୟୀ ପ୍ରଚଳିତ। ସମାଜ, ଜାତି, ସମ୍ପ୍ରଦାୟ, ଦେଶ ଦେଶ ମଧ୍ୟରେ ଏହାର ଭିନ୍ନତା ପରିଲକ୍ଷିତ ହୋଇଥାଏ। ଏହାର କାରଣ ହେଲା ଭିନ୍ନ ଭାଷା, ବିଭିନ୍ନ ପରମ୍ପରା, ଧର୍ମ ଓ ଧର୍ମ ଧାରଣାର ସ୍ବାଧୀନତା। ବିଭିନ୍ନ ସମ୍ପ୍ରଦାୟର ଧର୍ମଶାସ୍ତ୍ର ଆଧାରରେ ମଣିଷର ବିଶ୍ୱାସ, ଚିନ୍ତନ ପରମ୍ପରା ଗତିକରେ। ଏ ସବୁ ମଧ୍ୟରେ ଆମର ସର୍ବ ପୁରାତନ ଶାସ୍ତ୍ରକୁ ପରାଧୀନତାର ବନ୍ଧନ ଭିତରେ ରଖି ଆମେ କ୍ରମେ ବହୁ ମାତ୍ରାରେ ଭୁଲିଯିବାକୁ ବାଧ୍ୟ ହେଉଛୁ। ୧୯୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ହେଲା ଓ ୧୯୪୭ ମସିହାରେ ଦେଶ ସ୍ବାଧୀନତା ହାସଲ କଲା। ଏହା ପୂର୍ବରୁ ବିଦେଶୀ ଶାସନ ଚାଲିଥିଲା। ଆମ ଶାସ୍ତ୍ରକୁ ଘରକୁ ଘର ବୁଲି ନଷ୍ଟ ଭ୍ରଷ୍ଟ କରିଦିଆଯାଇଥିଲା। ତେଣୁ ସେଥିରୁ ଆମେ ଦୂରେଇ ଯିବାକୁ ବାଧ୍ୟ ହୋଇଛୁ। ମହାନ୍‌ ବ୍ୟକ୍ତି ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ନେତୃତ୍ୱରେ ଆମ ସର୍ବପୁରାତନ ସନାତନ ଧର୍ମଶାସ୍ତ୍ର ବେଦର ପୁନରୁଦ୍ଧାର ପାଇଁ ଉଦ୍ୟମ ହୋଇଛି। ଅତୀତରେ ପୁରାଣ, କୋରାନ ଓ ବାଇବେଲର ଅନ୍ଧବିଶ୍ୱାସଗୁଡ଼ିକୁ ଖଣ୍ଡନ କଲେ ବୋଲି ବୈଜ୍ଞାନିକ ଗାଲିଲିଓଙ୍କୁ ଦିଆଗଲା ଆମରଣ ଜେଲ ଯାତନା, ବୈଜ୍ଞାନିକ ବ୍ରୁନୋଙ୍କୁ କିରୋସିନ ଢାଳି ମାରି ଦିଆଯାଇଥିଲା, ମହର୍ଷି ଦୟାନନ୍ଦଙ୍କୁ ବିଷ ଦେଇ ହତ୍ୟା କରାଗଲା ଓ ମହାତ୍ମା ସକ୍ରେଟିସଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
ଅନ୍ଧବିଶ୍ୱାସ ଯୋଗୁ ମାନବ ଜାତି ଭିତରେ ଭେଦଭାବ ବଢ଼ି ଚାଲିଛି। ଫଳରେ ଆମେ ଅସହ୍ୟ ଦୁଃଖଦୁର୍ଦ୍ଦଶା ଭୋଗକରି ଅଶାନ୍ତି ମଧ୍ୟରେ ଗତି କରିଚାଲିଛୁ। ଏସବୁଥିରୁ ଉଦ୍ଧାର ପାଇବାକୁ ହେଲେ ବେଦର ସାରକଥା ଆମକୁ ମାନିବାକୁ ହେବ।
ବେଦର ମର୍ମାର୍ଥ ହେଲା, ଜୀବଗଣଙ୍କୁ ସାହାଯ୍ୟ କରିବା ଦ୍ୱାରା ପରମପିତା ପ୍ରସନ୍ନ ହୋଇଥାନ୍ତି। ଅର୍ଥାତ୍‌ ଦୁଃଖୀର ଦୁଃଖ ନିବାରଣ, ରୋଗୀକୁ ଔଷଧ ବଣ୍ଟନ, କ୍ଷୁଧାର୍ଥକୁ ଅନ୍ନଦାନ, ତୃଷାର୍ତ୍ତକୁ ଜଳଦାନ, ନିର୍ବସ୍ତ୍ରକୁ ବସ୍ତ୍ର ଦାନ, ଅଜ୍ଞାନକୁ ଜ୍ଞାନଦାନ, ଅସହାୟକୁ ସହାୟତା ପ୍ରଦାନ, ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ଓ ପର ଉପକାର ଇତ୍ୟାଦି। ଏସବୁ କାର୍ଯ୍ୟ ହେଲା ବାସ୍ତବ ପ୍ରଭୁପୂଜା। ଜୀବଜଗତର ସେବା ହିଁ ସର୍ବଶ୍ରେଷ୍ଠ ଧର୍ମ। ଅତଏବ ପରମେଶ୍ୱରଙ୍କୁ ପୂଜା କରିବାର ଏତେ ସୁନ୍ଦର ପ୍ରଣାଳୀକୁ ଛାଡ଼ି ମନ୍ଦିରରେ ପୂଜାପାଠ କରିବା ଦ୍ୱାରା କିଛି ଲାଭ ହୋଇ ନ ଥାଏ।
ସକାଳେ ସନ୍ଧ୍ୟାରେ କିଛି ସମୟ ଈଶ୍ୱର ଚିନ୍ତନ ଏକାଗ୍ର ମନରେ କରିବା ଉଚିତ। ଏହାକୁ ହିଁ ଧ୍ୟାନ କୁହାଯାଏ। ସେହି ଦୟାମୟ ପରମେଶ୍ୱରଙ୍କ ଗୁଣ ଚିନ୍ତନ ହିଁ ପ୍ରଭୁପୂଜା। ବେଦ ହେଉଛି ବିଶ୍ୱ ପାଠାଗାରର ସର୍ବପ୍ରାଚୀନ ପୁସ୍ତକ। ବେଦଠାରୁ ମଣିଷ ସମାଜ ଦୂରେଇ ଯିବାର କାରଣ ହେଲା ଏହାକୁ ନିୟମିତ ପାଠ କରୁଥିବା ବ୍ରାହ୍ମଣମାନେ ଏଥିରୁ ନିବୃତ୍ତ ହୋଇ ବିଭିନ୍ନ ପୁରାଣ ଆଦି ପାଠ ଦିଗରେ ଆଗ୍ରହ ପ୍ରକାଶ କଲେ। ଶୃଙ୍ଗାରରସାତ୍ମକ ସଂସ୍କୃତ କାବ୍ୟ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ପାଇଲା। ସାମ୍ପ୍ରଦାୟିକ ଗୁରୁମାନେ ନିଜ ନିଜର କାୟା ବିସ୍ତାର କରି ସମାଜରେ ଆଧିପତ୍ୟ ଜାହିର କଲେ। ପ୍ରାଦେଶିକ ଭାଷା ପ୍ରଚଳନ ଫଳରେ ସଂସ୍କୃତ ଭାଷା ଅଧ୍ୟୟନ ପ୍ରତି ଆଗ୍ରହ କମିଲା। ସମ୍ପ୍ରତି କେତେଜଣ ମହାନ୍‌ ବ୍ୟକ୍ତି ବେଦର ପୁନରୁଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଶ୍ୱର ଜୀବଗଣଙ୍କ ଉପକାର କରିବା ଦ୍ୱାରା ହିଁ ବିଶ୍ୱପିତା ଆମ ଉପରେ ପ୍ରସନ୍ନ ହୋଇଥାନ୍ତି।
ସେହିପରି ଭାବେ ସେବା। ଲୋକଙ୍କର ସେବା କରିବା ପାଇଁ ସମସ୍ତ ଯୋଜନା ପ୍ରଣୟନ କରାଯାଇଛି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଶ୍ୱର ବିଭିନ୍ନ ଦେଶରେ ସରକାର ଚେଷ୍ଟିତ। ଓଡ଼ିଶା ରାଜ୍ୟ ପ୍ରଶାସନର କେନ୍ଦ୍ରସ୍ଥଳୀ ସଚିବାଳୟଠାରେ ନିୟନ୍ତ୍ରଣ ଚାବିକାଠି ରହିଛି। ଲୋକଙ୍କର ସେବା କରିବାକୁ ପ୍ରାଧାନ୍ୟ ଦିଆଯାଇ ପ୍ରଥମେ ରାଜ୍ୟ ସଚିବାଳୟ ନାମକୁ ପରିବର୍ତ୍ତନ କରାଯାଇ ‘ଲୋକସେବା ଭବନ’ ରଖାଯାଇଛି, ଯାହାକି ବେଦର ଆଦର୍ଶକୁ ଯଥାର୍ଥ ସମ୍ମାନ ମିଳିଛି। ପ୍ରତ୍ୟକ୍ଷ ଓ ପରୋକ୍ଷରେ, ଜାଣତ ହେଉ ବା ଅଜାଣତରେ ପ୍ରଭୁପୂଜାର ଅର୍ଥ ଲୋକସେବାକୁ ହିଁ ବୁଝାଇଥାଏ। ଯେଉଁ ହିନ୍ଦୁ ଧର୍ମଶାସ୍ତ୍ର ବେଦ ଏପରି ସତ୍ୟ ଓ ଯଥାର୍ଥ ବିଚାରରେ ପରିପୂର୍ଣ୍ଣ, ସେହି ହିନ୍ଦୁ ଆଜି ଅଜ୍ଞାନତାର ମହାରୋଗରେ ପୀଡ଼ିତ, ଅଜ୍ଞାନତାର ଘନ ଅନ୍ଧକାରରେ ଆଚ୍ଛନ୍ନ ଭ୍ରମ ଏବଂ ଅନ୍ଧବିଶ୍ୱାସର ଅନ୍ଧକୂପରେ ନିପୀଡ଼ିତ। ଏଣୁ ଆସନ୍ତୁ, ଆମ ପୁରାତନ ଉପାଦେୟ ଶାସ୍ତ୍ର ବେଦକୁ ଉଦ୍ଧାର ପାଇଁ ଉଦ୍ୟମ କରିବା ଓ ପ୍ରକୃତ ଜ୍ଞାନର ପରିଚୟ ପାଇଁ ଜାତି ଓ ଦଳମତ ନିର୍ବିଶେଷରେ ଏକାଠି କାର୍ଯ୍ୟକରିବା। ଏହାର ସରଳୀକରଣ ଏବଂ ଓଡ଼ିଆ ଅନୁବାଦ କରାଇ ସମସ୍ତ ଜିଲା ଏବଂ ଉପଖଣ୍ଡସ୍ତରରେ ଉପଲବ୍‌ଧ କରାଇବା ପାଇଁ ପଦକ୍ଷେପ ନେବା। ଏ ଦିଗରେ ସର୍ବାଗ୍ରେ ସମସ୍ତଙ୍କର ଆଗ୍ରହ ପ୍ରକାଶ ପାଇବା ଆଜିର ସବୁଠୁ ବେଶି ଆବଶ୍ୟକତା। ଅତୀତରେ ଦେବଭୂମି ଭାରତରେ ଗୁରୁକୁଳ ଆଶ୍ରମଗୁଡ଼ିକରେ ସଂସ୍କୃତ ଭାଷା ସହ ଅଧ୍ୟୟନ କରାଯାଉଥିଲା। କାଳକ୍ରମେ ସେଗୁଡ଼ିକ ଲୋପ ପାଇବା ପରେ ସଂସ୍କୃତ ଭାଷା ସହ ବେଦପାଠ ଲୋପ ପାଇଥିଲା। ସମ୍ପ୍ରତି ପୁନର୍ବାର ଭାରତରେ ଏକଶହରୁ ଊର୍ଦ୍ଧ୍ୱ ଗୁରୁକୁଳ ଶିକ୍ଷା ଆଶ୍ରମ ଚାଲୁଛି। ଏହାର ସଂଖ୍ୟା ବୃଦ୍ଧି ପାଇଲେ ଏବଂ ସଂସ୍କୃତ ଭାଷାର ପ୍ରଚଳନ ବୃଦ୍ଧି ହେଲେ ବେଦପାଠର ଚାହିଦା ବୃଦ୍ଧି ପାଇବ।
ମହାନ୍ତି ଲେନ୍‌, କେଶରପୁର, କଟକ-୧, ମୋ-୯୮୬୧୧୪୫୬୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri