ବାଲ୍ୟ ବିବାହ କରୁଛନ୍ତି ଶହେରୁ ୨୪ ଝିଅ

ବ୍ରହ୍ମପୁର ଅଫିସ୍‌,୨୨ା୧୧- କନ୍ୟା ସନ୍ତାନଙ୍କ ସଂଖ୍ୟା ବୃଦ୍ଧି, ସେମାନଙ୍କ ସୁରକ୍ଷା, ଗୁଣିଗାରେଡ଼ି ବିରୋଧରେ ସଚେତନତା ଏବଂ ଚିକିତ୍ସାଳୟଗୁଡ଼ିକର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଭିଯାନରେ ଗୁରୁବାର ସାମିଲ ହୋଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ କୁଲାଙ୍ଗେ କନ୍ୟା ଶିଶୁମାନଙ୍କ ସୁରକ୍ଷା ଏବଂ ସମ୍ମାନକୁ ଗୁରୁତ୍ୱ ଦେଇଥିଲେ। ଏଥିସହ ସରକାରୀ ସ୍କୁଲ ଏବଂ ସରକାରୀ ହସ୍‌ପିଟାଲ୍‌କୁ ଅଧିକ ମାତ୍ରାରେ ଆର୍ଥିକ ଏବଂ ଦ୍ରବ୍ୟ ସାହାଯ୍ୟ ପ୍ରଦାନ କରିବାକୁ ସେ ଆହ୍ବାନ ଦେଇଥିଲେ। ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ପ୍ରଜ୍ଞାନ ସମ୍ମିଳନୀ କକ୍ଷରେ ଗୁରୁବାର ସକାଳେ ‘ମୋ ଗେହ୍ଲା ଝିଅ’, ‘ନିର୍ଭୟ କଢ଼ି’, ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’, ‘ମୁଁ ସଚେତନ’ ଏବଂ ନବଜାତ ଶିଶୁ ଯତ୍ନ ସପ୍ତାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ କୁଲାଙ୍ଗେ କହିଥିଲେ, ଜିଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମଗୁଡ଼ିକର ମହତ ଉଦ୍ଦେଶ୍ୟ ରହିଛି। ଜିଲାରେ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ପାଇଁ ‘ମୋ ଗେହ୍ଲା ଝିଅ’ ଏବଂ ‘ନିର୍ଭୟ କଢ଼ି’ କାର୍ଯ୍ୟକାରୀ କରାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ଶହେ ବିବାହ ମଧ୍ୟରୁ ୨୪ଜଣ ଝିଅଙ୍କ ବୟସ ୧୮ବର୍ଷରୁ କମ୍‌। ସେହିଭଳି ଲିଙ୍ଗଗତ ବୈଷମ୍ୟ ମଧ୍ୟ ଅଧିକ ରହିଛି। କେବଳ ପ୍ରଶାସନ ଚାହିଁଲେ, ଏହି ସମସ୍ୟା ଦୂର ହୋଇପାରିବ ନାହିଁ। ବାଲ୍ୟ ବିବାହ ଏବଂ କନ୍ୟାଭ୍ରୁଣ ହତ୍ୟା ବିରୋଧରେ ଝିଅମାନେ ସ୍ବର ଉଠାଇବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପଟେ ଜିଲାରେ ଗୁଣିଗାରେଡ଼ିରୁ ହତ୍ୟା ଏବଂ ଆକ୍ରମଣ ଭଳି ମାମଲା ଦୃଷ୍ଟିକୁ ଆସିଛି। ଏଭଳି ମାମଲା ବଢ଼ୁଛି। ଗୁଣିଗାରେଡ଼ି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ‘ମୁଁ ସଚେତନ’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ବ୍ୟାପକ ସଭା ସହ ଲିଫ୍‌ଲେଟ୍‌ ବଣ୍ଟନ ଏବଂ ବିଦ୍ୟାଳୟସ୍ତରରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜିଲାପାଳ କୁଲାଙ୍ଗେ କହିଥିଲେ। ଏତଦ୍‌ ବ୍ୟତୀତ ସରକାରୀ ହସ୍‌ପିଟାଲ୍‌ଗୁଡ଼ିକରେ ଉନ୍ନତ ଚିକିତ୍ସା ସେବା ଏବଂ ବିକାଶ ପାଇଁ ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’ ଅଭିଯାନ ଆରମ୍ଭ କରାଯାଇଛି। ଜନଭାଗୀଦାରିତା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ଥାନୀୟ ଅଞ୍ଚଳବାସିନ୍ଦାଠାରୁ ହସ୍‌ପିଟାଲ୍‌ର ଉନ୍ନତୀକରଣ ପାଇଁ ଦ୍ରବ୍ୟ ଏବଂ ଆର୍ଥିକ ସାହାଯ୍ୟ ଗ୍ରହଣ କରାଯିବ। ମନ୍ଦିରକୁ ଯେମିତି ଲୋକମାନେ ଦାନ କରୁଛନ୍ତି, ହସ୍‌ପିଟାଲ୍‌କୁ ମଧ୍ୟ ଦାନ କରିବା ଉଚିତ। ଏହି ଅବସରରେ ସଦ୍ୟଜାତ ୩୦ କନ୍ୟା ସନ୍ତାନ ଏବଂ ସେମାନଙ୍କ ମା’ମାନଙ୍କୁ ବେବି କିଟ୍‌ ବ୍ଲାଙ୍କେଟ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାଲ୍ୟ ବିବାହ ବିରୋଧରେ ସମସ୍ତେ ଶପଥପାଠ କରିଥିଲେ। ଏଥି ସହ ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’ ଏବଂ ‘ମୁଁ ସଚେତନ’ ଅଭିଯାନର ଲୋଗୋ ଉନ୍ମୋଚନ କରାଯାଇଥିଲା। ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’ରେ ଏନ୍‌ଏଚ୍‌ଏମ୍‌ ତରଫରୁ ଗରମ ଜଳ ପ୍ରକଳ୍ପ, ଏସ୍‌ବିଆଇ ଭାପୁରବଜାର ଶାଖା ଏବଂ କାର୍ଡ଼ ତରଫରୁ ଚୌକି ଏବଂ ଆଇଏସ୍‌ଆର୍‌ଡି ତରଫରୁ ସିଲିଂ ଫ୍ୟାନ୍‌ ପ୍ରଦାନ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏଡିପିଏଚ୍‌ଓ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ସିଟି ହସ୍‌ପିଟାଲ୍‌ର ଅଧୀକ୍ଷକ ଡା. ପି.କୁର୍ମାୟା, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଏନ୍‌ଏଚ୍‌ଏମ୍‌ର ଡିଏମ୍‌ଆର୍‌ସିଏଚ୍‌ ଶକ୍ତି କୁମାର ଦିଗାଲ୍‌, ଆଶା ଏଏମ୍‌ ଆଶିଷ କୁମାର ମିଶ୍ର, ଏଏମ୍‌ ପ୍ରଶିକ୍ଷକ ଶିବ ରଞ୍ଜନ ଦାସ ଏବଂ ସିଟି ହସ୍‌ପିଟାଲ୍‌ର ମ୍ୟାନେଜର କବିତା ମଞ୍ଜରୀ ପଲେଇ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୁତୟନ

ବନ୍ତ,୧୮।୬(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଥାନା ଅଧୀନ ପୁରୁଷଣ୍ଢ ଗ୍ରାମର ବଣିଆ ସାହି ଓ କୋଦମଛକି ସାହିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି...

ଆଜି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି

ପୁରୀ ଅଫିସ, ୪।୮(ଡି.ଏନ୍‌.ଏ.):ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଉଥିବା ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣା ଭିତରେ ସୋମବାର ଜିଲାର ପ୍ରାୟ ଧର୍ମାନୁଷ୍ଠାନ...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ ଅଫିସ, ୧୨ା୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠିକୁ ଏକ ଘରୋଇ ବ୍ୟାଙ୍କରେ ରଖାଯିବା ଘଟଣାକୁ ତୀବ୍ର ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶନିବାର...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷକ

ନୂଆପଡ଼ା ଅଫିସ,୨୫।୮: ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବାଦୀ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜ ସହକର୍ମୀ ଟିଜିଟି...

୬ଷ୍ଠ ଦିନରେ ଭଦ୍ରକ କାଳୀପୂଜା: ସହର ଲୋକାରଣ୍ୟ

ଭଦ୍ରକ ଅଫିସ,୨।୧୧-ଐତିହାସିକ ଭଦ୍ରକ କାଳୀପୂଜା ଲାଗି ସାରା ସହର ଲୋକାରଣ୍ୟ ହୋଇପଡ଼ିଛି। ଶୁକ୍ରବାର କାଳୀପୂଜାର ୬ଷ୍ଠ ଦିନରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ନାହିଁ...

ଦାରିଦ୍ର୍ୟରୁ ମୁକ୍ତି ପାଇଁ ବିଦ୍ୟା ଅଧ୍ୟୟନ ଦରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୭-୧୧(ବ୍ୟୁରୋ): ନିଜ ନିଷ୍ପତ୍ତିର ମାଲିକ ନିିଜେ ହେବା ଉଚିତ। ନିଜର ଇଚ୍ଛା ଅନୁଯାୟୀ କ୍ୟାରିୟର କରିବା ଦରକାର। କେବଳ ସାର୍ଟିଫିକେଟ୍‌ ପାଇଁ ପାଠ ନ ପଢି...

ପାଣି ପାଇଁ ଡହଳବିକଳ ବିଶୁଭଟ୍ଟାବାସୀ

କୁନ୍ଦୁରା,୨୪।୪(ଡି.ଏନ୍‌.ଏ.):କୁନ୍ଦୁରା ସଦରରୁ ୨୫ କିମି ଦୂର ଫୁଲଭଟ୍ଟା ପଞ୍ଚାୟତ ବିଶୁଭଟ୍ଟାରେ ୨ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଗତ ମାର୍ଚ୍ଚରୁ...

ତିର୍ତ୍ତୋଲ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା କେଳେଙ୍କାରୀ: ଜୀବିତଙ୍କୁ ମୃତ ଦର୍ଶାଇ ସହାୟତା ରାଶି ଚଳୁ

ଜଗତ୍‌ସିଂହପୁର ଅଫିସ୍‌,୧୯ା୨: ଗରିବ ତଥା ନିରାଶ୍ରୟ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ଦାହ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା...

Advertisement


Archives

Model This Week