ବାଲ୍ୟ ବିବାହ କରୁଛନ୍ତି ଶହେରୁ ୨୪ ଝିଅ

ବ୍ରହ୍ମପୁର ଅଫିସ୍‌,୨୨ା୧୧- କନ୍ୟା ସନ୍ତାନଙ୍କ ସଂଖ୍ୟା ବୃଦ୍ଧି, ସେମାନଙ୍କ ସୁରକ୍ଷା, ଗୁଣିଗାରେଡ଼ି ବିରୋଧରେ ସଚେତନତା ଏବଂ ଚିକିତ୍ସାଳୟଗୁଡ଼ିକର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଭିଯାନରେ ଗୁରୁବାର ସାମିଲ ହୋଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ କୁଲାଙ୍ଗେ କନ୍ୟା ଶିଶୁମାନଙ୍କ ସୁରକ୍ଷା ଏବଂ ସମ୍ମାନକୁ ଗୁରୁତ୍ୱ ଦେଇଥିଲେ। ଏଥିସହ ସରକାରୀ ସ୍କୁଲ ଏବଂ ସରକାରୀ ହସ୍‌ପିଟାଲ୍‌କୁ ଅଧିକ ମାତ୍ରାରେ ଆର୍ଥିକ ଏବଂ ଦ୍ରବ୍ୟ ସାହାଯ୍ୟ ପ୍ରଦାନ କରିବାକୁ ସେ ଆହ୍ବାନ ଦେଇଥିଲେ। ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ପ୍ରଜ୍ଞାନ ସମ୍ମିଳନୀ କକ୍ଷରେ ଗୁରୁବାର ସକାଳେ ‘ମୋ ଗେହ୍ଲା ଝିଅ’, ‘ନିର୍ଭୟ କଢ଼ି’, ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’, ‘ମୁଁ ସଚେତନ’ ଏବଂ ନବଜାତ ଶିଶୁ ଯତ୍ନ ସପ୍ତାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ କୁଲାଙ୍ଗେ କହିଥିଲେ, ଜିଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମଗୁଡ଼ିକର ମହତ ଉଦ୍ଦେଶ୍ୟ ରହିଛି। ଜିଲାରେ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ପାଇଁ ‘ମୋ ଗେହ୍ଲା ଝିଅ’ ଏବଂ ‘ନିର୍ଭୟ କଢ଼ି’ କାର୍ଯ୍ୟକାରୀ କରାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ଶହେ ବିବାହ ମଧ୍ୟରୁ ୨୪ଜଣ ଝିଅଙ୍କ ବୟସ ୧୮ବର୍ଷରୁ କମ୍‌। ସେହିଭଳି ଲିଙ୍ଗଗତ ବୈଷମ୍ୟ ମଧ୍ୟ ଅଧିକ ରହିଛି। କେବଳ ପ୍ରଶାସନ ଚାହିଁଲେ, ଏହି ସମସ୍ୟା ଦୂର ହୋଇପାରିବ ନାହିଁ। ବାଲ୍ୟ ବିବାହ ଏବଂ କନ୍ୟାଭ୍ରୁଣ ହତ୍ୟା ବିରୋଧରେ ଝିଅମାନେ ସ୍ବର ଉଠାଇବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପଟେ ଜିଲାରେ ଗୁଣିଗାରେଡ଼ିରୁ ହତ୍ୟା ଏବଂ ଆକ୍ରମଣ ଭଳି ମାମଲା ଦୃଷ୍ଟିକୁ ଆସିଛି। ଏଭଳି ମାମଲା ବଢ଼ୁଛି। ଗୁଣିଗାରେଡ଼ି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ‘ମୁଁ ସଚେତନ’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ବ୍ୟାପକ ସଭା ସହ ଲିଫ୍‌ଲେଟ୍‌ ବଣ୍ଟନ ଏବଂ ବିଦ୍ୟାଳୟସ୍ତରରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜିଲାପାଳ କୁଲାଙ୍ଗେ କହିଥିଲେ। ଏତଦ୍‌ ବ୍ୟତୀତ ସରକାରୀ ହସ୍‌ପିଟାଲ୍‌ଗୁଡ଼ିକରେ ଉନ୍ନତ ଚିକିତ୍ସା ସେବା ଏବଂ ବିକାଶ ପାଇଁ ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’ ଅଭିଯାନ ଆରମ୍ଭ କରାଯାଇଛି। ଜନଭାଗୀଦାରିତା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ଥାନୀୟ ଅଞ୍ଚଳବାସିନ୍ଦାଠାରୁ ହସ୍‌ପିଟାଲ୍‌ର ଉନ୍ନତୀକରଣ ପାଇଁ ଦ୍ରବ୍ୟ ଏବଂ ଆର୍ଥିକ ସାହାଯ୍ୟ ଗ୍ରହଣ କରାଯିବ। ମନ୍ଦିରକୁ ଯେମିତି ଲୋକମାନେ ଦାନ କରୁଛନ୍ତି, ହସ୍‌ପିଟାଲ୍‌କୁ ମଧ୍ୟ ଦାନ କରିବା ଉଚିତ। ଏହି ଅବସରରେ ସଦ୍ୟଜାତ ୩୦ କନ୍ୟା ସନ୍ତାନ ଏବଂ ସେମାନଙ୍କ ମା’ମାନଙ୍କୁ ବେବି କିଟ୍‌ ବ୍ଲାଙ୍କେଟ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାଲ୍ୟ ବିବାହ ବିରୋଧରେ ସମସ୍ତେ ଶପଥପାଠ କରିଥିଲେ। ଏଥି ସହ ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’ ଏବଂ ‘ମୁଁ ସଚେତନ’ ଅଭିଯାନର ଲୋଗୋ ଉନ୍ମୋଚନ କରାଯାଇଥିଲା। ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’ରେ ଏନ୍‌ଏଚ୍‌ଏମ୍‌ ତରଫରୁ ଗରମ ଜଳ ପ୍ରକଳ୍ପ, ଏସ୍‌ବିଆଇ ଭାପୁରବଜାର ଶାଖା ଏବଂ କାର୍ଡ଼ ତରଫରୁ ଚୌକି ଏବଂ ଆଇଏସ୍‌ଆର୍‌ଡି ତରଫରୁ ସିଲିଂ ଫ୍ୟାନ୍‌ ପ୍ରଦାନ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏଡିପିଏଚ୍‌ଓ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ସିଟି ହସ୍‌ପିଟାଲ୍‌ର ଅଧୀକ୍ଷକ ଡା. ପି.କୁର୍ମାୟା, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଏନ୍‌ଏଚ୍‌ଏମ୍‌ର ଡିଏମ୍‌ଆର୍‌ସିଏଚ୍‌ ଶକ୍ତି କୁମାର ଦିଗାଲ୍‌, ଆଶା ଏଏମ୍‌ ଆଶିଷ କୁମାର ମିଶ୍ର, ଏଏମ୍‌ ପ୍ରଶିକ୍ଷକ ଶିବ ରଞ୍ଜନ ଦାସ ଏବଂ ସିଟି ହସ୍‌ପିଟାଲ୍‌ର ମ୍ୟାନେଜର କବିତା ମଞ୍ଜରୀ ପଲେଇ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri