ବାଲେଶ୍ୱର ପାଲଟିଛି ନକଲି ବିଦେଶୀ ମଦ ହବ୍‌

ବାଲେଶ୍ୱର ଅଫିସ,୨୮।୨- ବାଲେଶ୍ୱର ସହର ଏବଂ ତାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ନକଲି ବିଦେଶୀ ମଦର ବ୍ୟାପକ କାରବାର ବଢ଼ି ଚାଲିଥିବାରୁ ଯେକୌଣସି ସମୟରେ ମଦମୃତ୍ୟୁ ଭଳି ଅଘଟଣ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରିକି ସ୍ପିରିଟ୍‌ ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ମିଶ୍ରଣରେ ନକଲି ବିଦେଶୀ ମଦ ତିଆରି କରି ମଦ ବେପାରୀମାନେ ମାଲାମାଲ ହେଉଥିବା ଜଣାପଡ଼ିଛି। ଏହି ନକଲି ମଦ ସବୁକୁ ରାଜପଥପାର୍ଶ୍ୱ ଢ଼ାବା, ହୋଟେଲ ଏବଂ ଗ୍ରାମାଞ୍ଚଳରେ ବିଭିନ୍ନ ପାନ ଦୋକାନରେ ଅବାଧରେ ବିକ୍ରି ହେଉଛି। ଏହାଛଡ଼ା ବାଲେଶ୍ୱର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳମାନଙ୍କରେ ଥିବା କେତେକ ଅଫ୍‌ ସପ୍‌ (ଠିପି ବନ୍ଦ) ବିଦେଶୀ ମଦ ଦୋକାନରେ ମଧ୍ୟ ଏହିସବୁ ନକଲି ଓ ନିମ୍ନମାନର ମଦ ବିକ୍ରି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି।
କିଛିଦିନ ତଳେ ମିତ୍ରପୁର ଅଞ୍ଚଳର ଜଣେ କୁଖ୍ୟାତ ମଦ ବେପାରୀ ନିଜେ ମଦ ପ୍ରସ୍ତୁତ କରୁଥିବାର ଫଟୋଚିତ୍ର ଲୋକଲୋଚନକୁ ଆସିଥିଲା। ସେଠାରୁ ଏକ ପିକଅପ୍‌ ଭର୍ତ୍ତି ନକଲି ବିଦେଶୀ ମଦକୁ ମଧ୍ୟ ଜବତ କରାଯାଇ ଜଣକୁ ଗିରଫ କରାଯାଇଥିଲେ ମଧ୍ୟ ମାମଲାକୁ ଦୁର୍ବଳ କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଅନ୍‌ସପ୍‌ (ଠିପି ଖୋଲା) ବା ବାର୍‌ମାନଙ୍କରେ ମଧ୍ୟ ନିମ୍ନମାନର ମଦ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଥିବାର ଅଭିଯୋଗ ହେଉଛି। ସେହିପରି ଗତ ଫେବୃୟାରୀ ୧୫ ତାରିଖ ରାତି ପ୍ରାୟ ୧୦ଟା ସମୟରେ ବିଭିନ୍ନ ଅଭିଯୋଗକୁ ଆଧାର କରି ସିନେମା ଛକ ସ୍ଥିତ ଏକ ବାର୍‌ ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ତେବେ ଉକ୍ତ ବାର୍‌ର ଷ୍ଟକ୍‌ ଖାତା ଅପଡେଟ୍‌ ନ ଥିବାବେଳେ ସ୍ବୀକୃତି ପ୍ରାପ୍ତ ବାର୍‌ ବୟ ମଧ୍ୟ ନ ଥିବାବେଳେ ଓଏସ୍‌ବିସିରୁ ଉଠାଯାଇଥିବା ମଦ ଅପେକ୍ଷା ସେଠାରେ ଯଥେଷ୍ଟ ଅଧିକ ପରିମାଣର ମଦ ମହଜୁଦ୍‌ ଥିବା ଜଣାପଡ଼ିଥିଲା। ଉକ୍ତ ବାର୍‌ ଉପରେ ଦୀର୍ଘ ୨ଘଣ୍ଟା ଧରି ଚଢ଼ାଉ କରାଯାଇ ସେଠାରେ ବିଭିନ୍ନ ପ୍ରକାରର ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ମାତ୍ର ଅବକାରୀ ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଗଲା ନାହିଁ। ତେବେ କୌଣସି ବଡ଼ଧରଣର ଅଘଟଣ ଘଟିବା ପୂର୍ବରୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ କାଯର୍‌ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଜିଲା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କୁ ପଚାରିବାରୁ ଅଭିଯୋଗକ୍ରମେ ଉକ୍ତ ବାର୍‌ ଉପରେ ଚଢ଼ାଉ କରାଯାଇଥିଲା। ବାର୍‌ର ସମସ୍ତ ଆଇନ୍‌ଗତ କାଗଜ ଠିକ୍‌ଠାକ୍‌ ଥିବାବେଳେ ସ୍ବୀକୃତିପ୍ରାପ୍ତ ବାର୍‌ ବୟ ମଧ୍ୟ ଅଛନ୍ତି। ଅନ୍ୟପକ୍ଷେ ମିତ୍ରପୁର ଅଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ରହୁଥିବା ଜଣେ କର୍ମଚାରୀ ତା’ର ଭଡ଼ା ଘରେ କମ୍‌ଦାମ୍‌ର ବିଦେଶୀ ମଦକୁ ଅଧିକ ଦାମ୍‌ ଥିବା ବିଦେଶୀ ମଦ ବୋତଲରେ ପୁରାଇ ସିଲ୍‌ କରି ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ମଦ ଦୋକାନୀ ମାଲିକ ଉକ୍ତ କର୍ମଚାରୀଙ୍କୁ ବାହାର କରିଦେଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଟିଲା କଟକଣା: ଏଣିକି ବିନା କୋଭିଡ୍‌ ଟିକା ପ୍ରମାଣପତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ

ପୁରୀ ଅଫିସ,୨୧ା୨: ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋଭିଡ୍‌ କଟକଣା ହଟିଛି। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍‌ ଟିକାର ପ୍ରମାଣପତ୍ର। ଏଥିସହିତ...

ବିଚାରପତି-ପ୍ରଶାସନ ବିବାଦ ତେଜିଲା: ସମୂହ କାର୍ଯ୍ୟବନ୍ଦ କଲେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପ୍ରଶାସନିକ ଅଧିକାରୀ

ଝାରସୁଗୁଡା ଅଫିସ,୫।୪- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ କଟକଣା ପାଳନ କରାଯାଉଛି। ଏହାକୁ ପାଳନ କରିବା ପାଇଁ ପୋଲିସ ଓ...

ପାଣି ମୁନ୍ଦେ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ପ୍ରଚଣ୍ଡ ଗ୍ରୀଷ୍ମତାପକୁ ଜଳକଷ୍ଟ ଏବେ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପାନୀୟ ଜଳ ମୁନ୍ଦେ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ମହଙ୍ଗା ପଡ଼ିଲା ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ : ଜଣଙ୍କ ପରେ ଜଣଙ୍କୁ ଥାନାକୁ ନେଉଛି ପୋଲିସ

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ବଜାରଠାରେ ଗୁରୁବାର ସନ୍ଧ୍ୟାରେ ବସ୍‌ ଚକାତଳେ ଟିଣା ଗ୍ରାମର ଯୁବକ ଚନ୍ଦ୍ରମଣିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ...

ଫସିଲେ ପୋଲିସ କନ୍‌ଷ୍ଟେବଳ: ମହିଳା କନ୍‌ଷ୍ଟେବଳଙ୍କୁ ଧୋକା ଦେବା ପଡ଼ିଲା ମହଙ୍ଗା, ଗିରଫ ସହ ଚାକିରିରୁ ନିଲମ୍ବିତ

ଭଦ୍ରକ ଅଫିସ,୧୭।୧୨: ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ତା’ ପରେ ଧୋକା। ଏଭଳି ଏକ ଅଭାବନୀୟ ଘଟଣାକ୍ରମରେ ଭଦ୍ରକ ଥାନା...

ସୀମାନ୍ତ ଗାଁ ଗାଙ୍ଗିଯୋଡ଼ିକୁ ଅବହେଳାର ଅନ୍ତ ନାହିଁ: ଘର ଅନୁଗୋଳ, ସ୍କୁଲ ଢେଙ୍କାନାଳ

ବଅଁରପାଳ, ୭।୬ (ଉପେନ୍ଦ୍ର ରାଉତ)- ସଭିଏଁ ପଢ଼ିବେ। ସେଥିପାଇଁ ସ୍କୁଲ ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। କିନ୍ତୁ ଶିକ୍ଷାନୁଷ୍ଠାନଟିଏ ନ ଥିଲେ କେମିତି ଏହା ସମ୍ଭବ...

ବାହୁଡୁଛନ୍ତି ମହାପ୍ରଭୁ

ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାପ୍ରଭୁ। ସେଥିପାଇଁ ସଅଳ ନୀତିକାନ୍ତି ପରେ ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ...

ଉତ୍ତରପ୍ରଦେଶ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦାବି: ରାଜରାସ୍ତାରେ ଗର୍ଜିଲେ ଆମ୍ବେଡକରବାଦୀ ସଂଗଠନ

ଭବାନୀପାଟଣା,୪।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରରେ ଦଳିତ ନାବାଳିକାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ...

Advertisement
Archives

Model This Week