ବାଲିଯାତ୍ରା: ଦିନ ବିତୁଛି, ଭିଡ଼ ଜମୁଛି

କଟକ ଅଫିସ,୧୭।୧୧: ଐତିହାସିକ କଟକ ବାଲିଯାତ୍ରା ଶନିବାର ପଞ୍ଚମ ଦିନରେ ପହଞ୍ଚିଛି। ଦିନ ଯେତିକି ବିତିବାରେ ଲାଗିଛି ସେହି ଅନୁସାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ସନ୍ଧ୍ୟା ହେଲେ ରଙ୍ଗବେରଙ୍ଗର ଆଲୋକମାଳାରେ ମହାନଦୀ ପଠା ଝଲସୁଛି। ଏଥିସହ ବାଲିଯାତ୍ରାର ଉପର ଓ ତଳ ପଡିଆରେ ଥିବା ବିଭିନ୍ନ ଷ୍ଟଲରେ ଖାଦ୍ୟ ସାଙ୍ଗକୁ ଅନ୍ୟ ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି
ବାଲିଯାତ୍ରାରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଡିସିପି ଅଖିଳେଶ୍ୱର ସିଂ ଯାତ୍ରା ପଡିଆରେ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ସହାୟତାରେ ଚୋରି, ଡକାୟତି ଓ ପାର୍କିଂ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

ହଜିବା ବ୍ୟକ୍ତିଙ୍କ ଭରସା ପୋଲିସ ଆଉଟ ପୋଷ୍ଟ
ବାଲିଯାତ୍ରା ବୁଲିବା ପାଇଁ ପରିବାର ସଦସ୍ୟଙ୍କ ସହ ପିଲାମାନେ ବିଭିନ୍ନ ସ୍ଥାନରୁ ଆସିଥାନ୍ତି। ହେଲେ ଭିଡ ଭିତରେ ଅଧିକାଂଶ ଲୋକେ ହଜିଯାଆନ୍ତି। ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ମିଶାଇବା ପାଇଁ ସାହାରା ପାଲଟିଥିଲା ଯାତ୍ରା ପଡିଆରେ ଖୋଲିଥିବା ବିଭିନ୍ନ ଆଉଟ ପୋଷ୍ଟ। ହଜି ଯାଉଥିବା ବ୍ୟକ୍ତି ଆଉଟ୍‌ ପୋଷ୍ଟରେ ଆସି ଖବର ଦେବା ପରେ ସେମାନଙ୍କୁ ତଳ ପଡିଆରେ ଥିବା ୧୦ନମ୍ବର ଆଉଟ ପୋଷ୍ଟ ନିକଟକୁ ନିଆଯାଏ। ସେଠାରେ ଆନାଉନ୍‌ସ କରାଯିବା ପରେ ପରିବାର ଲୋକେ ଆସି ତାଙ୍କୁ ସେଠାରୁ ନେଇଥାନ୍ତି। ପ୍ରତିଦିନ ପାଖାପାଖି ୧୦୦ ଜଣ ହଜିଯାଉଥିବା ବ୍ୟକ୍ତି ଏଠାରେ ଅଭିଯୋଗ କରିଥାନ୍ତି। ପରେ ପୋଲିସ ସହାୟତାରେ ସେମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥାଏ।

ସାମୁକା ତିଆରି ସାମଗ୍ରୀର ବଢୁଛି ଚାହିଦା
ବାଲିଯାତ୍ରା ପଡିଆ ରିଂରୋଡରେ ଦେଖିବାକୁ ମିଳିଛି ସାମୁକା ତିଆରି ସାମଗ୍ରୀର ଚାହିଦା। ଏହାକୁ କିଣିବା ନିମନ୍ତେ ଲୋକଙ୍କ ଭିଡ ଲାଗିଥିଲା। ଦିଘାରୁ ଆସିଥିବା ବ୍ୟବସାୟୀ ଆଶିଷ ସିଂ କହିଛନ୍ତି, ୧୨ ବର୍ଷ ହେବ ବାଲିଯାତ୍ରାରେ ସାମୁକା ତିଆରି ସାମଗ୍ରୀ ବିକ୍ରି କରିବାକୁ ଆସୁଛି। ସାମୁକାରେ ଦେବଦେବୀଙ୍କ ମୂର୍ତ୍ତି, ହାତୀ, ପକ୍ଷୀ, ହରିଣ, ମୟୂର ଆଦି ଉପକରଣ ପ୍ରସ୍ତୁତ ହୋଇଥିବାବେଳେ ଏହାର ଦାମ ୫ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଗୁଆଘିଅ ଚା’ ଦୋକାନରେ ଗହଳି
ଯାତ୍ରା ପଡିଆରେ ବିକ୍ରି ହେଉଛି ଗୁଆଘିଅ ଚା’। ମୁନୁ ଭାଇଙ୍କ ଗୁଆଘିଅ ଚା ଦୋକାନ ନାମରେ ପ୍ରସିଦ୍ଧ ଥିବା ଏହି ଦୋକାନରେ ଦିନକୁ ୧୫୦୦ରୁ ଊର୍ଦ୍ଧ୍ୱ କପ୍‌ ଚା ବିକ୍ରି ହୋଇଥାଏ। ମଇଁଷି କ୍ଷୀର, ଓମ୍‌ଫେଡ କ୍ଷୀର, ଖୁଆ, କାଜୁ, ଗୁଆଘିଅକୁ ମିଶ୍ରଣ କରି ଏହି ଭିନ୍ନ ଧରଣର ଚା ପ୍ରସ୍ତୁତ କରାଯାଇଥାଏ। ଏହାକୁ ପିଇବା ପାଇଁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଲୋକଙ୍କ ଭିଡ ଲାଗିଥାଏ। ଗୋଟିଏ ଚା’ର ମୂଲ୍ୟ ୧୦ଟଙ୍କା ଥିବାବେଳେ ଯାତ୍ରା ଭିଡକୁ ଦୃଷ୍ଟିରେ ରଖି ୧୫ଜଣ କାରିଗର ଏହି ଚା ପ୍ରସ୍ତୁତ କରିଥାନ୍ତି ବୋଲି ବ୍ରଜକିଶୋର ଦେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ, ମେଡିକାଲରୁ ଡିସ୍‌ଚାର୍ଜ ପରେ…

ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): ଚିକିତ୍ସା ଅବହେଳାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ କଳାହାଣ୍ଡି ଜିଲା ମୁଖ୍ୟ ମେଡିକାଲରୁ ଆସିଛି। ଶନିବାର ଜିଲାର ନର୍ଲା ଥାନା…

ମେଡିକାଲରେ ଭର୍ତ୍ତି ହୋଇଥିବା ମା’ଙ୍କୁ ଦେଖିବାକୁ ଯିବାବେଳେ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ପୁଅଙ୍କ ଜୀବନ

ସୁନ୍ଦରଗଡ଼,୧ା୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ…

ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ଦୁଇ ଘଣ୍ଟା ବାନ୍ଧି ରଖିଲା ସାପ, ତାପରେ ଯାହା ଘଟିଲା….

ହରଭଙ୍ଗା,୧।୬(ନରେନ୍ଦ୍ର ସାହୁ): ପୁରାଣରେ ସର୍ପ ବନ୍ଧନ କଥା ଶୁଣାଯାଏ କିନ୍ତୁ ବାସ୍ତବରେ କେହି ଦେଖି ନ ଥିବେ। ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ…

ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା…

କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା…

କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

କଟକ,୧ା୬: ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri