ବାଲିଯାତ୍ରାରେ ହେବ ପଥ ଉତ୍ସବ : ବୋଟିଂର ମଜା ନେବେ ଲୋକେ

କଟକ ଅଫିସ, ୧୮ା୧୦: ଚଳିତବର୍ଷ କଟକ ବାଲିଯାତ୍ରାକୁ ଭିନ୍ନ ଢଙ୍ଗରେ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏଠାରେ ଲୋକଙ୍କୁ ଯେଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ନେଇ ଗୁରୁବାର ବାଲିଯାତ୍ରା ପଡ଼ିଆ ବୁଲି ତଦାରଖ କରିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟନୀ ଏବଂ କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ଅନନ୍ୟା ଦାସ। ବାଲିଯାତ୍ରାରେ ପ୍ରଥମଥର ପାଇଁ ପଥ ଉତ୍ସବ କରାଯିବା ନିମନ୍ତେ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଛି।
ଚଳିତବର୍ଷ ବାଲିଯାତ୍ରାରେ ସକାଳ ପ୍ରାୟ ସାଢେ ୬ରୁ ୯ଟା ପର୍ଯ୍ୟନ୍ତ ପଥ ଉତ୍ସବ ପାଳନ ହେବ। କଳାକାରମାନେ ନିଜ କଳା ଦେଖାଇବା ସହ ସାଇକେଲିଂ ଓ ସ୍କେଟିଂର ମଜା ନେଇପାରିବେ କଟକବାସୀ। ବାଲିଯାତ୍ରାରେ ଜିଲା ପ୍ରଶାସନ ସମେତ କଟକ ମହାନଗର ନିଗମର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବାଲିଯାତ୍ରାରେ ବିଭିନ୍ନ ଜିଲାର ଲୋକଙ୍କ ସମାଗମ ହୋଇଥାଏ। ସେମାନଙ୍କ ସୁବିଧା ପାଇଁ ଟଏଲେଟ, ପାର୍କିଂ, ପିଇବାପାଣି, ରାସ୍ତା ନିର୍ମାଣ, ସଫେଇ, ଖାଦ୍ୟର ମାନ ଯାଞ୍ଚ କରିବା ଆଦି ଦାୟିତ୍ୱ ସିଏମ୍‌ସି ଉପରେ ନ୍ୟସ୍ତ କରାଯାଇଛି। ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ ପାଇଁ ୪ଟି ଟିମ୍‌ ଗଠନ କରାଯିବ। ଚଳିତବର୍ଷ ଦୁଇଟି ପୋଖରୀ ନିର୍ମାଣ କରାଯାଇ କଟକବାସୀଙ୍କ ପାଇଁ ବୋଟିଂର ବ୍ୟବସ୍ଥା କରାଯିବ। ଏ ନେଇ ଜିଲାପାଳ କହିଛନ୍ତି, ସ୍ଥାନୀୟ କଳାକାର ଓ ବାଲିଯାତ୍ରାରେ ରୁଚି ରଖୁଥିବା ସଙ୍ଗଠନକୁ ବାଲିଯାତ୍ରାରେ ସାମିଲ କରାଯିବ। ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବିଶେଷକରି ଲୋକଙ୍କ ପାଇଁ ପାର୍କିଂ, ପାନୀୟଜଳ, ଟଏଲେଟ ବ୍ୟବସ୍ଥା କରାଯାଉଛି। ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକୁ ନେଇ ସମସ୍ତ କାର୍ଯ୍ୟ କରାଯିବ। ପଥ ଉତ୍ସବ ମାଧ୍ୟମରେ ଲୋକେ ବିଭିନ୍ନ କ୍ରୀଡ଼ା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ। ଫୁଡ ଇନ୍ସପେକ୍ଟର ଭବାନୀ ଲେଙ୍କା କହିଛନ୍ତି, ପଡ଼ିଆ ବଢିଛି। ସେହି ଅନୁପାତରେ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢିବ। ଡାଇରେକ୍ଟର ଅଫ ହେଲ୍‌ଥ ଆଣ୍ଡ ଫୁଡ ସେଫ୍‌ଟି କମିଶନରଙ୍କ ଅନୁମତିରେ ୪ ଜଣ ଫୁଡ୍‌ ସେଫ୍ଟି ଅଫି’ସରଙ୍କୁ ଡେପୁଟେଶନରେ ଅଣାଯିବ। ଖାଦ୍ୟର ମାନ ଯାଞ୍ଚ କରାଯିବା ସହ ବାସୀ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ୧୦୦ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହି ଗସ୍ତ ସମୟରେ ସିଏମ୍‌ସି କର୍ମଚାରୀଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri