ଫୁଲବାଣୀ ଅଫିସ, ୬ା୧-ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର କମିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ସିଜରିଆନ ଡେଲିଭରି ଲାଗି ସଚେତନ କରାଯାଉଛି। କନ୍ଧମାଳ ଜିଲାରେ ସିଜରିଆନ ଡେଲିଭରି କହିଲେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବୁଝାଉଥିଲା। ଏବେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ଫଳରେ ବାଲିଗୁଡା ମେଡିକାଲ ଉପରେ ନିର୍ଭର କରୁଥିବା ଗର୍ଭବତୀଙ୍କୁ ଆଉ ହଇରାଣ ହୋଇ ଫୁଲବାଣୀ ଆସିବାକୁ ପଡିବ ନାହିଁ। ସେମାନେ ବାଲିଗୁଡାରେ ସିଜରିଆନ ଡେଲିଭରି କରି ପାରିବେ। ସେଠାରେ ଉପଯୁକ୍ତ ଅସ୍ତ୍ରୋପଚାର ଗୃହ ସହ ନିଶ୍ଚେତକ ଡାକ୍ତର, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସବୁବେଳେ ଉପସ୍ଥିତ ରହୁଛନ୍ତିି। ଜିଲାପାଳ ଡା.ବୃନ୍ଦା ଡିଙ୍କ ଉଦ୍ୟମ ଫଳରେ ଗତ ଅକ୍ଟୋବରରୁ ହେଲା ଏହା ସମ୍ଭବ ହୋଇଛି। ହେଲେ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଲୋକେ ଏହା ଜାଣି ନ ପାରି ଗର୍ଭବତୀଙ୍କୁ ଏବେ ବି ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ଆଣୁଛନ୍ତି। ବର୍ତ୍ତମାନ ସୁଦ୍ଧା ବାଲିଗୁଡା ମେଡିକାଲରେ ୧୫ ସିଜରିଆନ ଡେଲିଭରି ସରିଲାଣି।
କନ୍ଧମାଳ ଜିଲା ସ୍ବାସ୍ଥ୍ୟସେବାରେ ପଛରେ ରହିଛି। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଲୋକେ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରେ ବଞ୍ଚିତ ହେଉଛନ୍ତି। ଆସନ୍ନ ପ୍ରସବାଙ୍କ ପାଇଁ ମା’ ଘର ଖୋଲାଯାଇଛି। ସେଠାରେ ଗ୍ରାମରୁ ମହିଳାଙ୍କୁ ଆଣି ରଖାଯିବା ପରେ ପ୍ରସବ ପାଇଁ ମେଡିକାଲକୁ ନିଆଯାଏ। ସେହିପରି ଅଧିକାଂଶ ସମୟରେ ପରିବାର ଲୋକେ ଆସନ୍ନ ପ୍ରସବାଙ୍କୁ ଫୁଲବାଣୀ ମେଡିକାଲ ନେଇ ଆସିଥାନ୍ତି। ଯେହେତୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଏହି ସୁବିଧା ନ ଥିଲା। ଏହାର ମୂଳ କାରଣ ହେଉଛି ନିଶ୍ଚେତକ ଡାକ୍ତରଙ୍କ ଅଭାବ। ଏବେ ଜିଲାରେ ନିଶ୍ଚେତକ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡା.ସୁନୀଲ ବେହେରାଙ୍କୁ ବାଲିଗୁଡା ମେଡିକାଲ ପଠାଯାଇଛି। ସେ ସବୁବେଳେ ସେଠାରେ ରହି ସେବା ଯୋଗଇ ଆସୁଛନ୍ତିି। ବାଲିଗୁଡା ମେଡିକାଲରେ ମୁଖ୍ୟତଃ ବାଲିଗୁଡା, କ.ନୂଆଗଁା, ଦାରିଙ୍ଗବାଡି, ରାଇକିଆ, ତୁମୁଡିବନ୍ଧ ଏବଂ କୋଟଗଡ ବ୍ଲକ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ମିଳିଥିବା ସୁଚନା ଅନୁସାରେ, ମାସକୁ ହାରାହାରି ବାଲିଗୁଡାରେ ୧୧୧, କ.ନୂଆଗଁାରେ ୩୨, ଦାରିଙ୍ଗବାଡିରେ ୮୦, ତୁୁମୁଡିବନ୍ଧରେ ୫୧, କୋଟଗଡରେ ୫୬, ରାଇକିଆରେ ୩୧ ପ୍ରସବ କରିଥାନ୍ତି। ସେଥି ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ସିଜରିଆନ ଡେଲିଭରି ହୁଏ।
Posted inଆମ ଜିଲା ଖବର, କନ୍ଧମାଳ View All
ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା: ୨ ଗିରଫ
ଠାକୁରମୁଣ୍ଡା,୨୭ା୯(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଗତ ୨୩ ତାରିଖରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତେଜିତ ରୋଗୀଙ୍କ ସମ୍ପର୍କୀୟମାନେ...

ରକ୍ତ ନମୁନା ସଂଗ୍ରହ, ଔଷଧ ବଣ୍ଟନ
ଭୁବନ, ୨୮ା୫(ଡି.ଏନ୍.ଏ.)ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ବିଭିନ୍ନ ଓ୍ବାର୍ଡରେ ଜଣ୍ଡିସ ରୋଗ ବ୍ୟାପୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏହାର ନିୟନ୍ତ୍ରଣ ପାଇଁ ଜିଲା...

ଲାଉମୁଣ୍ଡାେରେ ଭାଜପାର ରୋଡ୍ ଶୋ’: ପୂର୍ବତନ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
ବିଜେପୁର, ୧୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁଁ ଭାଜପା ତାର ପ୍ରଚାର ଅଭିଯାନକୁ ଜୋରଦାର୍ କରିଛି। ଏହିକ୍ରମରେ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ଆମ୍ ଚାଷ୍ ଦେଇଛେ ଜୀବ୍କା : ପୋରଛାହନ୍ ଅଭାବ, ତଥାପି ସଫଲ
ପଦ୍ମପୁର, ୯।୬ (ଡି.ଏନ.ଏ): ଫଲ ଭିତରେ ରଜା ହେଉଛେ ଆମ୍। ସାରା ବିଶ୍ୱରେ ଅମ୍ର ଚାହିଦା କାହିଁରେ କେତେ। ଆଘ ଗଁ।ଗଁଲିମାନକେ ଅନେକ କିସମର ଆମ୍...

ଶୌଚ ହେବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଲେ, ବୃଦ୍ଧ ଗୁରୁତର
ଲୋଇସିଂହା, ୧୪।୭(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଗାଣ୍ଡପଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।...

କୋରାପୁଟ ଗସ୍ତରେ ୫ଟି ସଚିବ
ଜୟପୁର,୨୩।୪(ଡି.ଏନ.ଏ.): ରାଜ୍ୟରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ...

ନୀଳାଚଳ କାରଖାନର ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ମାମଲା ରଫାଦଫା ପାଇଁ ପକାଉଛି ଚାପ
କଳିଙ୍ଗନଗର, ୬।୮(ଡି.ଏନ.ଏ.)- ନୀଳାଚଳ କାରଖାନାରେ ଠିକାଶ୍ରମିକଭାବେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ପରିବାରକୁ କ୍ଷତିପୁଣ ମିଳିପାରି ନାହଁି।...

ଦିବ୍ୟାଙ୍ଗଙ୍କୁ ମାକ୍ସ ବଣ୍ଟନ
ବାଲିଆପାଳ, ୧୯।୪(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଙ୍ଗଠନ ୟୁଥ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ (ୱାଇଡ଼ିପି) ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଏହି ମହାମାରୀରୁ କିପରି ନିଜକୁ ସୁରକ୍ଷିତ...