ବାର୍ଦ୍ଧକ୍ୟର ବେଦନା

ସଂଗ୍ରାମ କେଶରୀ ପୃଷ୍ଟି

ଜୀବନସାରା ଯାବତୀୟ ବୋଝକୁ ମୁଣ୍ଡାଇ ମୁଣ୍ଡାଇ, ମୁଣ୍ଡ ଝାଳ ତୁଣ୍ଡରେ ମାରି ଲହୁଲୁହାଣ ହୋଇ ଖଟୁଥିବା ମଣିଷଟି କେତେବେଳେ ଯେ ଆସି ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ଯାଇଥାଆନ୍ତି, ସେକଥା ସେ ନିଜେ ମଧ୍ୟ ଜାଣିପାରନ୍ତି ନାହିଁ। ବୁଝିବା ଶକ୍ତି ଥାଇ ଓ କାମ କରିବାର ଦକ୍ଷତା ଥାଇ ସୁଦ୍ଧା ପରିବାରଲୋକଙ୍କ ପାଇଁ ସେ ପାଲଟି ଯାଆନ୍ତି ଅଲୋଡ଼ା, ଅଖୋଜା, ଅଦରକାରୀ। ଜୀବନସାରା ଅଭିଜ୍ଞତା ସାଉଁଟିଥିବା ମଣିଷଟିକୁ ଯେତେବେଳେ ସ୍ଥାଣୁ କରି ରଖିଦିଆଯାଏ, ତାଙ୍କୁ ବହୁତ କଷ୍ଟ ହୁଏ। କୌଣସି ପ୍ରସଙ୍ଗରେ ତାଙ୍କର ଟିକା ଟିପ୍ପଣୀ ଏବେ ଯେମିତି ଅକାମୀ ହୋଇପଡ଼ିଛି। ବାଃ ବାଃରେ ଦୁନିଆ! ବାର୍ଦ୍ଧକ୍ୟକୁ ସମ୍ମାନ ଦେବାରେ କେତେ କାର୍ପଣ୍ୟ ପ୍ରକାଶ କରୁଛୁ ଆମେ!
ବାର୍ଦ୍ଧକ୍ୟର ବେଦନା ସେତେବେଳେ ବଳିପଡେ, ଯେତେବେଳେ କି ତାଙ୍କ ଅର୍ଜିତ ପେନ୍‌ସନ ବା ବାର୍ଦ୍ଧକ୍ୟ ଭତ୍ତାରୁ ଭାଗନେବା ପାଇଁ ଚାଲେ ପୁଅମାନଙ୍କର ଜୁଲୁମ। ସେ ପଇସାର ଖର୍ଚ୍ଚକୁ ନେଇ ବାରମ୍ବାର ହିସାବ ମଗାଯାଏ। ନିଜ ଅର୍ଜିତ ରୋଜଗାରକୁ ଖର୍ଚ୍ଚ କରିବା ପାଇଁ ଯେତେବେଳେ ସନ୍ତାନ ସନ୍ତତିଙ୍କଠାରୁ ଅନୁମତି ନିଆଯାଏ ଓ ତାଙ୍କୁ ଖର୍ଚ୍ଚର ହିସାବ ଦିଆଯାଏ, ସେତେବେଳେ ବହୁତ କଷ୍ଟ ହୁଏ। ତାଙ୍କର ଅଧିକ ପୁଅ ଥିଲେ ତ ସମସ୍ୟା ବଳିପଡେ। ସମସ୍ତଙ୍କ ମନରେ କୁହୁଳି ଉଠୁଥାଏ ସନ୍ଦେହଟିଏ, ପେନ୍‌ସନ ବା ଭତ୍ତା ବାପା ଦେଉଛନ୍ତି କାହାକୁ? ଯାହାକୁ ସେ ତାଙ୍କ ପଇସା ଦେଉଛନ୍ତି, ସେ ଯାଇ ତାଙ୍କ ପାଖରେ ରୁହନ୍ତୁ, ତାଙ୍କ ପାଖରେ ଖାଆନ୍ତୁ। ଏପରିି ପରିସ୍ଥିତିରେ ନିଜ ବିବାହିତା କନ୍ୟା ପାଇଁ କିଛି କରିବାକୁ ହେଲେ ଶହେଥର ଚିନ୍ତା କରନ୍ତି ବାପା।
ସବୁକଥା ଏ ଦେହ ସହିଯାଉଥିଲା ବେଳେ ତାଙ୍କର ଖାଇବାକୁ ନେଇ ଭାଗ ବସାଇବା କଥାଟା ମନକୁ ବାଧେ। ମନେପକାନ୍ତି ସେ, କାଇଁ ଜୀବନ କାଳ ଭିତରେ ସେ ତ ତାଙ୍କ ପିଲାମାନଙ୍କୁ ନେଇ କେବେ ଦିନେ ବାଛବିଚାର କରି ନ ଥିଲେ। ନିଜେ ନ ଖାଇ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ନିଜେ ନୂଆ ପୋଷାକ ନ ପିନ୍ଧି ସେମାନଙ୍କୁ ପିନ୍ଧିବାକୁ ଦେଇଥିଲେ। ତା’ହେଲେ ଆମ ପ୍ରତି ଏ ଅବିଚାର କାହିଁକି ? ଆମେ ଯେଉଁ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିଆସିଥିଲୁ ଇଏ କ’ଣ ତା’ର ପ୍ରତିଫଳନ! କୁଆଡ଼େ ଗଲା ଦାୟିତ୍ୱ ଓ କର୍ତ୍ତବ୍ୟବୋଧ! ଅସହାୟ ବୃଦ୍ଧାବୃଦ୍ଧଙ୍କ ଏ ପ୍ରଶ୍ନର ଉତ୍ତର ତ ମିଳେନା ଓଲଟି ମିଳେ ପରିହାସ। ଘରେ କବାଟ ବନ୍ଦକରି ପୁଅବୋହୂ ବାହାରର ସ୍ବାଦିଷ୍ଟ ଖାଦ୍ୟ ଉପଭୋଗ କରୁଥିବା ବେଳେ ବୁଢ଼ାବୁଢୀଙ୍କ ଭାଗ୍ୟରେ ଥାଏ ଶୁଖିଲା ରୁଟି ଅବା ମୁଢ଼ି ଗଣ୍ଡେ। ବାର୍ଦ୍ଧକ୍ୟର ବେଦନା ଆହୁରି ବଳିପଡେ ସେତେବେଳେ, ଯେତେବେଳେ କି ତାଙ୍କ ଦେହ ଖରାପ ହୋଇଯାଏ। ଖୁଁ ଖୁଁ କାଶି ଏପଟେ ଜଣେ କଷ୍ଟ ପାଇଲା ବେଳକୁ ସେପଟେ କିନ୍ତୁ ମୃଦୁ ଗୁଞ୍ଜରଣରେ ଆସୁଥାଏ ବିରକ୍ତି ଭାବ- ଏମାନେ ମଣିଷକୁ ଟିକିଏ ଭଲ ଭାବରେ ଶୁଆଇ ବସାଇ ଦେଉନାହାନ୍ତି। ମରିଗଲେ ମଣିଷକୁ ଟିକିଏ ଶାନ୍ତି ମିଳିବ ! ଦେହ ଖରାପ ବେଳେ ଡାକ୍ତରଖାନା ଯିବା ପାଇଁ ପୁଅମାନଙ୍କ ପାଖରେ ନେହୁରା ହେବାକୁ ହିଁ ପଡ଼ିଥାଏ। ଚିକିତ୍ସା ତ କରାଯାଏ କିନ୍ତୁ ତା’ ବଦଳରେ କିଛି କଡାମିଠା ଗାଳି ଶୁଣିବାକୁ ମିଳିଥାଏ। ଏଇ ଯେମିତି, କାହିଁକି ଇଆଡୁ ସିଆଡୁ ଖାଇ ଦେହ ଖରାପ କରୁଛ? କାହିଁକି ଅଯଥାରେ ବାହାରେ ବୁଲୁଛ? ଆମେ ମନା କରୁଥିଲୁ ସେଠାକୁ ଯିବାପାଇଁ, କାହିଁକି ଯାଉଥିଲ ସେଠାକୁ? ଇତ୍ୟାଦି ଇତ୍ୟାଦି।
ଟିଭି ଦେଖିଲା ବେଳକୁ ବି ସ୍ବାଧୀନତା ହରାଇ ବସିଥାନ୍ତି ସେମାନେ। ବାହାର ଲୋକଙ୍କ ସହିତ କଥାହେବା ବି ମନା। ମନରେ ଭୟ, ଆମ ଘରର ଗୁମର କଥାସବୁ କାଳେ ବାହାରେ କହିଦେବେ କି? ବାହାରେ ଜାଣିଲେ ଆମର ସମ୍ମାନ ଚାଲିଯିବ ଯେ! ବାର୍ଦ୍ଧକ୍ୟରେ ଉପନୀତ ଏହି ମଣିଷମାନେ ଭାଙ୍ଗିପଡନ୍ତି । ଏମିତି ସମୟ ଆସି ଉପଗତ ହୋଇଥାଏ, ଯେତେବେଳେ ଏତେବଡ଼ ଘରେ ତାଙ୍କ ପାଇଁ ନିଅଣ୍ଟ ପଡେ ଜାଗା। ଅଗତ୍ୟା ଦାଣ୍ଡ ଘରେ ନତୁବା ଜିନିଷରଖା ଘରେ ସେମାନଙ୍କୁ ରହିବାକୁ ହୁଏ। ଘର ଅପରିଷ୍କାର ହେଲେ ସେଥିପାଇଁ ଗାଳି ବି ଶୁଣିବାକୁ ମିଳେ। ସ୍ଥାନ କାଳ ଓ ପାତ୍ର ଅନୁସାରେ ଏହି ଅସହାୟ ବାର୍ଦ୍ଧକ୍ୟଙ୍କ ପାଇଁ ଖୋଜାପଡେ ଅନାଥାଶ୍ରମ ନତୁବା ବୃଦ୍ଧାଶ୍ରମ। କେତେକ ପାରିବାରିକ ଚାପ କାରଣରୁ ସ୍ବତଃପ୍ରବୃତ୍ତ ଭାବରେ ଏହାକୁ ଆଦରିନେଇ ଚୁପ୍‌ ରହନ୍ତି। ବାର୍ଦ୍ଧକ୍ୟର ଏ ବେଦନା ସୁସଭ୍ୟ ମଣିଷ ସମାଜ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି ? ଯେ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟକୁ ସମ୍ମାନ ଦିଆଯାଇପାରିନାହିଁ, ସେ ପର୍ଯ୍ୟନ୍ତ ମାନବିକତାର ମୂଲ୍ୟବୋଧ ଆସିନାହିଁ ବୋଲି କୁହାଯାଇପାରେ।
ଶିକ୍ଷକ, କିଶୋରନଗର ଉଚ୍ଚ ବିଦ୍ୟାଳୟ, ଅନୁଗୋଳ, ମୋ: ୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?