ପୋଲିସ ଜଡ଼ିତ

ନାଗରିକ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ଉତ୍ତରଦାୟିତ୍ୱ ବହନ କରୁଥିବା ଓଡ଼ିଶା ପୋଲିସର ୮୭ ବର୍ଷର ଇତିହାସରେ ଏହାର କର୍ମଚାରୀଙ୍କ ବିରୋଧରେ ଆପରାଧିକ ଅଭିଯୋଗ ବଢ଼ିବାରେ ଲାଗିଛି। ହାଜତ ମୃତ୍ୟୁଠାରୁ ଆରମ୍ଭ କରି ମାନବ ଅଧିକାର ଉଲ୍ଲଂଘନ ଭଳି କାର୍ଯ୍ୟ ତଥା ବିଭିନ୍ନ ଦୁର୍ନୀତିକୁ ନେଇ ପୋଲିସର ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି। ପୋଲିସ ବ୍ୟବସ୍ଥାରେ ଆପରାଧିକ କାର୍ଯ୍ୟକଳାପକୁ ଭିତ୍ତିକରି ବହୁ ମାମଲା ଏବେ ବିଭିନ୍ନ କୋର୍ଟରେ ବିଚାରାଧୀନ ଅଛି। ତେବେ ନିକଟରେ ଘଟିଥିବା ଏକ ଘଟଣା, ଯେଉଁଥିରେ ପାରଳାଖେମୁଣ୍ଡି ରିଜର୍ଭ ପୋଲିସର ଜଣେ କନଷ୍ଟେବଲ ଜଡ଼ିତ ଥିବା ଜଣାପଡ଼ିବା ଖବର କାହାରିକୁ ଆଶ୍ଚର୍ଯ୍ୟ କରୁନାହିଁ। ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ୨ହଜାର ଟଙ୍କିଆ ନୋଟ ବଦଳାଇଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ୩୦ ଲକ୍ଷ ଟଙ୍କା ଲୁଟ୍‌ ଉଦ୍ୟମ କରି ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଅଛନ୍ତି କନଷ୍ଟେବଲ ତନୁଜ କୁମାର ସାବତ। ଉଲ୍ଲେଖନୀୟ ଯେ, କନଷ୍ଟେବଲ ତନୁଜଙ୍କ ବିରୋଧରେ ପୂର୍ବରୁ ଭିଜିଲାନ୍ସ ଓ ପୌଜଦାରି ମାମଲା ରହିଥିବା ପୋଲିସ ତରଫରୁ କୁହାଯାଇଛି। ତେବେ ସେହି କନଷ୍ଟେବଲ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ମଧ୍ୟ ସାଧାରଣ ନାଗରିକ ବୁଝିପାରୁଥିବେ। ଏହିଭଳି ଛୋଟିଆ କର୍ମଚାରୀଙ୍କ ମାଧ୍ୟମରେ ଯେଉଁ ଲୁଟ୍‌ କରାଯାଏ ତାହା ଉପର ସ୍ତର ପର୍ଯ୍ୟନ୍ତ ପହଞ୍ଚତ୍ଥିବା କଥା ସମସ୍ତେ ଜାଣନ୍ତି। ଧରାପଡ଼ିଲାବେଳକୁ ସେହି କନଷ୍ଟେବଲ କିମ୍ବା ହାବିଲଦାର ସ୍ତରର କର୍ମଚାରୀ ବଳିପଡ଼ନ୍ତି। ଓଡ଼ିଶାରେ କୌଣସି ଆଇପିଏସ୍‌ (ଭାରତୀୟ ପୋଲିସ ସେବା) ଅଫିସର ଦୁର୍ନୀତି କରି ଧରାପଡ଼ିବାର ନଜିର କ୍ୱଚିତ ମିଳିଥାଏ। ସମସ୍ତେ ଜାଣନ୍ତି ଉପରସ୍ତରରୁ ଅନୁମତି ବିନା ତଳ ସ୍ତରରେ, ବିଶେଷକରି ପୋଲିସ ବିଭାଗରେ, ଦୁର୍ନୀତି ଘଟିବା ସମ୍ଭବପର ହୁଏ ନାହିଁ। ଏଠାରେ ମନେପଡ଼େ କିଛି ବର୍ଷ ପୂର୍ବେ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ଭଡ଼ାଘରେ ରହୁଥିବା ଏକ ପରିବାରର ୧୪ ବର୍ଷୀୟ ଝିଅ ନିଖୋଜ ହୋଇଯିବା ଘଟଣା। ଖବର ନେବାରୁ ଜଣାପଡ଼ିଲା ଯେ, ପଡ଼ୋଶୀ ଘରେ ରହୁଥିବା ଜଣେ ହିନ୍ଦୁସ୍ତାନୀ ମହିଳା କିଛି ମାସ ଧରି ଏହି ଝିଅ ସଙ୍ଗେ ବନ୍ଧୁତା ସୃଷ୍ଟି କରିଥିଲେ। ପିଲାଟି ସ୍କୁଲ ଯିବା ଏବଂ ଆସିବାବେଳେ ମହିଳା ଜଣକ ତା’ସଙ୍ଗେ ଯାଇ ପ୍ରଥମେ ଚକୋଲେଟ, ଟିକିଲି ଇତ୍ୟାଦି କିଣିକରି ଦେଉଥିଲେ। କିଛି ମାସ ପରେ ଝିଅକୁ ନେଇ ଲୁଗାପଟା ମଧ୍ୟ କିଣି ଦେଇଥିଲେ। ମାତାପିତାଙ୍କ ସନ୍ଦେହ ଦୂର କରିବା ପାଇଁ ସେହି ମହିଳା ଝିଅକୁ ଆଣି ଘର ଦୁଆରମୁହଁରେ ଛାଡ଼ିଦେଇ ଚାଲିଯାଉଥିଲେ। ଗୋଟିଏ ଦିନ ଝିଅ ତା’ର ସ୍କୁଲ ଗଲା, କିନ୍ତୁ ନିର୍ଦ୍ଧାରିତ ସମୟରେ ଘରକୁ ଫେରିଲା ନାହିଁ। ଖୋଜାଖୋଜି ଏବଂ ଅପେକ୍ଷା କରି ବିଳମ୍ବିତ ରାତ୍ରିରେ ପୋଲିସ ଥାନାରେ ଏତଲା ଦେବାକୁ ମାତାପିତା ଯେତେବେଳେ ଗଲେ ସେତେବେଳେ ସେଠାକାର ଥାନାର ପୋଲିସ ଅଫିସର ଝିଅ ସମ୍ପର୍କରେ ଅଭଦ୍ର କଥା କହିବା ସହିତ ଏତଲା ମଧ୍ୟ ରଖିଲେ ନାହିଁ। ଜଣେ ସାମ୍ବାଦିକଙ୍କର ଦୃଷ୍ଟିକୁ ଏହି ଘଟଣା ଆସିବା ପରେ ତତ୍‌କାଳୀନ ଏସ୍‌ପିଙ୍କ ଦୃଷ୍ଟିକୁ ଘଟଣାଟି ଅଣାଗଲା। ‘କିଛି ସମୟ ଦିଅନ୍ତୁ କାର୍ଯ୍ୟ କେରିଦେବା’ କହି ସେତେବେଳର ଏସ୍‌ପି ୪ ଦିନ ମଧ୍ୟରେ ଝିଅକୁ ଦିଲ୍ଲୀରୁ ଫେରାଇ ଆଣିପାରିଲେ। ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ସେହି ୪ ଦିନ ମଧ୍ୟରେ ଝିଅଟି ୭ ଥର ବିକ୍ରି ହୋଇସାରିଥିଲା। ଝିଅଟିର ଭାଗ୍ୟ ଭଲ ଥିବାରୁ ବଳାକତ୍ାର କିମ୍ବା ମାଡ଼ ସହିବାକୁ ପଡ଼ି ନ ଥିଲା। କିନ୍ତୁ ଏହିଭଳି ଭାଗ୍ୟ ଅଧିକାଂଶ ଝିଅଙ୍କର ନ ଥାଏ। ଏହି ଘଟଣା ପ୍ରମାଣ କରିଦିଏ ଯେ, ଭାରତରେ ପୋଲିସର ଅଜାଣତରେ ମହିଳା ଚାଲାଣ କରିବା କୌଣସି ସ୍ଥାନରେ ସମ୍ଭବପର ହୁଏନାହିଁ। ସେହିଭଳି ଅଳ୍ପ ବୟସ୍କ ପୁଅପିଲା ମଧ୍ୟ ନିଖୋଜ ହୋଇଯାଆନ୍ତି। ତତ୍‌ସହିତ ଚୋରି ହୋଇଥିବା ସାମଗ୍ରୀ ବିଭିନ୍ନ ଜାଗାକୁ ପଠାଇବାକୁ ହେଲେ ପୋଲିସ ଅନୁମତି ଦରକାର ହୋଇଥାଏ।
ଭୁବନେଶ୍ୱରଠାରୁ ଦିଲ୍ଲୀ ଭଳି ସହରରେ ବୟସ୍କ ଦମ୍ପତିଙ୍କ ଘର ଏବଂ ସମ୍ପତ୍ତି ଜବରଦଖଲ କାର୍ଯ୍ୟ ରୀତିମତ ପୋଲିସର ଆଶୀର୍ବାଦ ବିନା କରାଯାଇପାରେ ନାହିଁ। ଭୁବନେଶ୍ୱରରେ ଅନେକ ବୟସ୍କ ନାଗରିକଙ୍କ ଘର ଏବଂ ଜମି ଜବରଦଖଲ କରିବା ପାଇଁ ସ୍ଥାନୀୟ ଗୁଣ୍ଡା ଶ୍ରେଣୀର ଯୁବକ ଏବଂ ଅନେକ ସମୟରେ କେତେକ କିନ୍ନରଙ୍କୁ ବ୍ୟବହାର କରାଯିବା ପଛରେ ପୋଲିସର ସକ୍ରିୟ ସହଯୋଗ ରହିଥିବା ଘଟଣାର ଅନେକ ଉଦାହରଣ ମିଳିଥାଏ। ଏଥିରୁ ସହଜରେ ଅନୁମାନ କରିହୁଏ ଯେ, ଭାରତବର୍ଷସାରା ବିନା ସ୍ଥାନୀୟ ଥାନାର ସମ୍ପୃକ୍ତିରେ ଗୋଟିଏ ପକେଟମାର୍‌ ମଧ୍ୟ କାର୍ଯ୍ୟ କରିପାରେ ନାହିଁ। ଏହାର ଅନେକ ଉଦାହରଣ କଲିକତାର ହାଓ୍ବଡ଼ା ରେଲଓ୍ବେ ଷ୍ଟେଶନରେ ପକେଟମାର୍‌ ହୋଇଥିବା ଲୋକଙ୍କର ପହୁଞ୍ଚଥିଲେ କେଉଁଭଳି ନାଟକୀୟ ଭାବରେ ତାଙ୍କର ଟଙ୍କା ଫେରିଆସେ ସେ ବିଷୟରେ ମଧ୍ୟ ଅନେକଙ୍କର ଅନୁଭୂତି ରହିଛି। ଏହା ହେଉଛି ଭାରତୀୟ ପୋଲିସର ଚରିତ୍ର। କେଉଁଠି ବେଶି ତ କେଉଁଠି ଅଳ୍ପ। କିନ୍ତୁ ସବୁଆଡ଼େ ଗୋଟିଏ କଥା ‘ପୋଲିସ ଜଡ଼ିତ’।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?