ବାରିପଦା ପୌର ପରିଷଦରେ ଅନିୟମିତତା: ସମ୍ପର୍କୀୟଙ୍କୁ ମିଳିଛି ଦୋକାନ ଘର

ବାରିପଦା ଅଫିସ,୧।୮-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ବାରିପଦା ସହର ପରିଚିତ। ଏକଦା ଭଞ୍ଜଦେଓ ବଂଶର ରାଜଧାନୀ ଥିବା ଏହି ସହର ଏବେ ପୌର ପରିଷଦ ଦ୍ୱାରା ପରିଚାଳିତ ହେଉଛି। ତେବେ ଟେଣ୍ଡର ଫିକ୍ସିଂ, ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଟଙ୍କା ପ୍ରଦାନରେ ଅନିୟମିତତା, ନିର୍ମାଣ କାର୍ଯ୍ୟରେ ଅନିୟମିତତା ଆଦି ବିଭିନ୍ନ ଘଟଣାକୁ ନେଇ ଏହି ପୌର ପରିଷଦ ସବୁବେଳେ ସମାଲୋଚନାର ଶିକାର ହେଉଛି। ଠିକାଦାର ଓ ପୌର କର୍ମଚାରୀଙ୍କ ସମ୍ପର୍କୀୟଙ୍କ ନାଁରେ ଦୋକାନ ଘର ଦେବା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏପରିକି କଚେରି ବଜାର ପରିସରରେ ୫ ଜଣଙ୍କୁ ଦୋକାନ ଘର ନିର୍ମାଣ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ପୌର ପରିଷଦ ପକ୍ଷରୁ ୨୦୧୨ ଓ ୨୦୧୩ରେ ଦୋକାନ ଗୃହ ନିର୍ମାଣ ପାଇଁ ମ୍ୟୁନିସିପାଲ ଆକ୍ଟର ୨୫୫ ଧାରା ଅନୁସାରେ ପ୍ରଥମେ ଜାଗା ପ୍ରଦାନ କରାଯାଇଥିଲା। ପରେ ୨୦୧୫ ମସିହାରେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ଦୋକାନଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା। ପୌର ପରିଷଦର ଜଣେ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏହି ବ୍ୟକ୍ତିମାନେ ଦୋକାନ ଘର ନିର୍ମାଣ କରିବେ ଏବଂ ଅନୁମତି ପତ୍ର ପାଇବାର ୬ ମାସ ମଧ୍ୟରେ ଦୋକାନ ଘର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନୁମତିପତ୍ର ପାଇବାର ୬ ମାସ ପରିବର୍ତ୍ତେ ପ୍ରାୟ ୪ ବର୍ଷ ପରେ ଏହା ନିର୍ମାଣ କରାଯାଉଛି। ନିୟମ ଖିଲାପ ସତ୍ତ୍ୱେ ପୌର କର୍ତ୍ତୃପକ୍ଷ ଏମାନଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏପରିକି ଗତ ଫେବୃୟାରୀରେ ପୌର ପରିଷଦ ବୋର୍ଡ ଭାଙ୍ଗିବା ପୂର୍ବରୁ ଦୋକାନଗୃହ ନିର୍ମାଣ ପାଇଁ ଦିଆଯାଇଥିବା ଅନୁମତିପତ୍ରକୁ ବାତିଲ କରି ପୁନର୍ବାର ଅନୁମତିପତ୍ର ପ୍ରଦାନ କରାଯାଇଛି। ଏସମ୍ପର୍କରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରି ଏପରି ହୋଇ ନ ଥିବା କହିଛନ୍ତି। କିନ୍ତୁ ବ୍ୟବସାୟୀ ଓ ସାଧାରଣ ଲୋକେ ଏନେଇ ପ୍ରଶ୍ନ ଉଠାଇଛନ୍ତି। ସେହିପରି କଚେରି ମାର୍କେଟ ପରିସରରେ ପୌର ପରିଷଦ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି। ଏଥିପାଇଁ ୨୦୧୬ ମସିହାରେ ବ୍ୟବସାୟୀଙ୍କୁ କଚେରି ମାର୍କେଟର କିଛି ନିର୍ଦ୍ଦିିଷ୍ଟ ସ୍ଥାନରୁ ଉଠାଯାଇଥିଲା। ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରିବା ପରିବର୍ତ୍ତେ ଠିକାଦାର ଓ ପୌରକର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ଦୋକାନ ଘର ନିର୍ମାଣ ପାଇଁ ଅନୁମତି ଦେବା ପୌର କର୍ତ୍ତୃପକ୍ଷଙ୍କ ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛି। ଏହି ବ୍ୟବସାୟୀମାନେ ସେତେବେଳେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସେହି ସମୟରେ ଉତ୍ତର ଦେଇଥିଲେ, କଚେରି ମାର୍କେଟ ପରିସରରେ ସ୍ଥାୟୀ ଦୋକାନ ଘର ନିର୍ମାଣ କରାଯିବା ପାଇଁ ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରାଯାଇଛି। ସ୍ଥାୟୀ ଦୋକାନ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଏହି ବ୍ୟବସାୟୀମାନେ ଅସ୍ଥାୟୀ ଭାବେ ବ୍ୟବସାୟ କରିବେ। ଏପରିସ୍ଥଳେ ଏହି କଚେରି ମାର୍କେଟ ପରିସରରେ ପ୍ରକୃତ ବ୍ୟବସାୟୀମାନଙ୍କୁ ଦୋକାନ ଘର ନିର୍ମାଣ କରିବା ପାଇଁ ଜାଗା ନ ଦେଇ ବାହାର ଲୋକଙ୍କୁ ଜାଗା ଦେବା ଘଟଣା ବ୍ୟବସାୟୀଙ୍କୁ ଆଲୋଡିତ କରିଛି। ଏହି ବ୍ୟକ୍ତିମାନେ କିଛିଦିନ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଠିକାଦାର ଓ ପୌର କର୍ମଚାରୀଙ୍କ ଚଞ୍ଚକତା ଦ୍ୱାରା ଏଭଳି କାରସାଦି କରାଯାଇଥିବା ସମାଜିକକର୍ମୀ କିଶୋର ବେହେରା ଅଭିଯୋଗ କରଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଷ ପିଇ ଜୀବନ ହାରିଲେ ନାବାଳିକା: ବନ୍ଧାହେଲେ ଅଭିଯୁକ୍ତ ପ୍ରେମିକ

କୋକସରା,୨୦ା୪(ଡି.ଏନ.ଏ.): ପ୍ରେମ ପ୍ରତାରଣାର ଶିକାର ହୋଇ ଜଣେ ନାବାଳିକା ଲୋକଲଜ୍ଜା ସହି ନ ପାରି ବିଷ ପିଇ ଗୁରୁତର ହୋଇପଡିଥିଲେ। ଏକ ମାସ ହେଲା ନାବାଳିକ...

ଲକ୍‌ଡାଉନ୍‌: ଆଗଭଳି ଚାଲିଛି ଶିଳ୍ପସଂସ୍ଥା

ପାରାଦୀପ, ୨୯।୩ (ସ୍ବ.ପ୍ର.)-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ପାରାଦୀପରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ପାରାଦୀପର ବିଭିନ୍ନ ଶିଳ୍ପ ସଂସ୍ଥା ଚାଲୁ...

୨୮ ପାନ ଦୋକାନରୁ ଜରିମାନା ଆଦାୟ

ଛତ୍ରପୁର,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବାଇପାସ ଅଞ୍ଚଳରେ ଥିବା ସମସ୍ତ ପାନ ଦେକାନକୁ ଏକ ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଯାଞ୍ଚ କରିଛନ୍ତି...

ଖାଦ୍ୟରେ ବିଛା ବାହାରିବା ଘଟଣା: ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ

ଭୋଗରାଇ, ୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ମନ୍ଦାରସାହି ପଞ୍ଚାୟତ ହରିପୁର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଭାତରେ ମଲା ବିଛା ବାହାରିଥିବା ଅଭିଯୋଗ...

ପ୍ରେମିକଙ୍କ ସହ ଯିବାକୁ ଜିଦ୍‌ ଧରିଲେ ମହିଳା; ବଜାର ଉପରେ ସ୍ବାମୀ ହଟହଟା

ଅନୁଗୋଳ ଅଫିସ, ୧୪।୬- ରଜ ପାଇଁ ସ୍ବାମୀଙ୍କ ସହ ଅନୁଗୋଳ ବଜାରକୁ କିଣାକିଣି କରିବାକୁ ଆସିଥିବା ଜଣେ ମହିଳା ପ୍ରେମିକଙ୍କ ସହ ଯିବାକୁ ଜିଦ୍‌ ଧରିବା...

ରଥଖଳାରେ ପଶିଲା କରୋନା, ୨ ମହାରଣା ପଜିଟିଭ୍‌ ଚିହ୍ନଟ

ପୁରୀ ଅଫିସ,୧୯।୫: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ତେବେ କୋଭିଡ୍‌ କଟକଣା ମଧ୍ୟରେ ରଥ ନିର୍ମାଣ...

କୋଟିଆରେ ଆନ୍ଧ୍ରର ଜବରଦସ୍ତି କାର୍ଯ୍ୟ

ପଟ୍ଟାଙ୍ଗୀ,୨୦ା୮(ଡି.ଏନ୍‌.ଏ.): ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଜବରଦସ୍ତ ପଶିଛି ଆନ୍ଧ୍ର। ଗୁରୁବାର କୋଟିଆର ୨ ଗ୍ରାମ ଫାଟୁସିନେରି...

ବଢୁଛି ବୁଢ଼ାବଳଙ୍ଗ,ଗଙ୍ଗାହାର

ବାରିପଦା ଅଫିସ,୧୧ା୮: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ପରିସ୍ଥିତି ସୃଷ୍ଟି...

Advertisement
Archives

Model This Week