ବାରବାର ଆବେଦନ କରି ନିରାଶ: ଭତାରୁ ବଁଚିତ୍‌ ଲକ୍ଷ୍ମୀଧର, ସୁଶୀଲା

କଣ୍ଟାମାଳ, ୯ା୧(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ ମାଣ୍ଡିଆଯୋର ଗଁାର ଲକ୍ଷ୍ମୀଧର ବେହେରା(୫୪) ଆର ବିଧବା ସୁଶୀଲା ଭୋଇ(୪୭) ଭତାରୁ ବଁଚିତ୍‌ ହେଇ ବଡ଼ା ଦୁଖେ ଦିନ୍‌ ବିତଉଛନ୍‌। ଉଭଏ ଅନେକଥର ଭତାର ଲାଗି କାଗଜପତର ଦେଇଛନ୍‌। ହେଲେ ବଛର ବଛର ବିତିଯାଇଥିଲେ ବି ଭତା ପାଏବାରୁ ବଁଚିତ୍‌ ହେଇଥିବାର ଉଭଏ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ମାଣ୍ଡିଆଯୋ ଗଁାର ଲକ୍ଷ୍ମୀଧର ବେହେରା। ପରିବାର କହେଲେ ମାଏକିନା, ଦୁଇ ପୁଓ ଆର ଦୁଇ ଝି’କେ ନେଇ ସଁସାର। ଲକ୍ଷ୍ମୀଧର ନିଜର ୨ ଏକର ଜମି ଚାଷ୍‌ବାସ କରବାର ସଂଗେ କୁଲିମଜୁରି କରି କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କେ ଅଢ଼େ ବଛର ତଲେ ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲାରୁ ତାକର ଗୋଡ଼ହାତ୍‌ ଅଚଲ ହେଇଯାଇଛେ। ଚାଲବୁଲ ତ ଦୂରର କଥା ଏହେଦେ ସେ ଏକ୍‌ଲା ସାହାସ କରି ଠିଆ ବି ହେଇ ନାଇଁପାରବାର। ତାକର ଚିକିଛାରେ ପରିବାର ଲୋକ୍‌ ଲାଗ୍‌ବରମସ କରି ବୁର୍ଲାରୁ କଟକ ତକ୍‌ ଯାଇ ସରବ୍‌ସୁଅଁାତ୍‌ ହେଇଛନ୍‌। ଏନ୍‌ତାଥି ତାକର ୨ ଏକର ଜମି ବି ବଁଧକ୍‌ ପଡ଼ିଛେ। ଇଆଡ଼େ ଦେଢ଼ ବଛର ହେଲା ଭିନ୍ନକ୍ଷମ ଭତା ଲାଗି ବାରବାର ଆବେଦନ କରି ପଁଚେତ୍‌ରୁ ବ୍ଲକ ନରଦି ନରଦି ନିହାଲ ହେଇଗଲେନ। ହେଲେ କିଛି ଲାଭ ନାଇଁ। ଏନ୍‌ତାଥି ମାଏକିନା ପରହର ଘରେ କାମ୍‌ବୁତା କରି କୁଟୁମ ପୁଷୁଛନ୍‌। ସେନ୍‌ତା ମାଣ୍ଡିଆଯୋର ଇ ଗଁାର ନିସାହା ବିଧବା ସୁଶୀଳା ଭୋଇ। ୨ ବଛର ତଲେ ଆପ୍‌ନେ ରୋଗ୍‌ରେ ପଡ଼ି ଆରପାରକେ ବାଟ୍‌ କାଟଲା ଉତାରୁ ପରିବାରର ବୋଝ୍‌ ଖଁଦେଇଛନ୍‌। ଘରେ ୧୭ ବଛର୍‌ର ଅବିହାରି ଝି’। ଏନ୍‌ତାଥି ସୁଶୀଲା କୁଲିମଜୁରି କରି, ଆସର ପାସର ଜଂଗଲରୁ ସରଗୀ ପତର ଆନି ଖଲିଦନା ଟିପି ପରିବାର ଚଲଉଛନ୍‌। ସୁଶୀଲା ବି ବାରବାର ବିଧବା ଭତା ପାଏବାର ଲାଗି ଆବେଦନ କରି ଥକିଗଲେନ। ଡିସେମ୍ବର ମାସର ପହେଲା ହପ୍‌ତା ଜିଲାପାଳକଁର କୁଲତାଯୋର ପରିଦରଶନ ବେଲେ ବିଡିଓକୁଁ ଭେଟି ଲକ୍ଷ୍ମଣ ଆର ସୁଶୀଲା ଭତାର ଲାଗି ଗୁହାରି କରିଥିଲେ। ହେଲେ ପରଶାସନ ତରଫୁ ଇ ଦିଗେ ଆଏଜ୍‌ତକ କେହେନ୍‌ସି ପଦକ୍ଷେପ ନାଇଁ ନିଆଯାଇ ବଲି ଉଭଏ କହିଛନ୍‌। ଆଗରୁ କଣ୍ଟାମାଳ ବ୍ଲକରେ ମଲା ଲୁକ୍‌କର ନଁାରେ ମାସମାସ ଧରି ଭତା ଟଁକା ଉଠେଇ ନିର୍ବାହୀ ଅଧ୍‌କାରୀ ଖାଇଦେବାର ଅଭିଯୋଗ ରହିଛେ। ହେଲେ ଇଆଡେ ୨ ଝନ୍‌ ଆସାହା ହକ୍‌ଦାର ହିତାଧିକାରୀ ବାରବାର ଭତାର ଲାଗି ଆବେଦନ କରି ନିରଶ ହେବାରଟା ଥାନୀଅ ବୁଧିଜୀବୀକୁଁ ଆଶିରିଯ୍‌ କରିଛେ। ଇ ଦିଗେ ଜିଲାପାଲ ଖାସ୍‌ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲର ବୁଧିଜୀବୀ ମହଲ ଦାବି କାରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri