Posted inଜାତୀୟ

ବାମ ସଙ୍ଗଠନ ଦଖଲରେ ଜେଏନ୍‌ୟୁ

ନୂଆଦିଲ୍ଲୀ,୧୭ା୯(ପି.ଟି.): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)କୁ ବାମପନ୍ଥୀ ଛାତ୍ର ସଙ୍ଗଠନଗୁଡ଼ିକ ଦଖଲ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ୪ ପ୍ରମୁଖ ପଦବୀରେ ଆଇଏଏସ୍‌ଏ, ଏସ୍‌ଏଫ୍‌ଆଇ, ଏଆଇଏସ୍‌ଏଫ୍‌ ଏବଂ ଡିଏସ୍‌ଏଫ୍‌କୁ ନେଇ ଗଠିତ ସଂଯୁକ୍ତ ମେଣ୍ଟ ସଫଳ ହୋଇଥିବା ମଙ୍ଗଳବାର ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଛି।
ସଂଯୁକ୍ତ ମେଣ୍ଟର ସଭାପତି ପ୍ରାର୍ଥୀ ଆଇଶେ ଘୋଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ମନୀଷ୍‌ ଜାଙ୍ଗିଡ୍‌ଙ୍କୁ ପରାଜିତ କରିଛନ୍ତି। ଆଇଶେଙ୍କୁ ୨,୩୧୩ ଭୋଟ ମିଳିଥିବାବେଳେ ଜାଙ୍ଗିଡ୍‌ଙ୍କୁ ୧,୧୨୮ ଛାତ୍ରୀଛାତ୍ର ସମର୍ଥନ କରିଛନ୍ତି। ସେହିପରି ଉପସଭାପତି ପଦ ପାଇଁ ସଂଯୁକ୍ତ ମେଣ୍ଟର ସାକେତ ମୁନ୍‌ ୩,୩୬୫ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଏବିଭିପି ପ୍ରାର୍ଥୀ ଶ୍ରୁତି ଅଗ୍ନିହୋତ୍ରୀ ୧,୩୩୫ ଖଣ୍ଡ ଭୋଟ ପାଇ ହାରିଯାଇଛନ୍ତି। ସତୀଶ ଚନ୍ଦ୍ର ଯାଦବ ୨,୫୧୮ ଭୋଟ ପାଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ସବରୀଶ ପିଏ ୧,୩୫୫ ଭୋଟ ସହ ପରାଜୟ ସ୍ବୀକାର କରିଛନ୍ତି। ୩,୨୯୫ ଭୋଟ ପାଇଥିବା ମହମ୍ମଦ ଦାନିଶ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇ ସୁମନ୍ତ କୁମାର ସାହୁଙ୍କୁ ହରାଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଜେଏନ୍‌ୟୁଏସ୍‌ୟୁ ନିର୍ବାଚନରେ ୫,୭୦୦ ଛାତ୍ରୀଛାତ୍ର ମତାଧିକାର ସାବ୍ୟସ୍ତ କରିଥିଲେ। ମତଦାନ ହାର ୬୭.୯% ଥିଲା, ଯାହାକି ୭ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ପରେ ଏହି ନିର୍ବାଚନ ଫଳ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଶ୍ରଦ୍ଧାଳୁଙ୍କ କରୋନା ଯାଞ୍ଚ ରହିବ ବାଧ୍ୟତାମୂଳକ

ଅନନ୍ତନାଗ,୬।୬: କରୋନା ଲକ୍‌ଡାଉନ ମଧ୍ୟରେ ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ଥର ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଅଗଷ୍ଟ ୩ମଧ୍ୟରେ...

ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ଏସ୍‌ସି/ଏସ୍‌ଟିଙ୍କ କ୍ଷେତ୍ରରେ ସ୍ବଚ୍ଛଳ ବର୍ଗ ପ୍ରଯୁଜ୍ୟ ନୁହେଁ

ନୂଆଦିଲ୍ଲୀ,୩ା୧୨: ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସୁବିଧାରୁ ସ୍ବଚ୍ଛଳ ବର୍ଗଙ୍କୁ ବାଦ୍‌ ଦେବା ପାଇଁ ସୁପ୍ରିମକୋର୍ଟ ୨୦୧୮ରେ...

ସୋନିଆଙ୍କୁ ୧୦୦ କଂଗ୍ରେସ ନେତାଙ୍କ ପତ୍ର

ନୂଆଦିଲ୍ଲୀ, ୧୮।୮: ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରାୟ ୧୦୦ ଜଣ କଂଗ୍ରେସ ନେତା ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ନିଲମ୍ବିତ...

ନେପାଳର ନୂଆ ରାଷ୍ଟ୍ରଦୂତ ହେଲେ ନବୀନ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୮।୫: ନବୀନ ଶ୍ରୀବାସ୍ତବଙ୍କୁ ଭାରତ ପକ୍ଷରୁ ନେପାଳର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ନବୀନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ...

ଦୀପାବଳି ପୂର୍ବରୁ କାହିଁକି ପାଳନ କରାଯାଏ ଧନତେରସ

ଆଲୋକର ପର୍ବ ଦୀପାବଳିକୁ ନେଇ ଘରେ ଘରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। ହେଲେ ଏହି...

ରାମଦେବଙ୍କ ଉପରେ ରାଗିଗଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ଯୋଗ ଗୁରୁ ରାମଦେବଙ୍କୁ ଏକ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର...

୨୨ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ

ଭୋପାଳ,୧୩।୩(ପି.ଟି.): ମଧ୍ୟପ୍ରଦେଶର ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବାବେଳେ ବାଚସ୍ପତି ଏନ୍‌.ପି. ପ୍ରଜାପତି ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ସେମାନେ ସ୍ବେଚ୍ଛାକୃତ ଭାବେ ଇସ୍ତଫା...

ପ୍ରଚାରରେ ଇମୋସନାଲ କାର୍ଡ ଖେଳିଲେ ସିଦ୍ଧୁଙ୍କ ଲଳନା

ଅମୃତସର,୧୧।୨: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହିକ୍ରମରେ ପଞ୍ଜାବ ଅମୃତସରର...

Advertisement
Archives

Model This Week