ବାପ ପୁଅଙ୍କୁ କାତିରେ ଆକ୍ରମଣ, ଜଣେ ଅଟକ

ବୁଗୁଡ଼ା,୨୩ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମରେ ଶୁକ୍ରବାର ଗୋଟିଏ ପରିବାରର ବାପ ଓ ପୁଅକୁ କାତିରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଗଁାର ଜଳନ୍ଧର ଜେନା ଓ ପୁଅ ବଳରାମ ସକାଳେ ପରିବାର ସହ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସେଠାରେ ପହଞ୍ଚତ୍ ଜମି ବିକ୍ରୟ ନେଇ ବଳରାମଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ରାଗିଯାଇ ଗୋଟିଏ କାତିରେ ହଠାତ୍‌ ବଳରାମଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ଜଳନ୍ଧର ବିରୋଧ କରିବାରୁ କାତିରେ ତାଙ୍କର ଗୋଡ଼କୁ ହାଣିଥିଲେ। ବାପ ଓ ପୁଅଙ୍କୁ ରକ୍ତାକ୍ତ ଅବସ୍ଥାରେ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବଳରାମଙ୍କ ମା’ ସରସ୍ବତୀଙ୍କ ଏ ନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନବିକତା ଦେଖାଇଲେ ଜିଲାପାଳ: ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ

ଶେରଗଡ଼,୨୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁ ଗ୍ରାମ ଛକରେ ରବିବାର ପୂର୍ବାହ୍ନରେ ଏକ ବାଇକ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଶିବ ପ୍ରଧାନ...

ବନ୍ୟାରେ ମତ୍ସ୍ୟଚାଷୀଙ୍କ ଜୀବିକା ଭାସିଗଲା

କେନ୍ଦ୍ରାପଡ଼ା, ୯।୮(ଜଗନ୍ନାଥ ଧଳ): ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରି ଦେଇଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଜିଲାର ୭...

ବର୍ଷାରେ ବେହାଲ ଦାରିଙ୍ଗବାଡି: ପାଣି ନିଷ୍କାସନ ପାଇଁ ଖୋଲାହେଲା ଗାତ

ଦାରିଙ୍ଗବାଡି,୯ା୭(ଅରୁଣ ସାହୁ ): ଦାରିଙ୍ଗବାଡି ବଜାର ଦେଇ ଯାଇଥିବା ୫୯ ନମ୍ବର ଜାତୀୟରାଜପଥର ତ୍ରୁଟିପୂର୍ଣ୍ଣ ରାସ୍ତା ସମ୍ପ୍ରସାରଣ ଯୋଗୁ ମାତ୍ର ୧୦ ମିନିଟ ବର୍ଷାରେ ପାଣି...

ମେଶିନ କରିବ ସହର ସଫେଇ

ଅନୁଗୋଳ ଅଫିସ, ୧୧ା୧୦: ଅନୁଗୋଳ ସହର ପ୍ରଦୂଷଣ ବଳୟ ଭିତରେ ରହୁଛି। ବିଭିନ୍ନ ସମୟରେ ଏହି ପ୍ରଦୂଷଣ ପାଇଁ ସହରୀ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ତେଣୁ...

ବଢ଼ୁଛି ଭୟ: ପୁଣି ଜଣେ ମହାରଣା, ଭୋଇ ସେବକ କରୋନା ପଜିଟିଭ୍‌

ପୁରୀ ଅଫିସ,୨୨।୫: ପୁରୀରେ ଶନିବାର ପୁଣି ମହାରଣା ଓ ଜଣେ ଭୋଇ ସେବକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ରଥକାମ କରୁ ନ ଥିବା...

ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ କୋର୍ଟଚାଲାଣ

ଜୁନାଗଡ,୧।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ବିଜ୍ରାଦର ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ଘଟଣାରେ ପୋଲିସ...

ଜଙ୍ଗଲ ଭିତରେ ନିଆଁ, ବାହାରେ ଶିକାରୀ

ସଜନାଗଡ଼,୧।୪: ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୩ ଦିନ ହେବ ନିଆଁ ଜଳୁଥିବାରୁ ବନ୍ୟଜନ୍ତୁ ଜୀବନ ବିକଳରେ ଏଣେତେଣେ ଘୂରି ବୁଲୁଛନ୍ତି। ଫଳରେ ଏହା...

ବାହୁଡ଼ା ଦେଖି ଫେରୁଥିବା ବେଳେ ଦୁର୍ଘଟଣା: ୨ ମୃତ , ଜଣେ ଗୁରୁତର

ମାଲକାନଗିରି,୧୩।୭(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚମ୍ପାଖାରୀ ଗ୍ରାମ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ...

Advertisement
Archives

Model This Week