ବାପାଙ୍କ ମନପ୍ରାଣ ବିଜୁବାବୁ; ଭାଜପାରେ ମିଶିବା ଭୁଲ ନିଷ୍ପତ୍ତି ଥିଲା: ସମ୍ବିତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ ଆଉ ଏବେ ଏବେ ଭାଜପାରୁ ବୁଧବାର ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଡା. ଦାମୋଦର ରାଉତ। ଗୋଟିଏ ପଟେ ବିଜେପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ହଠାତ୍‌ ଦାମ ଦଳ ଛାଡ଼ିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଦାମ ଭାଜପା ଉପରେ କ୍ଷୋଭ ପ୍ରକାଶ କରି ଇସ୍ତଫା ଦେବା ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ।

ସମ୍ବିତ କହିଛନ୍ତି, ଭାଜପାରେ ମିଶିବା ବାପାଙ୍କ ଭୁଲ ନିଷ୍ପତ୍ତି ଥିଲା। ଏକ ଦୁର୍ବଳ ମୁହୂର୍ତ୍ତରେ ତାଙ୍କୁ ଡାକି ନେଇ ଭାଜପାରେ ମିଶାଯାଇଥିଲା। ସେତେବେଳେ ସେ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବାପା ମାନି ନ ଥିଲେ। ବାପାଙ୍କ ମନପ୍ରାଣ ବିଜୁବାବୁ। ଏଣୁ ସେ ଭାଜପାରେ ସହଜ ମନେ କଲେନି। ଭାଜପା ଓ ବିଜେଡିର ଆଦର୍ଶ ସ୍ବତନ୍ତ୍ର। ୪୩ବର୍ଷ ଧରି ଗୋଟିଏ ଆଦର୍ଶରେ ରହି ଅନ୍ୟ ଦଳରେ ନିଜକୁ ସାଲିସ କରିବା କଷ୍ଟକର। ସେଥିପାଇଁ ବାପାଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦାମ ବୁଧବାର ଦଳରୁ ଇସ୍ତଫା ଦେବା ପରେ ନିଜର ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଭାଜପା ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ନିଜକୁ ଦଳରେ ଅଲୋଡ଼ା ମନେ କରୁଛି। ନିର୍ବାଚନ ପରେ ଏବେ ଦଳୀୟ କାର୍ଯ୍ୟକ୍ରମରେ ମୋ ଉପସ୍ଥିତିକୁ କେହି ଆବଶ୍ୟକ ମନେ କରୁନାହାନ୍ତି। ୩୫ ବର୍ଷ ଧରି ବିଧାୟକ, ୬ଥର ମନ୍ତ୍ରୀ ହେବା ପରେ ବି ନିଜକୁ ଅଲୋଡ଼ା ଭାବୁଛି। ଏହା ମୋ ଭିତରେ ମାନସିକ ଅସନ୍ତୁଳନ ସୃଷ୍ଟି କରୁଛି। ଏଣୁ ସକ୍ରିୟ ରାଜନୀତିରୁ ସେ ସମ୍ପୂର୍ଣ୍ଣ ଅବ୍ୟାହତି ନେବାକୁ ବାଧ୍ୟ ହେଉଥିବା ଦାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ଦିନ ହେଲାଣି ଟ୍ରାଙ୍କୁଲାଇଜ୍‌ ସଫଳ ହେଉନି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚନ୍ଦକା ବନଖଣ୍ଡ ଅଞ୍ଚଳରେ ଉତ୍ପାତ କରୁଥିବା ତଥା ଜନବସତି ଆସି ଆତଙ୍କ ସୃଷ୍ଟି କରୁଥିବା ହାତୀଙ୍କ ଉପରେ ନଜର ରଖିବାକୁ ଲାଗିବ ରେଡିଓ କୋଲାର।...

ମା’ଙ୍କ ପାଇଁ ୪୫୩ କି.ମି. ଯାତ୍ରା

କଟକ ଅଫିସ,୯।୫: ଲକଡାଉନରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ। ମଣିଷ ଏବେ ବନ୍ଦୀ ପ୍ରାୟ। କେଉଁ ଆଡେ ଯାଇପାରୁନି କି କାହା ସୁଖଦୁଃଖରେ ଭାଗିଦାରି ହୋଇପାରୁନି। ଦିନକୁ...

ହେଲମେଟ ପିନ୍ଧି ନ ଥିବାରୁ ଫାଇନ ଗଣିଲେ ଟ୍ରକ୍‌ ଡ୍ରାଇଭର

ଚିତ୍ରଡ଼ା,୧।୫: ୨ ହଜାର ଟଙ୍କା ଲାଞ୍ଚ ମାଗି ବିଫଳ ହେବାରୁ ଜଣେ ପୋଲିସ ଏସ୍‌ଆଇ ଦେଖାଇଛନ୍ତି ଦବଙ୍ଗଗିରି। ସିଟ୍‌ବେଲ୍ଟ ସହ ହେଲମେଟ ପିନ୍ଧି ନ ଥିବା...

୪୫୦ ବର୍ଷର ନିଆରା ପରମ୍ପରା: ବୁଢ଼ା ଗଣେଶଙ୍କୁ ୧୫୧ ଥାଳି ଭୋଗ ସମର୍ପଣ

ଆରଡ଼ି, ୩।୯ (ଡି.ଏନ.ଏ.)- ଗଣେଶ ଚତୁର୍ଥୀରେ ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିର ବେଢ଼ାର ଦକ୍ଷିଣପାର୍ଶ୍ୱରେ ଥିବା ଶ୍ରୀ ବୁଢ଼ା ଗଣେଶଙ୍କୁ ସ୍ବତନ୍ତ୍ର ପୂଜା କରାଯାଇଛି।...

ବ୍ୟାସ ସରୋବରର ବିକାଶ ଆଳରେ ମୋରମ ଲୁଟ୍‌

ଯାଜପୁର ଅଫିସ,୫ା୫: ବ୍ୟାସ ସରୋବରର ବିକାଶ କାର୍ଯ୍ୟ ଚାଲିଛି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ...

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାପଡ଼ାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୃଗବିହାର ନିକଟରେ ଶନିବାର ଏକ ଘରୋଇ ବସ୍‌ ଦୁର୍ଘଟଣା ଘଟିଛି। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ...

ବାଦାମବାଡ଼ିରେ ଫାଟିଲା ପାଇପ୍‌, ଉଠିଲା ୧୫ଫୁଟ ଉଚ୍ଚକୁ ପାଣି

କଟକ ଅଫିସ୍‌,୧୦।୧୦: କଟକ ବାଦାମବାଡ଼ି ଟ୍ରାଫିକ୍‌ ଛକରେ ରବିବାର ଅପରାହ୍ଣରେ ଭୂତଳ ପାଣି ପାଇପ୍‌ ଫାଟି ଯାଇଛି। ପ୍ରାୟ ୧୫ଫୁଟ ଉଚ୍ଚକୁ ପାଣି ଉଠି ରାସ୍ତା...

ଅପହରଣର ୭ ଦିନ ପରେ ଫେରିଲେ ଜୁନିୟର ଇଞ୍ଜିନିୟର

ମାଲକାନଗିରି,୧୭ା୧୧(ଡି.ଏନ୍‌.ଏ.): ବୁଧବାର ମାଓବାଦୀମାନେ ଅପହରଣ କରି ନେଇଥିବା କନିଷ୍ଠଯନ୍ତ୍ରୀ ଅଜୟ ରୋଶନ ଲାକ୍ରାଙ୍କୁ ଛାଡି ଦେଇଛନ୍ତି। ସ୍ବାମୀଙ୍କ ଅପହରଣ ପରେ ତାଙ୍କ ମୁକ୍ତି ପାଇଁ ପ୍ରଶାସନ...

Advertisement
Archives

Model This Week