ବାନ୍ଦ୍ରା ରେଲଓ୍ବେ ଷ୍ଟେଶନର ୧୩୦ ବର୍ଷ ପୂର୍ତ୍ତି ଅବସରରେ ସ୍ପେଶାଲ ଡାକ ଟିକେଟ ଉନ୍ମୋଚନ କଲେ ଶାହରୁଖ

ମୁମ୍ବାଇ: ମୁମ୍ବାଇର ପପୁଲାର ବାନ୍ଦ୍ରା ଷ୍ଟେଶନକୁ ୧୩୦ ବର୍ଷ ପୂରିଛି। ଏହି ଅବସରରେ ଶୁକ୍ରବାର ବଲିଉଡ୍‌ ବାହଶାହ ଶାହରୁଖ ଖାନ ପୋଷ୍ଟାଲ ଏନ୍‌ଭଲପ୍‌ ଓ ଡାକ ଟିକେଟ ଉନ୍ମୋଚନ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରରେ ବାନ୍ଦ୍ରା ରେଲଓ୍ବେ ଷ୍ଟେଶନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଶାହରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଶ୍ଚିମ ରେଲଓ୍ବେ ଅଧିକାରୀମାନଙ୍କ ପାଇଁ ଡାକ ଟିକେଟ ଜାରି କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଶୀଷ ଶୋଲାର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଶାହରୁଖଙ୍କୁ ଦେଖିବା ପାଇଁ ଷ୍ଟେଶନରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ପୋଲିସ ଫୋର୍ସ କଡ଼ା ସୁରକ୍ଷା ବଳୟରେ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ନେଇଥିଲେ। ଆୟୋଜିତ ସଭାକୁ ସମ୍ବୋଧିତ କରି ଶାହରୁଖ କହିଛନ୍ତି, ଫିଲ୍ମରେ ସେ ବହୁ ଅଭିନେତ୍ରୀଙ୍କ ସହ ରେଲଓ୍ବେ ଷ୍ଟେଶନରେ ରୋମାଣ୍ଟିକ ସିନ୍‌ ଶୁଟିଂ କରିଛନ୍ତି। ହେଲେ ବାନ୍ଦ୍ରା ଷ୍ଟେଶନକୁ କେବେ ଆସି ନାହାନ୍ତି ବୋଲି ସେ କହିଛନ୍ତି। ଏଥିସହ ଏହି ଡାକ ଟିକେଟକୁ ବ୍ୟବହାର କରିବା ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ବାନ୍ଦ୍ରା ଷ୍ଟେସନର ବିଲଡିଂକୁ ଐତିହ୍ୟ ସ୍ଥଳୀର ମାନ୍ୟତା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀରଙ୍କୁ ବିବାହ କରିସାରିଛନ୍ତି ଆଲିଆ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ନିଜ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ବାଡିକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଇତିମଧ୍ୟରେ ନିଜ ପ୍ରେମିକ ତଥା ବଲିଉଡ୍‌ ରଣବୀର...

ବିବାହ ପରେ ପ୍ରଥମ ହୋଲି

ବମ୍ବେ: ବିବାହ ପରେ ପ୍ରଥମ ହୋଲି ପାଳିବେ ବି ଟାଉନ୍‌ର ଅନେକ କଳାକାର ଯୋଡ଼ି। ସେମାନଙ୍କ ମଧ୍ୟରେ ବିକ୍କି-କୌଶଲ-କଟ୍ରିନା କୈଫଙ୍କଠାରୁ ଆରମ୍ଭ କରି ଫରହାନ୍‌ ଅଖତର-ଶିବାନୀ...

‘ସୂର୍ଯ୍ୟବଂଶୀ’ ଅବତାରରେ ନଜର ଆସିଲେ ଅକ୍ଷୟ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ୍‌ ରିଲିଜ୍‌ ହୋଇଛି। ଅକ୍ଷୟଙ୍କ ସହ ଅଭିନେତା ଅଜୟ ଦେବଗନ୍‌ ଏବଂ ରଣବୀର...

ଉର୍ଫିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର

ବମ୍ବେ: ନିଜର ଅଜବ ଡ୍ରେସ୍‌ ପରିଧାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବିଗ୍‌ ବସ୍‌ ଫେମ୍‌ ଉର୍ଫି ଜାଭେଦ। ସେ କେବେ ସେପ୍ଟିପିନ୍‌ ତ କେବେ...

୧୫ କୋଟିର ହିସାବ: ପୁଣି ଇଡ଼ିରେ ହାଜର ହେଲେ ରିଆ

ମୁମ୍ବାଇ, ୧୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ପର୍ଦ୍ଦାଫାଶ୍‌ ପାଇଁ ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ୍‌...

କାନ୍ସର ରେଡ୍‌ କାର୍ପେଟରେ ଚାଲିବେ ଅନୁଷ୍କା

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ଼ ଫିଲ୍ମ ଫେଷ୍ଟିଭାଲ ଭାବେ ପରିଚିତ କାନ୍ସ ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ ମେ’ ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ...

‘ପୁଷ୍ପା’ ଫିଲ୍ମ ଗୀତ ନୁହେଁ, ଏହି ଗୀତରେ ନାଚି ସମସ୍ତଙ୍କ ହୃଦୟ ଜିତିଲେ ଅଲ୍ଲୁ ଅର୍ଜୁନଙ୍କ କୁନି ଝିଅ

ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ସୁପରଷ୍ଟାର ହୋଇଯାଇଛନ୍ତି। ସାଧାରଣ ଯୁବକମାନଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଫିଲ୍ମକୁ ପସନ୍ଦ...

ଅନନ୍ୟାଙ୍କୁ ପସନ୍ଦ ନୁହେଁ ଧଳା ପୋଷାକ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ । ଶୀତରେ ବି ଝାଳ ବୋହିବାର ତାକତ ଅଛି ଏହି ନାୟିକାଙ୍କର ।...

Advertisement
Archives

Model This Week