ବାନ୍ଦିପୋରାର ୬ଟି ଗାଁ ‘ରେଡ୍‌ ଜୋନ’ ଘୋଷିତ

ଶ୍ରୀନଗର,୫।୪: ସାରା ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌କୁ କଡ଼ାକଡି କରାଯିିବା ସହ କେତେକ କଟକଣା ମଧ୍ୟ ଜାରି କରାଯାଇଛି। ଯେଉଁ ଅଞ୍ଚଳରେ କରୋନା ବ୍ୟାପିବାର ଅଧିକ ଭୟ ରହୁଛି ସେହି ଅଞ୍ଚଳକୁ ‘ରେଡ୍‌ ଜୋନ’ ଭାବେ ଘୋଷଣା କରାଯାଉଛି। ଏଥିସହ ସେଠାକାର ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଘରୁ ବାହାରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଜମ୍ମୁ-କଶ୍ମୀରର ବାନ୍ଦିପୋରା ଅଞ୍ଚଳରେ। ବାନ୍ଦିପୋରାର ୬ଟି ଗାଁକୁ ‘ରେଡ୍‌ ଜୋନ୍‌’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ରବିବାର କଶ୍ମୀରରେ କରୋନା ଭାଇରସ୍‌ ସଂକ୍ରମଣର ନୂଆ ୧୪ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ସେଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷେ କରୋନା ସଂକ୍ରମଣରେ ୪ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-କଶ୍ମୀରରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି କରାଯିବା ସହ କେବଳ ରାସନ ଓ ଔଷଧ ଦୋକାନ ଖୋଲାଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ବିଧାନସଭା ନିର୍ବାଚନ: କଂଗ୍ରେସ ଜିତିଲେ ସିଦ୍ଧୁ ହେବେ ସୁପର ସିଏମ୍‌

ଚଣ୍ଡିଗଡ଼,୧୨ ।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ବିଧାନସଭା ନିର୍ବାଚନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି ।...

ଭାରତୀୟ ଯୁବକଙ୍କୁ ଫେରାଇଲା ଚାଇନା

ନୂଆଦିଲ୍ଲୀ,୨୭ା୧: ଚାଇନା ସେନା ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ...

୨୩.୫ଲକ୍ଷ ଶ୍ରମିକଙ୍କୁ ନିଜ ରାଜ୍ୟରେ ଛାଡ଼ିଛି ୧୭୭୩ ଟ୍ରେନ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରୀଛାତ୍ର ଓ ଅସହାୟ ବ୍ୟକ୍ତିଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ...

ମାତ୍ର ଦେଢ ଘଣ୍ଟାରେ ସେନା ନେଲା ପ୍ରତିଶୋଧ

ଶ୍ରୀନଗର,୧୭।୮: ଜମ୍ମୁ-କଶ୍ମୀର ବାରମୂଳାରେ ସିଆର୍‌ପିଏଫ୍‌ର ନାକା ପାର୍ଟି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ୩ ଯବାନ। ଆଉ ଏହାର ଠିକ୍‌ ଦେଢଘଣ୍ଟା ପରେ...

ଆଜି ରାଜ୍ୟରୁ ୧୧୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୧୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୨,୩୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଲକ୍‌ଡାଉନ: ମେ’ ୩ ପଛରେ କ’ଣ ରହିଛି ଗଣିତ

ନୂଆଦିଲ୍ଲୀ,୧୪।୪: ସାରା ବିଶ୍ୱର ମୁଣ୍ଡ ବିଗାଡିଛି କରୋନା ଭାଇରସ। ସାରା ବିଶ୍ୱରେ ଦିନକୁ ଏହା ହଜାର ହଜାର ସଂଖ୍ୟାରେ ମୁଣ୍ଡ ନେଉଥିବା ବେଳେ ହଜାର ହଜାର...

ରାଜ୍ୟରେ ୧୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୧୯୫ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ବଳାତ୍କାର ସମୟରେ ପୀଡ଼ିତାଙ୍କର ବିରୋଧ ନ କରିବା ସହମତି ନୁହେଁ, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ବଳାତ୍କାର ମାମଲାରେ ପୀଡ଼ିତା ବିରୋଧ କରି ନ ଥିଲେ ବି ଏହାକୁ ବଳାତ୍କାର ଭାବେ ଗ୍ରହଣ କରାଯିବ। ସେ ଏହାର ବିରୋଧ ନ...

Advertisement
Archives

Model This Week