ବାନିଗାଁ ଜଙ୍ଗଲରେ ଛୁଆ ହାତୀ : ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ

ଲାଞ୍ଜିଗଡ,୫।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା ଲାଞ୍ଜିଗଡ ପଞ୍ଚାୟତ ଅନ୍ତର୍ଗତ ବଡବାନିଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଏକ ଛୁଆହାତୀକୁ ଠାବ କରିଛି ବନ ବିଭାଗ । ଲାଞ୍ଜିଗଡ ଫରେଷ୍ଟର ଦୁଶଭ ବେସରାଙ୍କ କହିବାନୁଯାୟୀ ଲାଞ୍ଜିଗଡ ଅଞ୍ଚଳ ପୁଟିରିଭଟ୍ଟା, ବାନିଗାଁ, ହୁମାଝୋଲା ଓ ଗୋଇପଟ୍ଟା ଅଞ୍ଚଳରେ ଥିବା ଜଙ୍ଗଲରେ ୧୫ଟି ହାତୀ ଚଳପ୍ରଚଳ କରୁଥିଲେ। ଶୁକ୍ରବାର ନିକଟସ୍ଥ ବାନିଗାଁ ଜଙ୍ଗଲକୁ ଯାଇଥିବା ଲୋକେ ହାତୀର ଗର୍ଜନ ଶୁଣି ଭୟଭିତ ହୋଇଯାଇଥିଲେ। ସାମ୍ନାରେ ଏକ ଛୁଆହାତୀକୁ ଦେଖିବାକୁ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ତରଫରୁ ଏକ ଟିମ୍‌ ଆସି ହାତୀ ଥିବା ସ୍ଥାନରେ ପହଞ୍ଚତ୍ଥିଲେ। ଦିନ ତମାମ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀ ହାତୀକୁ ଜଗି ରହିଥିଲେ। ବନବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ହାତୀପଲରୁ ଏହି ଛୁଆ ଅଲଗା ହୋଇଯାଇଥିଲା । ସେଥିପାଇଁ ଏହି ଚଟାଣ ନିକଟରେ ସେ ହାତୀପଲକୁ ଅପେକ୍ଷା କରିଥିବା ସନ୍ଦେହ କରାଯାଉଛି। ସନ୍ଧ୍ୟାରେ ବନ ବିଭାଗ ଏସିଏଫ୍‌ ଓ ଡେପୁଟି ରେଞ୍ଜର, ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ହାତୀଥିବା ଜାଗାକୁ ତଦାରଖ କରିଯାଇଛନ୍ତି। ହାତୀ ଥିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀମାନେ ହାତୀର ଚଳପ୍ରଚଳ ଉପରେ ନଜର ରଖିଥିବେ ବୋଲି ଫରେଷ୍ଟର ବେସରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଆଉ ୩୪୨ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୨୧

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩୪୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା...

ବାରଙ୍ଗ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଉତ୍ପାଦନମୁଖୀ କରାଯିବ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବାରଙ୍ଗସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରାଯିବ। ଏଥିସହିତ ସେଠାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ତାଲିମ ବ୍ୟବସ୍ଥାକୁ ଦୃଢ଼ କରାଯିବ।...

ସାନ୍ତାଳି ସମ୍ପ୍ରଦାୟ ନିଜ ଭାଷା, ସଂସ୍କୃତିକୁ ନେଇ ଗର୍ବ କରନ୍ତୁ

ଭୁବନେଶ୍ୱର, ୧୭।୫ (ବ୍ୟୁରୋ):ହୀନମନ୍ୟତା ପରିହାର ନ କଲେ କୌଣସି ଜାତି ଓ ଭାଷା ନିଜର ସ୍ବାଭିମାନ ପ୍ରତିଷ୍ଠା କରିପାରିବ ନାହିଁ। ସୋମବାର ଗୀତଗୋବିନ୍ଦ ଭବନଠାରେ ସାନ୍ତାଳି,...

ଅକ୍ଟୋବର ୧ରୁ ଲାଗୁ ହେବ ସଂଶୋଧିତ ପେନ୍‌ସନ ନିୟମ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହୁଏ ତେବେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ଶେଷ ଦରମାର...

ଭବାନୀପାଟଣାରେ ପୋଲିସ ମହାନିର୍ଦ୍ଦେଶକ: ମାଓବାଦୀଙ୍କ ଗତିବିଧି ଉପରେ କଲେ ସମୀକ୍ଷା

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତକରି ମାଓବାଦୀଙ୍କ ଗତିବିଧି, ମାଓବାଦୀ ଦମନ ଓ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ସମ୍ପର୍କରେ ସ୍ଥାନୀୟ...

ଆଶା ବାନ୍ଧି ବସିଛନ୍ତି ଆଶାୟୀ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତି ବୟସ ସୀମା ୪୨ବର୍ଷକୁ ବୃଦ୍ଧି, ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଓ ବେଆଇନ ଭାବେ...

ରାଜ୍ୟରେ ସୁସ୍ଥହେଲେ ୨୪୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ଶୁକ୍ରବାର ରାଜ୍ୟରେ ୨୪୮୩ ଜଣ କରୋନା...

‘୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ’ : ଆଉ ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଆସିଲା

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ ବୋଲି ସୋମବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୧୮...

Advertisement
Archives

Model This Week