Posted inଭଦ୍ରକ

ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତି: ପହଞ୍ଚିଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ, ୯।୧୧- ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’ର ମୁକାବିଲା ଲାଗି ଭଦ୍ରକ ଜିଲା ପ୍ରଶାସନ ସଜାଗ ଥିଲେ ମଧ୍ୟ ସମୂଦ୍ର କୂଳିଆ ଲୋକେ ନାନା ଆଶା ଆଶଙ୍କାରେ ସମୟ ବିତାଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ପ୍ରଶାସନ ମାଧ୍ୟମରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇ ଲୋକଙ୍କୁ ସଜାଗ କରାଯାଇଛି। କଚ୍ଚାଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ବାତ୍ୟାଶ୍ରୟ ସ୍ଥଳୀ କିମ୍ବା ଗୋଷ୍ଠୀ ରହଣୀ କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ବାତ୍ୟାଶ୍ରୟ ସ୍ଥଳୀକୁ ଅଣାଯିବ। ତେବେ ଆଗୁଆ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବା ବ୍ୟବସ୍ଥା କରାଯାଇଛି। ଏଥିସହ ପ୍ରତି ପଞ୍ଚାୟତରେ ଚୁଡା, ଗୁଡ଼ ଓ ପିଇବା ପାଣି ପ୍ୟାକେଟ୍‌ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସମସ୍ତ ବ୍ଲକ ମୁଖ୍ୟାଳୟ ଓ ସମୁଦ୍ର କୂଳିଆ ବାତ୍ୟାଆଶ୍ରୟ ସ୍ଥଳୀରେ ତହସିଲଦାର, ବିଡିଓ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପକୂଳବର୍ତ୍ତୀ ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ଥିବା ୬୪ଟି ବାତ୍ୟାଶ୍ରୟ ସ୍ଥଳୀକୁ ଖୋଲାଯାଇଛି। ଧାମରା ବନ୍ଦର ଓ ଏହା ଆଖପାଖ ଅଞ୍ଚଳରେ ୩ ନମ୍ବର ବିପଦସଙ୍କେତ ଘୋଷଣା କରାଯାଇ ମତ୍ସ୍ୟଜୀବୀଙ୍କୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଆସି ବାସୁଦେବପୁର ଓ ଭଦ୍ରକ ଉପକଣ୍ଠ ଗେଲପୁର ସ୍କୁଲରେ ଡେରା ପକାଇ ରହିଛନ୍ତି।
ଭଦ୍ରକ ବିଦ୍ୟୁତ୍‌ ମଣ୍ଡଳ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଭଦ୍ରକ ଉତ୍ତର ବିଦ୍ୟୁତ୍‌ ଖଣ୍ଡ ପାଇଁ ଟୋଲ ଫ୍ରିି ନମ୍ବର ଭାବେ ୯୪୩୮୯୦୬୦ ୩୩ ଓ ଭଦ୍ରକ ଦକ୍ଷିଣ ବିଦ୍ୟୁତ୍‌ ଖଣ୍ଡ ପାଇଁ ୯୪୩୮ ୯୦୬୧୦୪ ଜାରି କରାଯାଇଛି। ସେହିଭଳି ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଲଗାଣ ବର୍ଷା ଓ ଆକସ୍ମିକ ଅଘଟଣ, ବାତ୍ୟା ଆଶଙ୍କାକୁ ଆଖି ଆଗରେ ରଖି ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ୦୬୭୮୪ ୨୫୧ ୮୮୧ ନମ୍ବର ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ସକାଶେ ଡେପୁଟି ଫାୟାର ଅଫିସର୍‌ ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସହକାରୀ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଜିଲାରେ ୧୨ଟି ସ୍ବତନ୍ତ୍ର ଟିମ୍‌ ଏଥିପାଇଁ ସଜାଗ ରହିଛନ୍ତି। ମୋଟରବୋଟ୍‌, ଆସ୍କାଲାଇଟ, କଟର୍‌ ମେଶିନ, ପୋର୍ଟେବୁଲ୍‌ ପମ୍ପ, ଅକ୍ସିଜେନ୍‌ ସିଲିଣ୍ଡର ସମେତ ଅନ୍ୟାନ୍ୟ ଜରୁରୀକାଳୀନ ଯନ୍ତ୍ରାଂଶ ପ୍ରସ୍ତୁତ ରଖାଯାଇଛି। ଶୁକ୍ରବାର ଏସବୁ ଯନ୍ତ୍ରାଂଶର ପରୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଭଣ୍ଡାରିପୋଖରୀ ମୁନ୍‌ସୀ ମେଳଣ: ସମ୍ପର୍କ ଯୋଡ଼େ ଫଗୁଖେଳ

ଭଣ୍ଡାରିପୋଖରୀ,୫।୩(ଡି.ଏନ.ଏ.)- ଭଦ୍ରକ ଜିଲାର ପ୍ରସିଦ୍ଧ ଭଣ୍ଡାରିପୋଖରୀ ମୁନସୀ ମେଳଣ ଗୁରୁବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ମେଳଣ ଚାଲିବ। ଏ ନେଇ ପୋଲିସ ଓ ମୁନସୀ...

ବିନା ବେଦୀ, ମନ୍ତ୍ର ପାଠରେ ଆଦର୍ଶ ବିବାହ

ଭଦ୍ରକ ଅଫିସ,୧୭ା୭-ଭଦ୍ରକ ସହରର ଗାନ୍ଧୀପଡ଼ିଆସ୍ଥିତ ସୀତାରାମ କଲ୍ୟାଣମଣ୍ଡପରେ ବୁଧବାର ଏକ ଆଦର୍ଶ ବିବାହ ଅନୁଷ୍ଠିିତ ହୋଇଯାଇଛି। ଏହି ବାହାଘରରେ ନା ଥିଲା ଯୌତୁକ ନେଣଦେଣ, ନା...

ବାଲି ମାଫିଆଙ୍କ ଆତଙ୍କରାଜ୍‌ ଆର୍‌ଆଇ, ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

ଭଣ୍ଡାରିପୋଖରୀ, ୪ା୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବନ୍ଦାଳୋ ମଢ଼ିଆଳୀ ପଞ୍ଚାୟତ ବିରିଡ଼ିସ୍ଥିତ ବୈତରଣୀ ନଦୀପଠାରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲାଣ...

ଦ୍ୱିତୀୟ ସୋମବାର : ଆରଡ଼ିରେ ଜଳଲାଗି କଲେ ଲକ୍ଷାଧିକ କାଉଡ଼ିଆ

ଆରଡ଼ି,୨୯।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କଠାରେ ଶ୍ରାବଣ ମାସର ୨ୟ ସୋମବାରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଥିବା ଜଣାପଡ଼ିଛି। ସୀମିତ ସ୍ଥାନରେ ଏତେ...

ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ସିନ୍ଦୋଳ

ତିହିଡ଼ି, ୧୨।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ନୂଆପାଟଣା ଓ ସିନ୍ଦୋଳରେ ‘ଲକ୍ଷ୍ମୀ, ସରସ୍ବତୀ ଓ ନାରାୟଣ’ଙ୍କ ପୂଜା...

ଶିକ୍ଷକ ଅଭାବ, ଚିନ୍ତାରେ ମାଟ୍ରିକ୍‌ ଛାତ୍ରୀଛାତ୍ର

ଭଣ୍ଡାରିପୋଖରୀ,୭।୨ (ଡି.ଏନ.ଏ)-କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଗତ ଜାନୁୟାରୀରେ ସ୍କୁଲ ଖୋଲାଯାଇଛି। ବିଦ୍ୟାଳୟଗୁଡ଼ିକରେ ଶହେ ଦିନ ପାଠ ପଢ଼ାଇ...

ଅର୍ଦ୍ଧଗଣେଶ୍ୱର ମୂର୍ତ୍ତି ଆକର୍ଷଣ

ବନ୍ତ, ୩।୯ (ସ୍ବ.ପ୍ର./ଡି.ଏନ.ଏ.)- ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆଗରପଡ଼ା ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ଓ ଯୁବକ ସଂଘରେ ପୂଜାର୍ଚ୍ଚନା...

ୟାସ୍‌’ ପ୍ରସ୍ତୁତି: ଭଦ୍ରକରେ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ଭଦ୍ରକ ଅଫିସ,୨୫। ୫ : ବାତ୍ୟା ‘ୟାସ୍‌’ର ସୁପରିଚାଳନା ଓ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏ ନେଇ ଜିଲା ପର୍ଯ୍ୟବେକ୍ଷକ...

Advertisement
Archives

Model This Week