ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୮।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ। ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳକୁ ଆସିବ ନାହିଁ। ସମୁଦ୍ରରେ ହିଁ ମିଳେଇ ଯିବ। ଦକ୍ଷିଣ ଆଣ୍ଡାମାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶନିବାର ଅପରାହ୍ନ ସାଢ଼େ ୫ଟାରେ ଗଭୀର ଅବପାତ (ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ରବିବାର ପୂର୍ବାହ୍ନରେ ବାତ୍ୟା ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବ। ତାହା ଓଡ଼ିଶା ଆଡ଼କୁ ଆସୁଥିଲେ ମଧ୍ୟ ସମୁଦ୍ର ଭିତରେ ରହି ଗତିପଥ ପରିବର୍ତ୍ତନ କରିବ। ପରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଶନିବାର ରାତି ୧୦ଟାରେ ମିଳିଥିବା ସୂଚନା ଅନୁଯାୟୀ ଗଭୀର ଅବପାତ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୧୪୦ କି.ମି. ଏବଂ ପୁରୀଠାରୁ ଦକ୍ଷିଣ- ଦକ୍ଷିଣ- ପୂର୍ବ ଦିଗରେ ୧୧୮୦ କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟାପତି ୨୦ କିଲୋମିଟର ବେଗରେ ଗତି କରୁଛି। ଏହା ଗତିପଥ ପରିବର୍ତ୍ତନ କରି ଉତ୍ତର- ଉତ୍ତର- ପୂର୍ବ ଦିଗକୁ ଯିବ ଓ ପୁଣି ଉତ୍ତର- ପଶ୍ଚିମ ମୁହଁା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁୁମାନ କରାଯାଇଛି। ବାତ୍ୟାରେ ପରିଣତ ହେବା ପରେ ଏହାର ବେଗ ୯୦ରୁ ୧୦୦ କିଲୋମିଟର ରହିବ।୧୦ ତାରିଖ ବେଳକୁ ଏହା ଧୀରେ ଧୀରେ କମି ୭୫ରୁ ୮୦ କି.ମି. ରହିବା ନେଇ ଅନୁମାନ କରାଯାଇଛି। ତେବେ ସ୍ଥଳଭାଗ ନିକଟବର୍ତ୍ତୀ ହେବା ବେଳକୁ ଏହାର ବେଗ ୭୦ରୁ ୮୦ କି.ମି. ହେବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି।
ବାତ୍ୟା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାର କେତେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ୧୦ ତାରିଖରୁ ଗଞ୍ଜାମ, ଗଜପତି ଓ ପୁରୀ ଜିଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ପୁରୀ ଏବଂ କଟକ ଜିଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବ। ୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ବେଗ ୬୫ରୁ ୭୫ କି.ମି. ରହିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୧୧ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରରେ ରହିଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି।
ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ପ୍ରସ୍ତୁତି କମ୍‌ କରାଯାଇ ନାହିଁ। ପରିସ୍ଥିିତିକୁ ଦେଖି ନିଷ୍ପତ୍ତି ନେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ୧୭୫ ଅଗ୍ନିଶମ ବାହିନୀ, ୨୦ ଓଡ୍ରାଫ୍‌ ଏବଂ ୧୭ ଏନ୍‌ଡିଆରଏଫ୍‌ ଟିମ୍‌କୁ ସଜାଗ ରଖାଯାଇଛି। ଆବଶ୍ୟକ ସ୍ଥଳେ ସେ ସବୁକୁ ମୁତୟନ କରାଯିବ।
ରାଜ୍ୟରେ ପାଗ ମେଘୁଆ ରହୁଥିବାରୁ ତାତି ଗତ କିଛିଦିନ ହେବ କମ୍‌ ରହିଛି। ୧୦ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ୩ଟି ସ୍ଥାନରେ ୪୧ ଡିଗ୍ରୀ ସେଲ୍‌ସିିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ନୂଆପଡ଼ା ୪୧.୫, ଝାରସୁଗୁଡ଼ା ୪୧.୪, ଟିଟିଲାଗଡ଼ ୪୧, ସମ୍ବଲପୁର ୪୦.୪, ସୁନ୍ଦରଗଡ଼ ୪୦.୫, ହୀରାକୁଦ ୪୦.୨, ଭବାନୀପାଟଣା ୪୦.୨, ସୋନପୁର ୪୦.୮ ଏବଂ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଉଦ୍ୟମ ବିଫଳ: ଅଭିଯୁକ୍ତ କୋର୍ଟ ଚାଲାଣ

ବିଞ୍ଝାରପୁର/ସିଂହପୁର,୧୪ା୭(ଡି.ଏନ.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତ ଅଙ୍ଗାଳୋ ଗ୍ରାମରେ ଶୁକ୍ରବାର ରାତିରେ ଚୋରି ଉଦ୍ୟମ କରୁଥିବା ଜଣେ ଯୁବକ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଗ୍ରାମବାସୀ...

ବେପରୁଆ ତଦନ୍ତ: କୋର୍ଟରେ କ୍ଷମା ମାଗିଲା ପୋଲିସ, ହତ୍ୟା ମାମଲାରେ ନାବାଳକଙ୍କୁ ସାବାଳକ ଦର୍ଶାଇଥିଲା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୋଲିସ ଠିକ୍‌ ଭାବେ ତଦନ୍ତ କରୁନି। ଫଳରେ ଦୋଷୀ ଖସି ଯାଉଥିବାବେଳେ ନିର୍ଦ୍ଦୋଷ ଜେଲ୍‌ ଯାଉଛି। ବିନା ତଦନ୍ତରେ ମଧ୍ୟ ମନଇଚ୍ଛା ଦଫା ଲଗାଉଥିବାରୁ...

ବାସୁଦେବପୁରର ୯ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା: ଲୋକଙ୍କୁ ଘରୁ ନ ବାହାରିକାକୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍‌.ଏ.): ଭଦ୍ରକ ଜିଲାରେ ପୁଣି ୩ କରୋନା ପଜିଟିଭ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି...

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ ଅଫିସ,୨ା୬: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ। ଏଥିପାଇଁ ରଥଖଳା ଓ ନରେନ୍ଦ୍ର...

କଟକଣା ମାନିଲେ, ଅରୁଣ ସ୍ତମ୍ଭ ପାଖକୁ ଗଲେନି

ପୁରୀ ଅଫିସ୍‌,୧୮ା୧୦: କରୋନା କଟକଣା ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। କିନ୍ତୁ ଅନେକ ସମୟରେ ବିଭିନ୍ନ ଦଳର ନେତା, ମନ୍ତ୍ରୀ ମହାପ୍ରଭୁଙ୍କ...

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କେନ୍ଦ୍ର...

ଭକ୍ତଙ୍କ ବିଶ୍ୱାସ ସହ ଖେଳ: ଅଙ୍ଗାର ପରେ ଚାଉଳ, ପନିପରିବା ମାନକୁ ନେଇ ଉଠିଲା ପ୍ରଶ୍ନ

ପୁରୀ ଅଫିସ,୨୪ା୧:ଶ୍ରୀମନ୍ଦିର ଭିତରକୁ ଯାଉଛି ବାହାର ଅଙ୍ଗାର। ଏହି ଅଙ୍ଗାରରେ ରୋଷଘରେ ପ୍ରସ୍ତୁତ ହେଉଛି ମହାପ୍ରସାଦ। ଏ ନେଇ ଗତ ଡିସେମ୍ବର ୧୮ତାରିଖ ଛତିଶା ନିଯୋଗ...

ଓଡ଼ିଆ ଭାଷାରେ ‘ଥ୍ରୀଲର’

ଭୁବନେଶ୍ୱର (ବ୍ୟୁରୋ),୧୫।୮: ମହାମାରୀ କରୋନା ଲାଗି ସିନେମା ହଲ୍‌ ବନ୍ଦ ଥିବାବେଳେ ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ତଥା ବହୁ ପ୍ରତୀକ୍ଷିତ ଫିଲ୍ମ...

Advertisement
Archives

Model This Week