ବାଣ ବିସ୍ଫୋରଣରେ ଛାତ ଫାଟିଲା

ଢେଙ୍କାନାଳ ଅଫିସ,୨୧ା୫ଢେଙ୍କାନାଳ ସହରସ୍ଥିତ ମିନାବଜାର କୁମ୍ଭାରସାହିରେ ସୋମବାର ଅପରାହ୍ନ ପ୍ରାୟ ୨ଟାରେ ଦିନଜ ସାହୁ(୪୫)ଙ୍କ ଘରେ ବାଣ ବିସ୍ଫୋରଣ ହୋଇ ଛାତ ଫାଟିଯାଇଛି। ଏଥିସହ ଘର କାନ୍ଥ ଓ ଝରକା ମଧ୍ୟ ଭାଙ୍ଗି ଯାଇଛି। ଏପରିକି ଦିନଜଙ୍କ ପଡୋଶୀଙ୍କ ଘରର କାଚ ଝରକା ଓ କାନ୍ଥ ମଧ୍ୟ ଫାଟିଯାଇଥିବା ଦେଖାଯାଇଛି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଶବ୍ଦରେ ସମ୍ପୃକ୍ତ ଅଞ୍ଚଳ ଥରି ଉଠିଥିଲା। ଏହି ଘଟଣାରେ ନିକଟରେ ଦୋକାନ କରିଥିବା ଅଶୋକ ରାଉଳ, ଦିନଜଙ୍କ ପତ୍ନୀ ମମତା ମହାଳିକ ଓ ପୁଅ ଦେବଶିଷ ସାହୁ(୧୦) ଆହତ ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନା ପଠାଯାଇଥିଲା। ଖବରପାଇ ଅଗ୍ନିଶମ ସେବା ସଂସ୍ଥା ଘଟଣାସ୍ଥଳରେ ପହଞ୍ଚିଥିଲା। ସେହିପରି ଟାଉନ ଥାନା ପୋଲିସ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ କରିଛି। ଘର ଭିତରେ ଖଟତଳେ ବହୁ ପରିମାଣର ନଡିଆ ବାଣ ରହିଥିବା ଦେଖାଯାଇଥିଲା। ତେବେ ଏତେ ସଂଖ୍ୟାରେ ବାଣ କାହିଁକି ରହିଥିଲା, ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଟାଉନ ଥାନା ଅଧିକାରୀ ଅଭିନବ ଡାଳୁଆ କୁହନ୍ତି, ଘଟଣାସ୍ଥଳ ପରିଦର୍ଶନ କରି ଆସିଛୁ ା ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ, ମଇଁଷିଙ୍କର ହେବ ଟ୍ୟାଗିଂ

ବ୍ରହ୍ମପୁର ଅଫିସ୍‌,୧୨ା୬- କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ଭାବେ ଦୀର୍ଘ ବର୍ଷ ହେଲା ସହରବାସୀଙ୍କୁ ହଇରାଣ କରୁଛି। କେବଳ ଯାନବାହନ ସଂଖ୍ୟା...

ଚେତି ଶୁଇଛେ ବିଭାଗ: ଗାଁ ମଝିରେ ବିପଦ୍‌ ଅବସ୍‌ତାରେ ବିଦ୍ୟୁତ୍‌ ଖୁଁଟା

ବିନିକା,୧୩ା୫(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ଝାରକଦଲିପାଲି ଗାଁ। ଗାଁର ଲୋକ୍‌ ସଂଖ୍ୟା ୧୨ଶହରୁ ଅଧ୍‌କା। ଗାଁର ମୁଖିଆ ରାସ୍‌ତା ମଝିରେ...

ମୃତ୍ୟୁ ସହ ସଂଗ୍ରାମ କରୁଛି ମାଈହାତୀ

ଦେବଗଡ଼,୨ା୧୨(ଡି.ଏନ.ଏ): ଦେବଗଡ ବନଖଣ୍ଡ ଓ ଦେବଗଡ ବନାଞ୍ଚଳ କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମର ଏକ ନାଳରେ ପଡି ଜୀବନମୃତ୍ୟୁ ସହ ସଂଗ୍ରାମ କରୁଛି ଏକ...

ମାଲକାନଗିରି ବିକାଶ ସବୁଠୁ ଅଧିକ ଖୁସି ଦିଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ବ୍ୟୁରୋ)/ମାଲକାନଗିରି,୨୩ା୧୧(ଡି.ଏନ୍‌.ଏ.):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମାଲକାନଗିରି ଜିଲା ପାଇଁ ୬ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ...

କଟକଣା ସତ୍ତ୍ୱେ ସାନଘାଗରାରେ ଅସୁରକ୍ଷିତ ଫଟୋ ଉଠା

କେନ୍ଦୁଝର, ୩ା୧ (ସ୍ବ.ପ୍ର.)-ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକରେ ସେଲଫି ଫଟୋ ଉଠା ଉପରେ କଟକଣା କରାଯାଇଛି। ଏହା ଛଡା ବାରିକେଡ ବ୍ୟବସ୍ଥା...

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା: ନିର୍ବାହୀ ଅଧିକାରୀଙ୍କୁ ଘେରିଲେ

ବାଲେଶ୍ୱର ଅଫିସ, ୨୬।୨-ବାଲେଶ୍ୱର ସହର ରାସ୍ତାଗୁଡ଼ିକୁ ପ୍ରଶସ୍ତ କରିବା ଲାଗି ଜିଲା ପ୍ରଶାସନ ଓ ପୌରପାଳିକା କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୌରପାଳିକା...

ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ମାଡ଼ ଅଭିଯୋଗ: ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ବିବାଦ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଶୁକ୍ରବାର ଛେଣ୍ଡିପଦା...

ଚିନ୍ତା ବଢ଼ାଇଛନ୍ତି ୧୯ଟିକିଆ ହାତୀପଲ

ଖୁଣ୍ଟୁଣୀ/ଚୌଦ୍ୱାର,୧୯l୧୧(ଡି.ଏନ୍‌.ଏ): ଚନ୍ଦକାରୁ ୧୫ଦିନ ହେଲା ପଳାଇ ଆସିଥିବା ୧୯ଟିକିଆ ହାତୀପଲ ଖୁଣ୍ଟୁଣୀ ବନାଞ୍ଚଳର ସୁନିଆଁମୁହଁ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିତ୍ଲା ବେଳେ ଶୁକ୍ରବାର ଭୋର ସମୟରେ...

Advertisement
Archives

Model This Week