ବାଣିଜି୍ୟକ ବୈରତାର ଦୁଇ ଦ୍ୱନ୍ଦ୍ୱଯୋଦ୍ଧା

ମାୟାଧର ନାୟକ
ପୃଥିବୀରେ ପୁଣି ଏକ ଭୟାବହ ଯୁଦ୍ଧର ସମ୍ଭାବନା ଦେଖାଦେଇଛି। ଯେଉଁ ଦୁଇଟି ମହାଯୁଦ୍ଧ ପୃଥିବୀରେ ସଂଗଠିତ ହୋଇଛି, ତା’ ମୂଳରେ ନାରୀ, ସମ୍ପତ୍ତି, କ୍ଷମତା, ଦେଶ ଦଖଲ ହିଁ ମୂଳ କାରଣ। ଆଗେ ଅସ୍ତ୍ରରେ ଯୁଦ୍ଧ ହେଉଥିଲା, ଏବେ କିନ୍ତୁ ଅସ୍ତ୍ର ସହ ଅର୍ଥ ଯୋଡ଼ିହୋଇଯାଇଛି। ସମ୍ପ୍ରତି ବିଶ୍ୱର ଦୁଇ ସୁପର୍‌ ପାୱାର ଆମେରିକା-ଚାଇନା ବାଣିଜି୍ୟକ ଯୁଦ୍ଧରେ ଅବତୀର୍ଣ୍ଣ। ସେମାନଙ୍କର ଏହି ବାଣିଜି୍ୟକ ବୈରତା ବିଶ୍ୱ ଅର୍ଥନୀତିକୁ ଧ୍ୱଂସମୁଖୀ କରିବାକୁ ବସିଛି।
ବିଶ୍ୱର ୨୦ଟି ଧନଶାଳୀ ଦେଶ, ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ଜାତିସଂଘ ପ୍ରତିନିଧିମାନଙ୍କର ମିଳିତ ଆଲୋଚନାରେ ବିଶ୍ୱର ଆର୍ଥିକ ସଂକଟକୁ ମୁକାବିଲା କରିବାର କୌଣସି ବାସ୍ତବ ସୂତ୍ର ବାହାରିପାରିନି ଏ ଯାବତ୍‌। ସମାଜବାଦୀ ବଜାରର ପତନ ପରେ ସମ୍ପ୍ରତି ସମଗ୍ର ବିଶ୍ୱବଜାରକୁ ନିୟନ୍ତ୍ରଣ କରୁଛି ଆମେରିକା। କୁତ୍ସିତ କୁବେରତନ୍ତ୍ରୀ କଳା କାରବାରର କାର୍ପଟ୍‌ଦାରଙ୍କୁ ମୁକାବିଲା କରୁଛି ଚାଇନା। ଚାଇନା ଓ ଆମେରିକା ମଧ୍ୟରେ ଦେଖାଦେଇଥିବା ବାଣିଜି୍ୟକ ଲଢ଼େଇ ଏବେ ଜୋର୍‌ଦାର ହେବାରେ ଲାଗିଛି।
ଆମେରିକା ଚାଇନା ଉପରେ ଅଧିକ ଆମଦାନୀ ଶୁଳ୍କ ଲଗାଇବା ଦ୍ୱାରା ଆମେରିକୀୟ ଅର୍ଥନୀତି ପ୍ରଭାବିତ ହେବ। ଫଳରେ ଲକ୍ଷ ଲକ୍ଷ ଲୋକ ଛଟେଇ ହେବେ ଏବଂ ଉପଭୋକ୍ତାମାନେ ମଧ୍ୟ ପ୍ରଭାବିତ ହେବେ। ଆମେରିକାର ବ୍ୟବସାୟ, କୃଷକ ଏବଂ ସାଧାରଣ ଲୋକଙ୍କ ଉପରେ ଏହା ନକାରାମତ୍କ ପ୍ରଭାବ ପକାଇବ। ଗତମାସରେ ଆମେରିକା ୨୦୦ ବିଲିୟନ ଡଲାରର ଚାଇନା ସାମଗ୍ରୀ ଆମଦାନି ଉପରେ ଶୁଳ୍କକୁ ୧୦ରୁ ୨୫%କୁ ବୃଦ୍ଧି କରିଛି। ୩୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କବୃଦ୍ଧିର ଧମକ ଦେଇଛି। ଆମେରିକୀୟ କମ୍ପାନୀଗୁଡ଼ିକର କହିବା ଅନୁସାରେ ଚାଇନାରୁ ଆସୁଥିବା ଦ୍ରବ୍ୟ ଉପରେ ଯେଉଁ ଶୁଳ୍କ ଲାଗୁ କରାଯାଉଛି, ତାକୁ ଚାଇନା ନୁହେଁ ବରଂ ଆମେରିକାବାସୀଙ୍କୁ ହିଁ ଦେବାକୁ ପଡୁଛି। ଦୁଇ ଦେଶ ମଧ୍ୟରେ ଏହି ବିବାଦ କାରଣରୁ ବଜାରରେ ମଧ୍ୟ ଏକ ଭିନ୍ନ ବାତାବରଣ ସୃଷ୍ଟି ହେଉଛି। ଆମେରିକୀୟ କମ୍ପାନୀଗୁଡ଼ିକ ଟ୍ରମ୍ପ୍‌ଙ୍କୁ ଚିଠି ଲେଖିଛନ୍ତି- ୩୦୦ ବିଲିୟନ ଡଲାରର ଚାଇନା ଉପତ୍ାଦ ଉପରେ ୨୫% ଶୁଳ୍କ ଲଗାଗଲେ ୪ ସଦସ୍ୟବିଶିଷ୍ଟ ଏକ ପରିବାରର ହାରାହାରି ମାସିକ ଖର୍ଚ୍ଚ ୨୦୦୦ ଡଲାର ବୃଦ୍ଧି ପାଇବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନା ଅର୍ଥନୀତି ଓ ବାଣିଜ୍ୟ ସମ୍ପର୍କରେ ଏକ ପ୍ରକାର ଅଜ୍ଞ। କିନ୍ତୁ ଚାଇନା ପ୍ରଶାସନ ଗତ ୨୦୦୮ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ନାନା କୌଶଳ ଅବଲମ୍ବନ କରିଥିଲା। ତାହା ଅବଶ୍ୟ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ। ଚାଇନା ନିଯୁକ୍ତି କ୍ଷେତ୍ରରେ ପ୍ରାୟ ୧୦୦ଟି ବଡ଼ ବଡ଼ ସହରରେ ୪୦-୫୦ ମହଲା ଆପାର୍ଟମେଣ୍ଟ ନିର୍ମାଣ କରିଥିଲା। ଏ ସବୁ ଆପାର୍ଟମେଣ୍ଟର ଅଳ୍ପ କେତେକ କିମ୍ବା ସମୁଦାୟ ଆଦୌ ବ୍ୟବହୃତ ହୋଇନାହିଁ। ତାହା ସତ୍ତ୍ୱେ ଆପାର୍ଟମେଣ୍ଟ ନିର୍ମାଣ ଚାଲିଛି। ଏହି ଟାୱାର ନିର୍ମାଣ କ୍ଷେତ୍ରରେ ସିନା କିଛି ଲୋକ ନିଯୁକ୍ତି ପାଇବେ, ବାସ୍ତବରେ ବିନିଯୋଗର ଅର୍ଥ ପାଇପାରିବେ ନାହିଁ। ଭବିଷ୍ୟତରେ ଏହି ଟାୱାରଗୁଡିକ ହୁଏତ କାମରେ ଲାଗିପାରେ।
ବାଣିଜ୍ୟ କ୍ଷେତ୍ରରେ ଚାଇନା ଆମେରିକାକୁ ଟକ୍କର ଦେଉଛି। କିନ୍ତୁ ବାସ୍ତବରେ ଅନ୍ୟାନ୍ୟ ଦେଶର ଅର୍ଥନୀତି ମାନ୍ଦାବସ୍ଥାରୁ ଏପର୍ଯ୍ୟନ୍ତ ମୁକୁଳି ପାରିନାହିଁ। ଏଭଳି ପରିସ୍ଥିତିରେ ଆମେରିକା-ଚାଇନା ବାଣିଜି୍ୟକ ଯୁଦ୍ଧ ଲାଗିଗଲେ ୨୦୦୮ରୁ ଆରମ୍ଭ ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଭଳି ଆହୁରି ଭୟଙ୍କର ବିପଦ ମାଡ଼ିଆସିବ।
ଏବେ ଭାରତ ଓ ଆମେରିକା ମଧ୍ୟରେ ବେପାରକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ସରକାର ଭାରତକୁ ବେପାର ପାଇଁ ଯେଉଁ ସ୍ବତନ୍ତ୍ର ମାନ୍ୟତା ଦେଇଥିଲା, ତାହା ଜୁନ୍‌ ପହିଲାରୁ ପ୍ରତ୍ୟାହାର କରିନେଇଛି ଏବଂ ଇସ୍ପାତ ଓ ଆଲୁମିନିୟମ୍‌ ସାମଗ୍ରୀ ଉପରେ ଅଧିକ ଆମଦାନୀ ଶୁଳ୍କ ଲାଗୁ କରିଛି। ଏଥିପାଇଁ ଭାରତ କ୍ଷତିଗ୍ରସ୍ତ ହୋଇଛି। ଭାରତ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆମେରିକୀୟ ସାମଗ୍ରୀ ଆମଦାନି ଉପରେ ଅଧିକ ଟିକସ ଲାଗୁ କରିଛି, ଯାହାଫଳରେ ଟ୍ରମ୍ପ୍‌ ଓ ମୋଦି ସରକାର ମୁହଁାମୁହିଁ ହୋଇଛନ୍ତି। ଏବେ ଆମେରିକାର ଭାରତବିରୋଧୀ ନୀତି ଉଭୟ ଦେଶର ସଂପର୍କକୁ ଦୁର୍ବଳ କରିପାରେ।
ବର୍ତ୍ତମାନ ବିଶ୍ୱବଜାରକୁ ନିୟନ୍ତ୍ରଣ କରୁଛି ଆମେରିକା। ଆମେରିକା ହେଉଛି କୁତ୍ସିତ କୁବେରତନ୍ତ୍ରର ସେଇ କଳାକାରବାରର କାର୍ପଟ୍‌ଦାର, ଯିଏ ଅର୍ଥ ଜରିଆରେ ଅନର୍ଥ ବୁଣେ ସାରା ପୃଥିବୀରେ। ଅର୍ଥ ବିନିମୟରେ ସଂସ୍କୃତିହୀନ ଏହି ସଭ୍ୟତା ଅନ୍ୟଠୁ କିଣିନିଏ ବୁଦ୍ଧି, ବୈଷୟିକ ଜ୍ଞାନକୌଶଳ ଓ ବିରଳପ୍ରତିଭା। ଧରାକୁ ସରା ମଣୁଥିବା ଏଇ ମାରାମତ୍କ ମହାଦେଶର ମୁନାଫାଖୋର ସୌଦାଗରମାନେ ବହୁ ୟୁରୋପୀୟ, ଏସୀୟ ରାଷ୍ଟ୍ରଙ୍କୁ ନିଜ ଯୁକ୍ତି ଓ ଚୁକ୍ତିରେ ବାନ୍ଧିସାରିଲେଣି। ସେମାନେ ବିଭିନ୍ନ ଦେଶରେ ବାଣିଜ୍ୟ ବ୍ୟବସାୟର ଚକ୍ରବୂ୍ୟହ ବିସ୍ତାର କରି ପ୍ରଥମେ ଦୁର୍ନୀତିଗ୍ରସ୍ତ କରିପକାନ୍ତି ଶାସନ ବ୍ୟବସ୍ଥାକୁ। ଆମେରିକାର ସାମରିକ ଓ ରାଜନୈତିକ ଯୁଦ୍ଧ ସରିଆସୁଛି- ଆରମ୍ଭ ହୋଇଯାଇଛି ଏକ ଅଭୂତପୂର୍ବ ଅର୍ଥନୈତିକ ଯୁଦ୍ଧ। ଏ ଯୁଦ୍ଧ ହେଉଛି ଏକ ଅଦୃଶ୍ୟ ତୃତୀୟ ବିଶ୍ୱଯୁଦ୍ଧର ଆଭାସ ମାତ୍ର!
ବିଶ୍ୱ ମାନଚିତ୍ରରେ ବଜାରଧର୍ମୀ ପାଶ୍ଚାତ୍ୟ ସଭ୍ୟତା ଉପରେ ଗଢ଼ିଉଠିଥିବା ୟୁରୋପ ଅପେକ୍ଷା କୃଷିଭିତ୍ତିକ ପାଶ୍ଚାତ୍ୟ ସଭ୍ୟତା ଆଧାରିତ ଏସିଆ ମହାଦେଶକୁ ହିଁ ଅଧିକ କ୍ଷୟକ୍ଷତିରେ ଆକ୍ରାନ୍ତ କରିବାର ଚକ୍ରାନ୍ତ କରିଛି ଆମେରିକା। ଏସିଆ ପାଲଟିବାକୁ ଯାଉଛି ଗୋଟାଏ ‘ଟ୍ରାଜିକ୍‌ ଟାର୍ଗେଟ୍‌’- ନିଜ ଅଜ୍ଞାତସାରରେ। ମାରଣାସ୍ତ୍ରରେ ମୁନାଫାର ମିନାର ଆକାଶଛୁଆଁ। ଏପରି କି ଏହି ମୁନାଫାର ମାତ୍ର ୫% ଉତ୍କୋଚରେ ବହୁ ଏସୀୟ ରାଷ୍ଟ୍ରର ଶାସନ ଓ ପ୍ରଶାସନ ଆମେରିକାର ସଖୀ କଣ୍ଢେଇ ସାଜିବାକୁ ସଜବାଜ। ଅଧିକାଂଶ ରାଷ୍ଟ୍ରର ଶାସନ ଓ ପ୍ରଶାସନର ସୂତ୍ରଧରମାନଙ୍କୁ କଳାଟଙ୍କାର କାରବାରରେ ହରଦମ୍‌ ଦୋରସ୍ତ କରିବାରେ କୃତକାର୍ଯ୍ୟ ହୋଇସାରିଛି ସଫେଦ ସୌଦାଗର। ଭାରତ-ଚାଇନା-ଜାପାନ ଯଦି କେବେ ନା କେବେ ପୁନର୍ଜାଗରଣର ମନ୍ତ୍ରଶକ୍ତି ଦ୍ୱାରା ଏକତ୍ର ଉଦ୍‌ବୁଦ୍ଧ ହୋଇଯିବେ, ତା’ହେଲେ ଏସିଆ ହୋଇଉଠିବ ଏକ ଅଦ୍ଭୁତ ଅପରାଜେୟ ମହାଶକ୍ତି, ଯାହା ସ୍ବର୍ଗ, ମର୍ତ୍ତ୍ୟ, ପାତାଳଗାମୀ ମାର୍କିନ ସାମରିକ ସୌଦାଗରଙ୍କୁ ପରାହତ କରିବାରେ ସମର୍ଥ ହେବ।
ଯାଜପୁରରୋଡ୍‌, ମୋ: ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri