ବାଟ୍‌ଲା ହାଉସ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ବାଟ୍‌ଲା ହାଉସ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ୨ ମିନିଟ୍‌ ୫୫ ସେକେଣ୍ଡର ଥିବା ଏହି ଟ୍ରେଲରକୁ ରିଲିଜ୍‌ ହେବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଦର୍ଶକ ଦେଖିସାରିଲେଣି। ଏଥିରେ ଜନ୍‌ଙ୍କ ଦମ୍‌ଦାର ଆକ୍ସନ ଓ ଅଭିନୟ ଦେଖିବାକୁ ମିଳିଛି। ଫିଲ୍ମରେ ଜନ୍‌ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି। ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜନ୍‌ଙ୍କ ବିପକ୍ଷରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦର୍ଶକ ଦେଖିପାରିବେ। ଏହି ଫିଲ୍ମ ୨୦୦୮ରେ ଦିଲ୍ଲୀର ଜାମିଆ ନଗରରେ ଘଟିଥିବା ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟରର ନିଚ୍ଛକ ଘଟଣା ଉପରେ ଆଧାରିତ। ଏହି ଏନ୍‌କାଉଣ୍ଟର ସେ ସମୟରେ ବହୁ ଚର୍ଚ୍ଚିତ ହୋଇଥିଲା। ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମ ‘ମିଶନ ମଙ୍ଗଳ’କୁ କଡା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ନିଙ୍କ କୋଳରେ ତୈମୁର: ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ମୁମ୍ବାଇ: କରିନା କପୁର ଖାଁ ଓ ଶୈଫ ଅଲି ଖାଁଙ୍କ ପୁଅ ତୈମୁର ଚର୍ଚ୍ଚିତ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ଜଣେ। ଅନେକ ସମୟରେ ତାଙ୍କ ଫଟୋ ସୋସିଆଲ...

ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍‌ଓସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୨: ବଲିଉଡ୍‌ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍‌ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ...

ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପ୍ରତିବର୍ଷ ଚିଠି ଲେଖନ୍ତି ଆମିର ଖାନ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ଏକ ଫିଲ୍ମ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସଲମାନ୍‌ ଖାନ୍‌ ଏବଂ ଆମୀର...

ଟ୍ରାନ୍ସପରେଣ୍ଟ ଡ୍ରେସରେ ଫଟୋ ଶେୟାର କଲେ ପ୍ରିୟଙ୍କା: ଏମିତି କମେଣ୍ଟ ଦେଲେ ହ୍ରିତିକ୍‌

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୌଣସି ନା କୌଣସି କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଗତ ମାସରେ ପ୍ରିୟଙ୍କା ଚୋପ୍ରାଙ୍କ ପୁସ୍ତକ ’ଅନ୍‌ଫିନିଷ୍ଟ’ ଉନ୍ମୋଚିତ...

‘ଯବାନ’ ଦେଖିବା ପରେ ଶାହରୁଖଙ୍କୁ ପ୍ରଶଂସା କଲେ ସାଉଥ ସୁପରଷ୍ଟାର

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’କୁ ଦେଖିବା ପରେ ସେଲିବ୍ରିଟିଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରୁଛନ୍ତି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ସେମାନଙ୍କ...

ୟୁକ୍ରେନରେ ପହଞ୍ଚିଲେ ଆଞ୍ଜେଲିନା

ରୁଷିଆର ଆକ୍ରମଣ ପରେ ୟୁକ୍ରେନର ସବୁ ସ୍ଥାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ୟୁକ୍ରେନରେ ପହଞ୍ଚି ସମସ୍ତଙ୍କୁ...

ଆତ୍ମହତ୍ୟା ପୂର୍ବରୁ ଏଭଳି ଲେଖିଥିଲେ ରେଖାଙ୍କ ସ୍ବାମୀ, ଜାଣିଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ କହିଲେ ରେଖାଙ୍କୁ ବୁଝାଯାଏ। ନିଜର ସୁନ୍ଦରତା ସହ ଅଭିନୟରେ ସେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବୃତ୍ତିଗତ ଜୀବନରେ...

କିମିଆ କରୁଛି ‘ଲାଇଗର’ର ଝଲକ୍‌; ଆପଣ ବି ଦେଖନ୍ତୁ…

ବମ୍ବେ: ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ପ୍ରଶଂସକ ଭେଟି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟ ଦେଭେରାକୋଣ୍ଡାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଇଗର’ର ଝଲକକୁ ରିଲିଜ କରାଯାଇଛି।...

Advertisement
Archives

Model This Week