ବାଜ୍ୟାପ୍ତି ହେବ ରାଜାଙ୍କ ବହୁ କୋଟି ଟଙ୍କାର ବେଆଇନ ସମ୍ପତ୍ତି: ଇଣ୍ଟରନ୍ୟାଶନାଲ ଲିଙ୍କ୍‌ ନେଇ ମିଳିଲା ପ୍ରମାଣ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଧୂଳିସାତ୍‌ ହେବ ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ବହୁ ତଥ୍ୟ ହାସଲ କରିବା ପରେ ଏବେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବ୍ରାଉନସୁଗାର କାରବାରରେ ରାଜାଙ୍କ ଇଣ୍ଟରନ୍ୟାଶନାଲ ଲିଙ୍କ୍‌ର ପ୍ରମାଣ ପାଇବା ପରେ ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ତଦନ୍ତ ପାଇଁ ବାଂଲାଦେଶ ସହ ନେପାଳ ଓ ଭୁଟାନ ଗସ୍ତ କରିବ। ଅନ୍ୟପକ୍ଷରେ ଇତିମଧ୍ୟରେ ଓଡ଼ିଶାରୁ ଜବତ ହୋଇଥିବା ରାଜାଙ୍କ ବହୁ କୋଟି ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତିି କରିବାକୁ ଲାଗିପଡ଼ିଛି। ଉକ୍ତ ସମ୍ପତ୍ତିର ତାଲିକା କଲିକତାସ୍ଥିତ କମ୍ପିଟାଣ୍ଟ ଅଥରିଟି(ସିଏ)ଙ୍କ ନିକଟକୁ ପଠାଯିବ। ସ୍ମଗ୍‌ଲର ଅଫ୍‌ ଫରେନ୍‌ ଏକ୍ସଚେଞ୍ଜ ମାନିକୁଲେଟର୍ସ ଆକ୍ଟ ୧୯୭୬ (ସାଫେମା) ଅନୁସାରେ ଜଣେ ଇନ୍‌କମ ଟ୍ୟାକ୍ସ ର଼୍ୟାଙ୍କର ଅଧିକାରୀ ତାହାକୁ ଯାଞ୍ଚ କରିବେ ବୋଲି ବୁଧବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଟିଏଫ୍‌-୨ ଏସ୍‌ପି ପ୍ରଶାନ୍ତ ଭୋଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ରାଜାଙ୍କୁ ଗିରଫ କରିବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ଏସ୍‌ଟିଏଫ୍‌। ତାଙ୍କୁ ଜେରା କରାଯିବା ସହ ବିଭିନ୍ନ ସ୍ଥାନରେ ଥିବା ଘର ଓ ଆଡ୍ଡା ଉପରେ ଚଢ଼ାଉ କରାଯାଇ ବିପୁଳ ସମ୍ପତ୍ତି ଜବତ କରାଯାଇଥିଲା। ରବିବାର ଏସ୍‌ଟିଏଫ୍‌ ପକ୍ଷରୁ ବାଲେଶ୍ୱର ଅରଡବଜାରସ୍ଥିତ ରାଜାଙ୍କ ଘର ଓ ସୋମବାର ଏସ୍‌ଟିଏଫ୍‌ର ଏକ ଟିମ୍‌ ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ତେଲେଙ୍ଗାସାହିର ସମ୍ବେଦନା ଏନ୍‌କ୍ଲେଭ୍‌ର ୧୦୬ ନମ୍ବର ଫ୍ଲାଟ ଉପରେ ଚଢାଉ କରିଥିଲା। ତେବେ ଅରଡବଜାରସ୍ଥିତ ଘରୁ ନଗଦ ୬୦ ହଜାର ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ଅରଡ଼ାବଜାରସ୍ଥିତ ୬୦ଲକ୍ଷ ଟଙ୍କା ମୂଲ୍ୟର ଘର ଓ ତେଲେଙ୍ଗାସାହିସ୍ଥିତ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫ୍ଲାଟ୍‌ ସହ ୩ ଲକ୍ଷ ଟଙ୍କା ମୂଲ୍ୟର ଏକ ମାରୁତି ସୁଜୁକି କାର, ୮ ଲକ୍ଷର ହ୍ୟୁଣ୍ଡାଇ ଆଇ ୨୦ କାର, ୧୨ ଲକ୍ଷ ଟଙ୍କାର ଇକୋ ସ୍ପୋର୍ଟସ୍‌ କାର, ୧ ଲକ୍ଷ ୮୦ ହଜାର ଟଙ୍କାର କେଟିଏମ୍‌ ବାଇକ, ୩୦ ଲକ୍ଷର ଗୋଟିଏ ମାଛମରା ଟ୍ରଲର ମଧ୍ୟ ଜବତ କରାଯାଇଛି। ସେହିଭଳି ବିଭିନ୍ନ ସ୍ଥାନରେ ରାଜା ଓ ସମ୍ପର୍କୀୟଙ୍କ ନାଁରେ ରହିଥିବା ଅନେକ ପ୍ଲଟ୍‌ ସଂକ୍ରାନ୍ତରେ ଯାଞ୍ଚ ଚାଲିଛି। ତାଙ୍କ ଆକାଉଣ୍ଟରେ ବହୁ କୋଟି ଟଙ୍କା କାରବାର ହୋଇଛି। ଟଙ୍କା କାହା ନିକଟକୁ ଯାଇଛି ଓ କିଏ ପଠାଇଛି ତାହାର ଚେର ଖୋଜିବା ଆରମ୍ଭ କରିଛି ଏସ୍‌ଟିଏଫ୍‌। ତେବେ ତାଙ୍କ ନିକଟରୁ ମିଳିଥିବା ୬ ମୋବାଇଲ ଫୋନ ଓ ୨୬ ସିମ୍‌କାର୍ଡରୁ ଆନ୍ତଃ ରାଜ୍ୟ ଓ ଅନ୍ତଃରାଷ୍ଟ୍ରୀୟ ଲିଙ୍କ୍‌ ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ପି ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri