ବାଙ୍ଗାଲୋରରେ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ ଯୁବକ ଇରମରୁ ଗିରଫ

ବାସୁଦେବପୁର, ୬।୭ (ଡି.ଏନ.ଏ.) – ବାଙ୍ଗାଲୋରରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଯୁବକ ଆକାଶ ଗୌଡ଼(୨୨)ଙ୍କୁ ବାସୁଦେବପୁର ଥାନା ଅଧୀନ ଇରମ ଆଡ଼ିଆ ଗ୍ରାମରୁ ଗତ ଶୁକ୍ରବାର ପୋଲିସ ଗିରଫ କରି ବାଙ୍ଗାଲୋର ପୋଲିସକୁ ହସ୍ତାନ୍ତର କରିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଆକାଶଙ୍କ ଘର ବାଙ୍ଗାଲୋର ସିଟି ଭେଲିକାଭେଲ ଥାନା ଅଧୀନ କେମ୍ପାଗୌଡନଗରରେ। ଗତ ଜୁନ୍‌ ୧୬ ତାରିଖରେ ବାଙ୍ଗାଲୋର ସିଟି ଅଞ୍ଚଳର ମାଲେଶ୍ୱରମ୍‌ ଛକ ସାମ୍ନାରେ ଆକାଶ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ଶ୍ରୀନିବାସ ରାଓ ନାମକ ଜଣେ ବ୍ୟବସାୟୀଙ୍କ ପୁତ୍ରଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲେ। ଏ ନେଇ ଶ୍ରୀନିବାସଙ୍କ ଅଭିଯୋଗ କ୍ରମେ ଭେଲିକାଭେଲ ଥାନାରେ ଦଫା ୩୦୨, ୩୦୭, ୩୪ ଆଇପିସିରେ ଏକ ମାମଲା(ନଂ. ୫୨/୧୯) ରୁଜୁ ହୋଇ ପୋଲିସ ତଦନ୍ତ ଜାରି ରଖିଥିଲା। ସ୍ଥାନୀୟ ଅଞ୍ଚଳରେ ଅଭିଯୁକ୍ତ ଆକାଶ ଥିବା ଜାଣିବା ପରେ ଶୁକ୍ରବାର ବାସୁଦେବପୁର ଥାନା ଆଇଆଇସି ଉମାଶଙ୍କର ନାୟକ ସଦଳବଳ ଚଢ଼ାଉ କରି ଇରମ ଆଡ଼ିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ତାଙ୍କୁ ଧରିଥିଲେ। ପରେ ତାଙ୍କୁ ବାଙ୍ଗାଲୋର ପୋଲିସକୁ ହସ୍ତାନ୍ତର କରାଯାଇଛି।
ପ୍ରକାଶ ଯେ, ଇରମ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କର ଏକ ଦୋକାନ ବାଙ୍ଗାଲୋରରେ ଅଛି। ସେଠାରେ ତାଙ୍କର କେତେକ ସମ୍ପର୍କୀୟ ରହନ୍ତି। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଆକାଶ ଏହି ବ୍ୟକ୍ତିଙ୍କ ପୁଅ ସହ ରଥଯାତ୍ରା ଦେଖିବାକୁ ଓଡ଼ିଶା ପଳାଇ ଆସି ଇରମରେ ରହିଥିଲେ। ଏ ସମ୍ପର୍କରେ ବାଙ୍ଗାଲୋର ପୋଲିସ ବାସୁଦେବପୁର ପୋଲିସକୁ ଅବଗତ କରିବା ପରେ ଆକାଶଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଓଡିଆଙ୍କୁ ସହାୟତା

ଖଇରା, ୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ଓ ଔପଦା ନିର୍ବାଚନମଣ୍ଡଳୀରେ ରାଜନେତା ଶଶି ସାହୁ ପ୍ରାକୃତିକ ବିପତ୍ତି ସମୟରେ ସିମୁଳିଆ ଓ ଖଇରା ଜନସାଧାରଣଙ୍କ ନିକଟରେ...

ନିର୍ବାଚନ ପାଇଁ ସିଆରପିଏଫ୍‌ର ଫ୍ଲାଗମାର୍ଚ୍ଚ

ବାଲେଶ୍ୱର/ଜଳେଶ୍ୱର, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ସହରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସିଆର୍‌ପିଏଫ୍‌ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ...

ସ୍ଥଳଭାଗ ମୁହାଁ ‘ଅମ୍ଫନ୍‌’: ଭୋଗରାଇରେ ଆରମ୍ଭ ହେଲା ବର୍ଷା, ସମୁଦ୍ରକୂଳବାସୀ ଭୟଭୀତ

ଭୋଗରାଇ, ୧୯।୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍‌’ ଧିରେ ଧିରେ ସ୍ଥଳଭାଗ ମୁହାଁ ହେଉଛି। ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ...

୩ ଶିକାରୀ ଗିରଫ, ୨ ବନ୍ଧୁକ ଜବତ

ଔପଦା,୧୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବନବିଭାଗ ତରଫରୁ ଶୁକ୍ରବାର ବିଳମ୍ବିତ ରାତିରେ ୩ଜଣ ଶିକାରୀଙ୍କୁ ଗିରଫ କରାଯିବା ସହିତ ୨ଟି ଗୁଳି ଭର୍ତ୍ତି ବନ୍ଧୁକ ଜବତ କରାଯାଇଛି।...

ବସକୁ ଧକ୍କା ଦେଲା ଟ୍ରକ : ଜଣେ ଶିଶୁଙ୍କ ଜୀବନଗଲା

କେନ୍ଦୁଝର,୨୫ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ବୁଧବାର ରାତିରେ ଏକ ଘରୋଇ ବସ ପଛରେ ଟ୍ରକ ଧକ୍କା ଦେବାରୁ ଜଣେ ୬ ବର୍ଷର ଶିଶୁଙ୍କ...

‘ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ’ : ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଜିଲାରେ ଥିବା ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଲାଗି ସେମାନଙ୍କ ମାତାପିତାମାନେ ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ...

ସନ୍ଦେହ ଜନକ ମୃତ୍ୟୁ: ଥାନାରେ ମାମଲା

ଧାମନଗର ୩।୯(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ସରପୁର ଗ୍ରାମରେ ନିରଞ୍ଜନ ପତିଙ୍କର ୫୩ ବର୍ଷ ବୟସରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ...

ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ଝିଟିପିଟି: ଭୟରେ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୧୭।୧୦- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାଳବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଅଣ୍ଡା ତରକାରିରୁ ଏକ ମଲା ଝିଟିପିଟି ବାହାରିଥିଲା।...


Coronavirus Update

Archives

Model This Week

Why Dharitri