ବାଙ୍ଗାଲୋରରେ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ ଯୁବକ ଇରମରୁ ଗିରଫ

ବାସୁଦେବପୁର, ୬।୭ (ଡି.ଏନ.ଏ.) – ବାଙ୍ଗାଲୋରରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଯୁବକ ଆକାଶ ଗୌଡ଼(୨୨)ଙ୍କୁ ବାସୁଦେବପୁର ଥାନା ଅଧୀନ ଇରମ ଆଡ଼ିଆ ଗ୍ରାମରୁ ଗତ ଶୁକ୍ରବାର ପୋଲିସ ଗିରଫ କରି ବାଙ୍ଗାଲୋର ପୋଲିସକୁ ହସ୍ତାନ୍ତର କରିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଆକାଶଙ୍କ ଘର ବାଙ୍ଗାଲୋର ସିଟି ଭେଲିକାଭେଲ ଥାନା ଅଧୀନ କେମ୍ପାଗୌଡନଗରରେ। ଗତ ଜୁନ୍‌ ୧୬ ତାରିଖରେ ବାଙ୍ଗାଲୋର ସିଟି ଅଞ୍ଚଳର ମାଲେଶ୍ୱରମ୍‌ ଛକ ସାମ୍ନାରେ ଆକାଶ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ଶ୍ରୀନିବାସ ରାଓ ନାମକ ଜଣେ ବ୍ୟବସାୟୀଙ୍କ ପୁତ୍ରଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲେ। ଏ ନେଇ ଶ୍ରୀନିବାସଙ୍କ ଅଭିଯୋଗ କ୍ରମେ ଭେଲିକାଭେଲ ଥାନାରେ ଦଫା ୩୦୨, ୩୦୭, ୩୪ ଆଇପିସିରେ ଏକ ମାମଲା(ନଂ. ୫୨/୧୯) ରୁଜୁ ହୋଇ ପୋଲିସ ତଦନ୍ତ ଜାରି ରଖିଥିଲା। ସ୍ଥାନୀୟ ଅଞ୍ଚଳରେ ଅଭିଯୁକ୍ତ ଆକାଶ ଥିବା ଜାଣିବା ପରେ ଶୁକ୍ରବାର ବାସୁଦେବପୁର ଥାନା ଆଇଆଇସି ଉମାଶଙ୍କର ନାୟକ ସଦଳବଳ ଚଢ଼ାଉ କରି ଇରମ ଆଡ଼ିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ତାଙ୍କୁ ଧରିଥିଲେ। ପରେ ତାଙ୍କୁ ବାଙ୍ଗାଲୋର ପୋଲିସକୁ ହସ୍ତାନ୍ତର କରାଯାଇଛି।
ପ୍ରକାଶ ଯେ, ଇରମ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କର ଏକ ଦୋକାନ ବାଙ୍ଗାଲୋରରେ ଅଛି। ସେଠାରେ ତାଙ୍କର କେତେକ ସମ୍ପର୍କୀୟ ରହନ୍ତି। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଆକାଶ ଏହି ବ୍ୟକ୍ତିଙ୍କ ପୁଅ ସହ ରଥଯାତ୍ରା ଦେଖିବାକୁ ଓଡ଼ିଶା ପଳାଇ ଆସି ଇରମରେ ରହିଥିଲେ। ଏ ସମ୍ପର୍କରେ ବାଙ୍ଗାଲୋର ପୋଲିସ ବାସୁଦେବପୁର ପୋଲିସକୁ ଅବଗତ କରିବା ପରେ ଆକାଶଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri