ବାଗଡିଆ-ବୁଢାଢିପ ରାସ୍ତା ମରଣଯନ୍ତା

ଛେଣ୍ଡିପଦା,୧୦।୯ (ସ୍ବ.ପ୍ର)

ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ବାଗଡିଆ ଜଗନ୍ନାଥ ମନ୍ଦିରଠାରୁ ବୁଢାଢିପ ଗ୍ରାମକୁ ଯାଇଥିବା ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି। ଲଗାଣ ବର୍ଷା ଯୋଗୁ ରାସ୍ତାରେ ଗାତ ସୃଷ୍ଟି ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ଗ୍ରାମର ସମସ୍ତ ବର୍ଷା ଜଳ ଓ ଡ୍ରେନ ପାଣି ଆସି କଂକ୍ରିଟ ରାସ୍ତାଟି ଦବି ଯିବା ସହିତ ୩ ଫୁଟର ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଜନ ସାଧାରଣ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି, ଏକ ଘରୋଇ ଠିକସଂସ୍ଥା ପକ୍ଷରୁ ୩/୪ ବର୍ଷ ତଳେ ରାସ୍ତା ନିର୍ମାଣ ହୋଇଥିଲା। ନିମ୍ନମାନର କାମ ଯୋଗୁ ରାସ୍ତାଟି ଭାଙ୍ଗିଯାଇଛି। ଏହି ରାସ୍ତାଦେଇ ପ୍ରତିଦିନ ବହୁ ଜନସାଧାରଣ, ଛାତ୍ରୀଛାତ୍ର ଯାତାୟାତ କରିଥାନ୍ତି। ରାସ୍ତାଟି ଦବି ଯିବା ଫଳରେ ଗ୍ରାମବାସୀ ଅସୁବିଧା ଭୋଗୁଛନ୍ତି। ତୁରନ୍ତ ଏହାର ମରାମତି କରିବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ବାଗଡିଆ ସରପଞ୍ଚ ସଞ୍ଜୟ ଦେହୁରୀ କହିଛନ୍ତି, ପଞ୍ଚାୟତରେ ଅର୍ଥ ନାହିଁ। ଅର୍ଥ ଆସିଲା ପରେ ତୁରନ୍ତ ପଦକ୍ଷେପ ନିଆଯିବ। ଏ ନେଇ ବିଡିଓ ରୋମାଞ୍ଚଳ ଖମାରୀ କୁହନ୍ତି, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ତୁରନ୍ତ ପାଣି ନିଷ୍କାସନର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନଂ ଜାତୀୟ ରାଜପଥରେ ଲାଗିବ ସିସିଟିଭି: ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଅମାନିଆଙ୍କୁ ଜଗିବ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥରେ ଅତ୍ୟାଧୁନିକ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହେବ। ଏହି ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା...

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୭ା୧୧: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍‌ ଆସୋସିଏଶନର ପୂର୍ବତନ ସଭାପତି ଡକ୍ଟର ଅଶୋକ ମହାପାତ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ...

କୃଷି ବିଲ୍‌ ଚାଷୀଙ୍କୁ ରସାତଳଗାମୀ କରିବ: ଯୁବ କଂଗ୍ରେସ

ଭୁବନେଶ୍ୱର ୨୨।୯ (ବ୍ୟୁରୋ) କେନ୍ଦ୍ରର କୃଷି ବିଲ୍‌ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସୋମବାର ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଯୁବ କଂଗ୍ରେସ ସଭାପତି...

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ ଅଫିସ, ୧୯।୧: ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲକ୍ଷ୍ମଣ ମାଙ୍କଡ଼ା ପଥର...

୧୬ ଜିଲାରୁ ୭୫ ଆକ୍ରାନ୍ତ: ଖୋର୍ଦ୍ଧା-ସୁନ୍ଦରଗଡ଼ର ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୭୫ ନୂଆ ଆକ୍ରାନ୍ତ ୧୬ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା-ସୁନ୍ଦରଗଡ଼ରୁ ସର୍ବାଧିକ ୧୮ ଅଛନ୍ତି। ସେହିଭଳି ଜଗତସିଂହପୁର-କୋରାପୁଟ-ଅନୁଗୋଳ-ଢ଼େଙ୍କାନାଳର...

ପ୍ରଦୂଷଣ ଲୁଚାଇବାକୁ ଫନ୍ଦି

ଯାଜପୁର ଅଫିସ,୨୦।୧୦: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଓଡ଼ିଶାରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।...

ଦିଲ୍ଲୀକୁ ଗଡିବ ଆଉ ୨ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୯।୧୦(ବ୍ୟୁରୋ)-ଓଡ଼ିଶାରୁ ନୂଆଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ବତନ୍ତ୍ର ଟ୍ରେନ। ୧୭ ତାରିଖରୁ ଚାଲିବ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ। ଏହି ଟ୍ରେନ ପ୍ରତି ଶନିବାର ଅପରାହ୍ନ ୧୨ଟା...

ଆଧାର ଲିଙ୍କ୍‌ ସତ୍ତ୍ୱେ ମିଳୁନି ଗ୍ୟାସ୍‌ ସବ୍‌ସିଡି

ଭୁବନେଶ୍ୱର,୧୭-୯(ବ୍ୟୁରୋ):୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆସିବା ପରେ ପ୍ରତ୍ୟେକ ଘରେ ଗ୍ୟାସ୍‌ ସଂଯୋଗ କରାଇବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା। ସବୁଘରେ ସ୍ବଚ୍ଛ...

Advertisement

BGU

Archives

Model This Week

Why Dharitri