Posted inଖେଳ

ବାଓଟୋ ଏଟିପି ଚ୍ୟାଲେଞ୍ଜର : ସିଙ୍ଗଲ୍ସ, ଡବଲ୍ସରେ ମୁକୁନ୍ଦ ରନର୍ସ-ଅପ୍‌

ବାଓଟୋ,୧।୯(ପି.ଟି.)- ଚାଇନାର ବାଓଟୋରେ ଅନୁଷ୍ଠିତ ହୋଇଥିବା ୫୪,୧୬୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ କ୍ଲେ- କୋର୍ଟ ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟରେ ଭାରତର ଶଶି କୁମାର ମୁକୁନ୍ଦ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରି ଦୁଇଟି ଇଭେଣ୍ଟରେ ରନର୍ସଅପ୍‌ ହୋଇଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି।
ସିଙ୍ଗଲ୍ସରେ ଦ୍ୱାଦଶ ସିଡ ମାନ୍ୟତା ପାଇଥିବା ମୁକୁନ୍ଦ ଫାଇନାଲରେ ଟପ୍‌ ସିଡ ଅଷ୍ଟ୍ରେଲିଆର ଜେମ୍ସ ଡକଓ୍ବର୍ଥଙ୍କଠାରୁ ୪-୬, ୩-୬ ସେଟରେ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲେ। ଏହାପୂର୍ବରୁ ଚେନ୍ନାଇ ଓପନ ସେମିଫାଇନାଲରେ ପ୍ରବେଶ କରି ମୁକୁନ୍ଦ ସିଙ୍ଗଲ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଫାଇନାଲରେ ପହଞ୍ଚିବା ସହ ସେ ୪୨୪୦ ଆମେରିକୀୟ ଡଲାର ପୁରସ୍କାର ଓ ୪୦ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସଲ କରିଛନ୍ତି। ଫଳରେ ୟୁଏସ୍‌ ଓପନ ପରେ ପ୍ରକାଶିତ ହେବାକୁ ଥିବା ନୂଆ ର଼୍ୟାଙ୍କିଙ୍ଗ୍‌ରେ ସେ କ୍ୟାରିୟର ଶ୍ରେଷ୍ଠ ୨୩୫ତମ ସ୍ଥାନକୁ ଉଠିବା ସ୍ପଷ୍ଟ ହୋଇଛି। ଚଳିତ ସେସନରେ ମୁକୁନ୍ଦ ଏହା ପୂର୍ବରୁ ଆଭରେଜ ପ୍ରଦର୍ଶନ କରିଥିଲେ। କୌଣସି ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡ ମଧ୍ୟ ସେ ପାର କରିପାରି ନ ଥିଲେ।
ସେହିପରି ଡବଲ୍ସ ଇଭେଣ୍ଟରେ ମୁକୁନ୍ଦ ଓ ତାଙ୍କ ରୁଷିଆ ପାର୍ଟନର ତେମୁରାଜ ଗାବାଶଭିଲି ଫାଇନାଲରେ ଦ୍ୱିତୀୟ ସିଡ କୋରିଆ ଯୋଡି ଜି ସଙ୍ଗ ନାମ ଓ ମିନ- କ୍ୟୁ ସଙ୍ଗଙ୍କଠାରୁ ୬-୭, ୨-୬ ସେଟରେ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲେ ମଧ୍ୟ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ମହିଳା ଫୁଟ୍‌ବଲ କୋଚ୍‌ ପଦ ଛାଡ଼ିଲେ ମେମୋଲ

ନୂଆଦିଲ୍ଲୀ, ୨୧।୭(ପି.ଟି.)- ମେମୋଲ ରକି ଭାରତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ପଦ ଛାଡ଼ିଛନ୍ତି। ଗତ ୪ ବର୍ଷ ଧରି ଜାତୀୟ ଦଳ ଦାୟିତ୍ୱରେ ଥିବା...

ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର, ୧୦।୬ (ସ୍ପୋଟର୍‌ସ ବ୍ୟୁରୋ): ପ୍ରଥମ ଜନଜାତି ଖେଳ ମହୋତ୍ସବ ଶୁକ୍ରବାର କିଟ୍‌ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର...

ବେଗ ବଢ଼ାଇବା ପାଇଁ ପୋଷା କୁକୁରର ସହାୟତା ନେଲେ ସାମି

କୋଲକାତା, ୨୭।୬- କରୋନା ଭାଇରସ ଲାଗି ଦୀର୍ଘ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ ଦଳର ଖେଳାଳିମାନେ ଏବେ ଧିରେ ଧିରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ...

ଓସିଏ ନିର୍ବାଚନ: ଅକ୍ଟୋବର ୨୦ ସୁଦ୍ଧା ସରିବ

କଟକ ଅଫିସ,୩୦ା୮- ଆସନ୍ତା ଅକ୍ଟୋବର ୨୦ ତାରିଖ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏ ନେଇ ଗୁରୁବାର ଓସିଏର ନିର୍ବାଚନ ଅଧିକାରୀ...

ଦିଲ୍ଲୀ ପାଇଁ ସହଜ ହୋଇ ନ ପାରେ ଟାଇଟନ୍ସ

ନୂଆଦିଲ୍ଲୀ, ୪।୪ (ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଙ୍ଗଳବାର ଖେଳାଯିବାକୁଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସହଜ ହୋଇ...

ସ୍ନେହରେ ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ହେଉଛନ୍ତି ବିରାଟ କୋହଲୀ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ...

‘ପଡ଼ିଆରୁ ମିଳିଥିବା ଶିକ୍ଷା ଗୁରୁତ୍ୱପୂର୍ଣ୍ଣ’

କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ। ଏଠାରେ ଆୟୋଜକ ଭାରତ ଗ୍ରୁପ୍‌ ‘ଏ’ରେ...

ନିଜସ୍ବ ଓ୍ବେବ୍‌ସାଇଟ୍‌ ଲଞ୍ଚ୍‌ କଲେ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ, ୧୭ା୮ (ପି.ଟି.)- ଭାରତୀୟ ଟେନିସ୍‌ ଆଇକନ୍‌ ଲିଆଣ୍ଡର ପେସ୍‌ ଶନିବାର ଦେଶର ୭୪ତମ ସ୍ବାଧୀନତା ଦିବସ ଅବସରରେ ନିଜସ୍ବ ଓ୍ବେବ୍‌ ସାଇଟ୍‌ ଲଞ୍ଚ୍‌ କରିଛନ୍ତି।...

Advertisement
Archives

Model This Week