ବାଇପାସ୍‌ରେ ଯୋଡ଼ିହେବ ଆଳତୁମା-ମାଳପୁରା : ଖର୍ଚ୍ଚ ହେବ ୨୦.୧୧ କୋଟି

କାମାକ୍ଷାନଗର, ୧୦।୮(ଡି.ଏନ.ଏ.) – ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବାଇପାସ୍‌ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ କାର୍ଯ୍ୟ ଶେଷ ହୋଇଛି। ୭.୭ କିମି ଦୈର୍ଘ୍ୟ ବିଶିଷ୍ଟ ଉକ୍ତ ରାସ୍ତା ନିର୍ମାଣରେ ୨୦ କୋଟି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟବାରାଦ କରାଯାଇଛି। ଏଥିପାଇଁ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟା ଏବଂ ଜମି ଅଧିଗ୍ରହଣ ଶେଷ ହୋଇଛି। ଶୁକ୍ରବାର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ହରିପାଲ, କନିଷ୍ଠ ଯନ୍ତ୍ରୀ ଦୀପ୍ତିମୋହନ ମଲ୍ଲିକ ପ୍ରମୁଖ କର୍ମଚାରୀଙ୍କ ସହ ଉପସ୍ଥିତ ରହି ମାପଚୁପ କରିଛନ୍ତି। କିଛି ଦିନ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ କାମାକ୍ଷାନଗରଠାରୁ ୫୩ନଂ. ଜାତୀୟ ରାଜପଥର ଦୂରତା ୩୫ କିମି। ସେଠାରୁ ଗୋଟିଏ ପାର୍ଶ୍ୱରେ ତାଳଚେର ଏବଂ ଅନ୍ୟ ପାର୍ଶ୍ୱରେ ଭୁବନ ଅବସ୍ଥିତ। ଏବର ଯୋଜନା ଅନୁଯାୟୀ, ଜାତୀୟ ରାଜପଥଠାରୁ ୨କିମି ପୂର୍ବରୁ ରେକୁଳାଠାରୁ ମାଳବନ୍ଧ ଦେଇ ଆଳତୁମାକୁ ବାଇପାସ୍‌ ରାସ୍ତା ନିର୍ମାଣ ହେବ, ଯାହାର ଦୈର୍ଘ୍ୟ ରହିଛି ୩ କିମି ୫୪୦ମିଟର। ସେହିପରି ରେକୁଲାରୁ ମାଳପୁରାକୁ ଅନୁରୂପ ଭାବେ ମାଳବନ୍ଧ ଦେଇ ରାସ୍ତା ନିର୍ମାଣ କରାଯିବ। ଏହାର ଦୈର୍ଘ୍ୟ ୪କିମି ୧୮୦ ମିଟର। ଉଭୟ ରାସ୍ତା ରେକୁଳାରୁ ଜାତୀୟ ରାଜପଥକୁ ସଂଯୋଗ କରିବ। ଫଳରେ ଭୁବନକୁ ପାଖାପାଖି ୧୦ କିମି ଏବଂ ତାଳଚେରକୁ ୬କିମି ବ୍ୟବଧାନ କମିଯିବ। ଏତଦ୍‌ବ୍ୟତୀତ ପାର୍ବଣ ସମୟରେ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତି ମିଳିବ। ଦୁଇଟି କ୍ୟାଲେଣ୍ଡର ବର୍ଷ ଅର୍ଥାତ୍‌ ୨୦୨୨ ମଧ୍ୟ ଭାଗ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାଇପାସ୍‌ ନିର୍ମାଣ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ରହିଥିଲା। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ଭିଡିଓ ଭାଇରାଲ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

ଢେଙ୍କାନାଳ ଅଫିସ, ୧୩।୧: ଢେଙ୍କାନାଳ ଜିଲା ଭୁବନ ଥାନା ମାର୍ଥାପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଏବଂ ଘଟଣାର ଭିଡିଓ ଭାଇରାଲ ମାମଲାର ରାୟ ଶୁକ୍ରବାର...

ଉଦ୍ଦେଶ୍ୟମୂଳକ ଭାବେ ଦିଆଯାଉଛି ନିର୍ଯାତନା

ଢେଙ୍କାନାଳ ଅଫିସ,୨୩ା୮: ଢେଙ୍କାନାଳ ଜିଲା ସଦର ବ୍ଲକର କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର (ସିଆର୍‌ସିସି) ମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଯାତନା ଦିଆଯାଉଥିବା ସୋମବାର ଜିଲାପାଳଙ୍କ ନିକଟରେ...

ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ବିବାହ ସମ୍ପନ୍ନ : ରୋଶଣିରେ କମ୍ପିଲା ଦେଓଗଁ।

ଢେଙ୍କାନାଳ ଅଫିସ, ୮।୬- ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳର ଜିଲାର ପ୍ରମୁଖ ଶୈବପୀଠ। ବାଜାବାଣ, ରୋଶଣି ସାଙ୍ଗକୁ ଶିବସ୍ତୋତ୍ରରେ ପରିବେଶ...

ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ

ଢେଙ୍କାନାଳ ଅଫିସ,୨୨।୪: ମୂଳ ବେତନରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଦାବି ନେଇ ଢେଙ୍କାନାଳ ଜିଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରାଯାଇଛି। ସରକାର...

ଆଶ୍ୱସ୍ତି ଆଣିଲା ଅଦିନିଆ ବର୍ଷା

ଢେଙ୍କାନାଳ ଅଫିସ, ୬ା୫ ପାଖାପାଖି ୧୫ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଥିବା ଢେଙ୍କାନାଳ ଜିଲାବାସୀଙ୍କୁ ଗୁରୁବାର ମିଳିଛି ସାମାନ୍ୟ ଆଶ୍ୱସ୍ତି। କାଳବୈଶାଖୀ ପ୍ରଭାବରେ ଅପରାହ୍ନରେ...

ଗାଡ଼ି ଚୋରି ବେଳେ ମାଡ଼ିବସିଲେ

ଢେଙ୍କାନାଳ ଅଫିସ, ୨୪।୮: ଢେଙ୍କାନାଳ ସହର ୫ନଂ. ୱାର୍ଡ ବସ୍‌ଷ୍ଟାଣ୍ଡ ଅମଲାପଡ଼ା ଅଞ୍ଚଳରୁ ମଙ୍ଗଳବାର ରାତି ପ୍ରାୟ ୮ଟାରେ ବୋଲେରୋ ଚୋରି ଉଦ୍ୟମ କରୁଥିବା ଜଣେ...

ଭିଜିଲାନ୍ସ ଜାଲରେ ଡିଏସ୍‌ପି

ଢେଙ୍କାନାଳ ଅଫିସ,୩୦।୮: ଢେଙ୍କାନାଳ ସଦର ଥାନା ଇନସ୍ପେକ୍ଟରରୁ ଡିଏସ୍‌ପିକୁ ପଦୋନ୍ନତି ହୋଇଥିବା ଅଭିନବ ଡାଳୁଆ ମଙ୍ଗଳବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ...

ସାନପୁଅଙ୍କୁ ସଙ୍ଗଠନ ଦାୟିତ୍ୱ ଦେଲେ ବିଧାୟକ

ଢେଙ୍କାନାଳ ଅଫିସ, ୧୧।୧: ଢେଙ୍କାନାଳ ଜିଲା ପରଜଙ୍ଗ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି ଦୀର୍ଘଦିନ ହେଲା ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ନିଜେ...

Advertisement
Archives

Model This Week