ବାଇଗିଣିଆରେ ହାତୀ ଉପଦ୍ରବ: ଉଜାଡ଼ିଦେଲେ ଫଳ ବଗିଚା

ପରଜଙ୍ଗ, ୮।୭(ଡି.ଏନ.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ବାଇଗିଣିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ହାତୀ ଉପଦ୍ରବରେ ଆଖୁ, କଦଳୀ ବଗିଚା ଉଜୁଡ଼ିଯାଇଛି। ଅନେକ ପଣସ, ନଡ଼ିଆ ଗଛ ମଧ୍ୟ ନଷ୍ଟ ହୋଇଛି। କିଛିଦିନ ହେଲା ଅଞ୍ଚଳରେ ଉକ୍ତ ହାତୀପଲ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଚାଲିଛନ୍ତି। ସେମାନଙ୍କୁ ଘଉଡ଼ାଇବାରେ ବିଫଳ ହୋଇଛି ବନ ବିଭାଗ। ଫଳରେ ଚାଷୀମାନେ ଏବେ ଚାଷ ସୁରକ୍ଷା ନେଇ ଚିନ୍ତାରେ ପଡ଼ିଛନ୍ତି।
ହାତୀପଲ ପ୍ରଥମେ ହେମନ୍ତ ସାହୁଙ୍କ ବଗିଚାରେ ପଶି କଦଳୀ, ଆଖୁ, ନଡ଼ିଆ ଗଛ ଉପାଡ଼ି ଖାଇଯାଇଥିଲେ। ପ୍ରାୟ ଗୋଟିଏ ଏକର ଜମିରେ ହୋଇଥିବା ଫସଲ ନଷ୍ଟ ହୋଇଥିବା ହେମନ୍ତ ଅଭିଯୋଗ କରିଛନ୍ତି। ସେହିପରି ରାଜେନ୍ଦ୍ର ପାଣି, ଶ୍ରୀକାନ୍ତ ମାଝି, ଡମ୍ବୁର ମାଝି, ଅଖିଳ ଭୋଇ, ଲୋଚନ ଭୋଇଙ୍କ ବଗିଚା ମଧ୍ୟ ହାତୀପଲ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ କହିବା କଥା, ହାତୀଙ୍କୁ ଘଉଡ଼ାଇବାକୁ ଯାଇ ଗ୍ରାମବାସୀ ନୟାନ୍ତ ହୋଇଥିଲେ। ପ୍ରଥମେ ହାତୀପଲ ଗ୍ରାମଠାରୁ କିଛି ଦୂର ପଳାଇଥିବାବେଳେ ବିଳମ୍ବିତ ରାତିରେ ପୁଣି ଫେରି ସବୁକିଛି ଛାରଖାର କରିଦେଇଛନ୍ତି। ହାତୀ ଚାଷ ନଷ୍ଟ କରୁଥିବା ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତଙ୍କ ସୂଚନା ଦିଆଯାଇଥିଲେ ମଧ୍ୟ ସେ ପହଞ୍ଚତ୍ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଫରେଷ୍ଟର ଅଭିଯୋଗକୁ ସ୍ବୀକାର କରିଛନ୍ତି। କୌଣସି କାମରେ ସେ ଦଦରାଘାଟି ଯାଇଥିବା କହିଛନ୍ତି। ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଫସଲ ନଷ୍ଟ କରୁଥିବା ସମ୍ପର୍କରେ ସେ ସୂଚନା ପାଇଛନ୍ତି। କ୍ଷୟକ୍ଷତି ଆକଳନ କରିବାକୁ ଗାର୍ଡଙ୍କୁ ପଠାଯାଇଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri