ବାଇଗିଣିଆରେ ହାତୀ ଉପଦ୍ରବ: ଉଜାଡ଼ିଦେଲେ ଫଳ ବଗିଚା

ପରଜଙ୍ଗ, ୮।୭(ଡି.ଏନ.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ବାଇଗିଣିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ହାତୀ ଉପଦ୍ରବରେ ଆଖୁ, କଦଳୀ ବଗିଚା ଉଜୁଡ଼ିଯାଇଛି। ଅନେକ ପଣସ, ନଡ଼ିଆ ଗଛ ମଧ୍ୟ ନଷ୍ଟ ହୋଇଛି। କିଛିଦିନ ହେଲା ଅଞ୍ଚଳରେ ଉକ୍ତ ହାତୀପଲ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଚାଲିଛନ୍ତି। ସେମାନଙ୍କୁ ଘଉଡ଼ାଇବାରେ ବିଫଳ ହୋଇଛି ବନ ବିଭାଗ। ଫଳରେ ଚାଷୀମାନେ ଏବେ ଚାଷ ସୁରକ୍ଷା ନେଇ ଚିନ୍ତାରେ ପଡ଼ିଛନ୍ତି।
ହାତୀପଲ ପ୍ରଥମେ ହେମନ୍ତ ସାହୁଙ୍କ ବଗିଚାରେ ପଶି କଦଳୀ, ଆଖୁ, ନଡ଼ିଆ ଗଛ ଉପାଡ଼ି ଖାଇଯାଇଥିଲେ। ପ୍ରାୟ ଗୋଟିଏ ଏକର ଜମିରେ ହୋଇଥିବା ଫସଲ ନଷ୍ଟ ହୋଇଥିବା ହେମନ୍ତ ଅଭିଯୋଗ କରିଛନ୍ତି। ସେହିପରି ରାଜେନ୍ଦ୍ର ପାଣି, ଶ୍ରୀକାନ୍ତ ମାଝି, ଡମ୍ବୁର ମାଝି, ଅଖିଳ ଭୋଇ, ଲୋଚନ ଭୋଇଙ୍କ ବଗିଚା ମଧ୍ୟ ହାତୀପଲ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ କହିବା କଥା, ହାତୀଙ୍କୁ ଘଉଡ଼ାଇବାକୁ ଯାଇ ଗ୍ରାମବାସୀ ନୟାନ୍ତ ହୋଇଥିଲେ। ପ୍ରଥମେ ହାତୀପଲ ଗ୍ରାମଠାରୁ କିଛି ଦୂର ପଳାଇଥିବାବେଳେ ବିଳମ୍ବିତ ରାତିରେ ପୁଣି ଫେରି ସବୁକିଛି ଛାରଖାର କରିଦେଇଛନ୍ତି। ହାତୀ ଚାଷ ନଷ୍ଟ କରୁଥିବା ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତଙ୍କ ସୂଚନା ଦିଆଯାଇଥିଲେ ମଧ୍ୟ ସେ ପହଞ୍ଚତ୍ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଫରେଷ୍ଟର ଅଭିଯୋଗକୁ ସ୍ବୀକାର କରିଛନ୍ତି। କୌଣସି କାମରେ ସେ ଦଦରାଘାଟି ଯାଇଥିବା କହିଛନ୍ତି। ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଫସଲ ନଷ୍ଟ କରୁଥିବା ସମ୍ପର୍କରେ ସେ ସୂଚନା ପାଇଛନ୍ତି। କ୍ଷୟକ୍ଷତି ଆକଳନ କରିବାକୁ ଗାର୍ଡଙ୍କୁ ପଠାଯାଇଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫନୀ ବିପନ୍ନଙ୍କୁ ସହାୟତା: ଭୁବନ ଶିକ୍ଷକ ସଂଘ ଦେଲା ୮୨,୨୦୦

ଭୁବନ, ୩୧।୫(ଡି.ଏନ.ଏ.)-ଭୁବନ ଶିକ୍ଷକ ସଂଘ ପକ୍ଷରୁ ଫନୀ ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଦାୟ କରାଯାଇଥିବା ୮୨,୨୦୦ ଟଙ୍କାର ସହାୟତା ଚେକ୍‌ ଜିଲାପାଳଙ୍କ ଜରିଆରେ...

ମଷ୍ଟରରୋଲରେ ଅନିୟମିତତା

ପରଜଙ୍ଗ, ୧୨।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ତୁରୁ ପଞ୍ଚାୟତ ଅଧୀନ ଚାନ୍ଦପୁର ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା...

ସଂକ୍ରମଣ ରୋକିବାକୁ କଠୋର ହେଲା ପ୍ରଶାସନ: ଶନି, ରବି ଢେଙ୍କାନାଳ ଶଟଡାଉନ୍‌

ଢେଙ୍କାନାଳ ଅଫିସ, ୨।୭-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏଡ଼ାଇବାକୁ ସପ୍ତାହନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ଏଣିକି ଶନି ଏବଂ ରବି...

ପ୍ରସାଦ ହିଁ ପାଉଣା

ଢେଙ୍କାନାଳ ଅଫିସ, ୧୮।୬ (ରତନ ନାୟାର):  ଭାବର ଠାକୁର ସେ। ଭକ୍ତର ଭଗବାନ ବି। ଭାଗ୍ୟରେ ଥିଲେ ମିଳେ ବିଶ୍ୱନିୟନ୍ତାଙ୍କ ସେବା କରିବାର ସୁଯୋଗ। ରସିକରାଜଙ୍କ...

କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଏମ୍‌ପି: ଆଇଆଇଏମ୍‌ସିର ଉନ୍ନତୀକରଣ କରାଯାଉ

ଢେଙ୍କାନାଳ ଅଫିସ,୧ା୮ – ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନର ଉନ୍ନତୀକରଣ କରାଯିବା ପାଇଁ ଏମ୍‌ପି ମହେଶ ସାହୁ ୨୭ ତାରିଖରେ କେନ୍ଦ୍ର ସୂଚନା ଓ...

କବିତାରେ କରୋନା

ଢେଙ୍କାନାଳ ଅଫିସ, ୧୫।୪ – ବିଶ୍ୱକୁ ଘରେ ଭିତରେ ବନ୍ଦୀ କରି ରଖିଛି କରୋନା। ଘରୁ ବାହାରିଲେ ଘାରୁଛି ସଂକ୍ରମଣ ଭୟ। ସଂକ୍ରମଣ କମାଇବାକୁ ଜାରି...

ମୁଖରିତ ହେଲାଣି ମହିମାଗାଦି

ଢେଙ୍କାନାଳ ଅଫିସ,୧୪ା୨: ଲାଗିଲାଣି ସାଧୁସନ୍ଥଙ୍କ ଗହଳଚହଳ। ମୁଖରିତ ହେଲାଣି ମହିମାଗାଦି। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ଅଖଣ୍ଡ ବ୍ରହ୍ମଧ୍ୱନିରେ ଘୃତାହୁତି ପ୍ରଦାନ କରିବା, ଝାଡ଼ଦ୍ୱୀପ ପ୍ରଜ୍ୱଳନ...

ମରାମତି ପାଇଁ ୨ ସପ୍ତାହ

ଢେଙ୍କାନାଳ ଅଫିସ, ୭।୮: ମରଣଯନ୍ତା ପାଲଟିଥିବା ୫୫ନଂ. ଜାତୀୟ ରାଜପଥ କାମ ସରିବ କେବେ। କଟକ-ଢେଙ୍କାନାଳ-ଅନୁଗୋଳ-ସମ୍ବଲପୁର ଜିଲାବାସୀଙ୍କ ଜୀବନରେଖା ସାଜିଥିବା ଏହି ବ୍ୟସ୍ତବହୁଳ ସଡ଼କରେ କେବେ...

Advertisement
Archives

Model This Week