ବାଇଗିଣିଆରେ ହାତୀ ଉପଦ୍ରବ:ଉଜାଡ଼ିଦେଲେ ଫଳ ବଗିଚା

ପରଜଙ୍ଗ, ୯।୭(ଡି.ଏନ.ଏ.)ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ବାଇଗିଣିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ହାତୀ ଉପଦ୍ରବରେ ଆଖୁ, କଦଳୀ ବଗିଚା ଉଜୁଡ଼ିଯାଇଛି। ଅନେକ ପଣସ, ନଡ଼ିଆ ଗଛ ମଧ୍ୟ ନଷ୍ଟ ହୋଇଛି। କିଛିଦିନ ହେଲା ଅଞ୍ଚଳରେ ଉକ୍ତ ହାତୀପଲ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଚାଲିଛନ୍ତି। ସେମାନଙ୍କୁ ଘଉଡ଼ାଇବାରେ ବିଫଳ ହୋଇଛି ବନ ବିଭାଗ। ଫଳରେ ଚାଷୀମାନେ ଏବେ ଚାଷବାସ ସୁରକ୍ଷା ନେଇ ଚିନ୍ତାରେ ପଡ଼ିଛନ୍ତି।
ହାତୀପଲ ପ୍ରଥମେ ହେମନ୍ତ ସାହୁଙ୍କ ବଗିଚାରେ ପଶି କଦଳୀ, ନଡ଼ିଆ ଗଛ ଭାଙ୍ଗି ଖାଇଯାଇଥିଲେ। ଏଥିରେ ୧ ଏକର ଜମିରେ ଚାଷ କରାଯାଇଥିବା ଫସଲ ନଷ୍ଟ ହୋଇଥିବା ହେମନ୍ତ ଅଭିଯୋଗ କରିଛନ୍ତି। ସେହିପରି ରାଜେନ୍ଦ୍ର ପାଣି, ଶ୍ରୀକାନ୍ତ ମାଝି, ଡମ୍ବୁର ମାଝି, ଅଖିଳ ଭୋଇ, ଲୋଚନ ଭୋଇଙ୍କ ବଗିଚା ହାତୀପଲ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ କହିବା କଥା, ହାତୀଙ୍କୁ ଘଉଡ଼ାଇବାକୁ ଯାଇ ଗ୍ରାମବାସୀ ନୟାନ୍ତ ହୋଇଥିଲେ। ପ୍ରଥମେ ହାତୀପଲ ଗ୍ରାମଠାରୁ କିଛି ଦୂର ପଳାଇଥିବାବେଳେ ବିଳମ୍ବିତ ରାତିରେ ପୁଣି ଫେରି ସବୁକିଛି ଛାରଖାର କରିଦେଇଛନ୍ତି। ହାତୀ ଚାଷ ନଷ୍ଟ କରୁଥିବା ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ସେ ପହଞ୍ଚତ୍ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଫରେଷ୍ଟର ଅଭିଯୋଗକୁ ସ୍ବୀକାର କରିଛନ୍ତି। କୌଣସି କାମରେ ସେ ଦଦରାଘାଟି ଯାଇଥିବା କହିଛନ୍ତି। ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଫସଲ ନଷ୍ଟ କରୁଥିବା ସମ୍ପର୍କରେ ସେ ସୂଚନା ପାଇଛନ୍ତି। କ୍ଷୟକ୍ଷତି ଆକଳନ କରିବାକୁ ଗାର୍ଡଙ୍କୁ ପଠାଯାଇଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଲଟିକିରିରେ ପ୍ରାଣୀଧନ ଚିକିତ୍ସକ ଦଳ: ଚିକିତ୍ସା କଲେ, ପ୍ରତିଷେଧକ ଦେଲେ

ଢେଙ୍କାନାଳ ଅଫିସ, ୧୫।୧୧-ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ବଜବଜିଆ ରୋଗ ଆତଙ୍କ ସମ୍ପର୍କିତ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରାଣୀଧନ ଚିକିତ୍ସା ବିଭାଗ...

କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ: ୧,୮୫,୧୦୦ ହେକ୍ଟରରେ ଚାଷ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୫।୬- ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହ ପରିସରରେ ମଙ୍ଗଳବାର କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଲ ପଓ୍ବନ...

ଆଜି ଗଣେଶ ପୂଜା ଭସାଣି: ଶୋଭାଯାତ୍ରାରେ ସାମିଲ ହେବେ ୩୩ ମେଢ଼

ଢେଙ୍କାନାଳ ଅଫିସ, ୯।୯: ଢେଙ୍କାନାଳ ସହରରେ ୮ଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀଗଣେଶ ପୂଜା ଅନ୍ତିମ ଚରଣରେ ପହଞ୍ଚତ୍ଛି। ସୋମବାର ବିଦ୍ୟାଦାତାଙ୍କୁ ମେଲାଣି ଦେବେ ସହରବାସୀ।...

ଆଲୋକମାଳାରେ ଝଲସୁଛି ବଇଣ୍ଡା ପୂଜା ମଣ୍ଡପ

ବଇଣ୍ଡା,୬ା୧୦(ଡି.ଏନ.ଏ)-କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲ ରୋଡ ଓ ଡେବେରାପାଲି ଗ୍ରାମରେ ଶନିବାରଠାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏଥିପାଇଁ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇପଡ଼ିଛି। ଶୁକ୍ରବାର...

୨ ବିଦେଶୀ ମଦ ଦୋକାନ ସିଲ୍‌  

ଢେଙ୍କାନାଳ ଅଫିସ, ୨୯।୫-ଲକ୍‌ଡାଉନ ନିୟମ ଭାଙ୍ଗି ଖୋଲାଖୋଲି ମଦ ବିକ୍ରି କରୁଥିବା ଅଭିଯୋଗରେ ଢେଙ୍କାନାଳ ସହରରେ୨ ବିଦେଶୀ ମଦ ଦୋକାନକୁ ପୋଲିସ ସିଲ୍‌ କରିଛି। ଜିଲାପାଳ...

ପରଜଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମଦିବସ ପାଳିତ, ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏମ୍‌ପି

ପରଜଙ୍ଗ,୧୬।୧୦(ଡି.ଏନ୍‌.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରାମେଶ୍ୱର ହାଇସ୍କୁଲ ପଡିଆଠାରେ ବୁଧବାର ଢେଙ୍କାନାଳ-ଅନୁଗୁଳ ଏମ୍‌ପି ମହେଶ ସାହୁଙ୍କ ତତ୍ତ୍ୱବଧାନରେ ବହୁ ନିରାଡ଼ମ୍ବର ଭାବେ...

ଗାଧୋଇବାକୁ ଯାଉଥିବାବେଳେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ହାତୀ

ରାସୋଳ,୧୧।୭(ଡି.ଏନ.ଏ.)-ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅଧୀନ କାଦୁଆମଡା ଗ୍ରାମର ପ୍ରଫୁଲ ନାୟକ ଗୁରୁବାର ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସେ ଅପରାହ୍ନରେ ଗ୍ରାମ...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭୁବନ, ୪।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପତି(୪୦)ଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ରାସ୍ତାପାର୍ଶ୍ୱରୁ ଉଦ୍ଧାର କରିଛି। ମୃତକଙ୍କ ବାପା...

Coronavirus Update


Archives

Model This Week

Why Dharitri