ବାଇକ୍‌ ଡିକି ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଲୁଟ୍‌

ପାଟଣା/ଢେଙ୍କିକୋଟ,୨୦।୯(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ କମ୍ପାନୀ ଶୋ’ ରୁମ ନିକଟରୁ ଶୁକ୍ରବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ବାଇକ ଡିକି ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଲୁଟ ହୋଇଛି। ଏ ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର ଗ୍ରାମର ପ୍ରଭାତ ରଣା ଗୃହ ନିର୍ମାଣ କାର୍ଯ୍ୟ ପାଇଁ ତାଙ୍କ ମା’ଙ୍କ ପେନସନ ଟଙ୍କାରୁ ଋଣକରି ତୁରୁମୁଙ୍ଗା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ଶୁକ୍ରବାର ଅପରାହ୍ନ ସମୟରେ ଏହି ଟଙ୍କା ଉଠାଇଥିଲେ। ସେ ଏହି ଟଙ୍କା ନିଜ ବାଇକ୍‌ରେ ରଖି ଏକ ମାଂସ ଦୋକାନ ସମ୍ମୁଖରେ କିଛି ସମୟ ଅଟକିଥିଲେ। ସେଠାରେ ସେ ମାଂସ କିଣୁଥିବା ବେଳ କେହି ଦୁର୍ବୁତ୍ତ ତାଙ୍କ ବାଇକ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ସହ ବ୍ୟାଙ୍କ ପାସ ବହି , ୪ ଟି ଏଟିଏମ କାର୍ଡ, ଗୋଟାଏ ପାନ କାର୍ଡ ଓ ଗୋଟାଏ ପୋଷ୍ଟାଲର ପିଏଲ ବହି ଲୁଟି ନେଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ଥାନାଧିକାରୀ ଅମିତାଭ ଦାଶ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୁଣାତ୍ମକ ଶିକ୍ଷାରେ ଦେଶର ବିକାଶ’

ଜଟଣୀ,୧୨।୬(ଡି.ଏନ୍‌.ଏ.): ଭୁବନେଶ୍ୱର ଆଇଆଇଟି ପରିସରରେ ଶନିବାର ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କେନ୍ଦ୍ରୀୟ ବିଦ୍ୟାଳୟ ଏବେ ଅସ୍ଥାୟୀ...

ରେଲଓ୍ବେ ଓଭରବ୍ରିଜ ରାସ୍ତା ନିମ୍ନମାନର

ବୋଲଗଡ଼,୧୮ା୪(ଡି.ଏନ୍‌.ଏ.): କେନ୍ଦ୍ର ସରକାର ରେଲଓ୍ବେ ଓଭରବ୍ରିଜ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ କାର୍ଯ୍ୟାଦେଶ ପାଇଥିବା...

ରଥ ଯାତ୍ରା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୮।୬: ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। କରୋନା...

ବରଗଡ଼ରୁ ଆଜି ୬୨ ପଜିଟିଭ୍‌ ଚିହ୍ନଟ, ୮୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ କମିବାର ନାଁ ନେଉନି। ଗୁରୁବାର ଜିଲାରେ ପୁଣି ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ଶୁଖିଲା ପଡିଛି ନଦୀ ଗର୍ଭ

ଧାମନଗର, ୫ା୨(ଡି.ଏନ.ଏ.)-ଧାମନଗର ବ୍ଲକରେ ନଦୀସଂସ୍କାର ଯୋଜନାରେ ସରକାର କୋଟିକୋଟି ଟଙ୍କା ବ୍ୟୟକରି ପୋତି ହୋଇ ପଡିଥିବା ବିଭିନ୍ନ ନଦୀର ସଂସ୍କାର କାର୍ଯ୍ୟ ହୋଇ ଚାଷୀମାନଙ୍କ ମନରେ...

ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା

କେନ୍ଦ୍ରାପଡ଼ା ଅଫିସ,୨୭ା୬:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ...

୫ ଜୁଆଡ଼ି ଗିରଫ, ଟଙ୍କା ଜବତ

ବୁଗୁଡ଼ା,୨୭ା୫(ଡି.ଏନ.ଏ.)- ବୁଗୁଡ଼ା ଥାନା ଆଦିପୁର ଗ୍ରାମ ନିକଟସ୍ଥ ଏକ ବଟ ମୂଳରେ ବୁଧବାର ଅପରାହ୍ନରେ ଜୁଆଖେଳ ଚାଲିଥିବାବେଳେ ବୁଗୁଡ଼ା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ସଦଳବଳ...

ସ୍ଥାନୀୟ ଲୋକଙ୍କୁ ମିଳୁନି ନିଯୁକ୍ତି ସୁବିଧା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜୁରୁଡ଼ିବାସୀ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଖଣି ଅଞ୍ଚଳରେ କାମ ଧନ୍ଦା ପାଉ ନ ଥିବାରୁ ଅସନ୍ତୋଷ ବଢ଼ୁଥିବା ବେଳେ କେତେକ ଖଣି ସଂସ୍ଥା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ...

Advertisement
Archives

Model This Week