ବ୍ରହ୍ମପୁର ଅଫିସ,୭-୮: ବ୍ରହ୍ମପୁର ସହରରେ ଏବେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ଟାଉନ ଥାନା ଇଲାକାରେ ଦୁର୍ବୃତ୍ତମାନେ ପୃଥକ ୨ ବାଇକ ଡିକିରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗତ ୨୫ ତାରିଖରେ ବିଜିପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ସୁନା ଅଳଙ୍କାର ଚୋରି ହୋଇଥିଲା। ସୋମବାର ରାତିରେ ଟାଉନ ଥାନା ଅନ୍ତର୍ଗତ ମୟୁରୀ ଟାୱାର ସମ୍ମୁଖ ଗାଡି ପାର୍କିଂ ପ୍ଲେସରେ ଥିବା ଲୋକନାଥ ନାୟକଙ୍କ ବାଇକ ଡିକିରୁ ସୁନା ଗାଏବ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୧୫୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ କହିଛନ୍ତି। ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଲୋକନାଥ, ସ୍ତ୍ରୀଙ୍କ ସହ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଆସିଥିଲେ। ବଡବଜାରର ଏକ ଦୋକାନରୁ ୧ ଭରିର ସୁନା ଜିନିଷ କିଣି ଲୋକନାଥ ତାହାକୁ ନିଜ ବାଇକ ଡିକିରେ ରଖି ମୟୁରୀ ଟାୱାର ମାର୍କେଟ କମ୍ପ୍ଲେକ୍ସକୁ ଆସିଥିଲେ। ବାଇକ୍ଟି କମ୍ପ୍ଲେକ୍ସ ସମ୍ମୁଖ ପାର୍କିଂ ସ୍ଥାନରେ ରଖି ଡ୍ରେସ କିଣିବାକୁ ଯାଇଥିଲେ। କିଛି ସମୟ ପରେ ସେଠାରୁ ଫେରି ବାଇକ୍ ପାଖକୁ ଆସିବା ବେଳକୁ ଡିକିରୁ ସୁନା ଗାଏବ ହୋଇଥିବା ଦେଖିଥିଲେ। ଏ ନେଇ ଟାଉନ ଥାନାରେ ସେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଚଳାଇଥିଲା। ସୂଚନାଯୋଗ୍ୟ, ଗତ ୨୫ ତାରିଖ ରାତିରେ ବିଜିପୁର ଅଞ୍ଚଳର ଏସ.ରାମକୃଷ୍ଣ ପାତ୍ରଙ୍କ ବାଇକ ଉତ୍କଳ ଫ୍ଲାଇ ହାଉସ ନିକଟରେ ପାର୍କିଂରେ ଥିବା ବେଳେ ଡିକିରୁ ୧୨୬ ଗ୍ରାମର ଅଳଙ୍କାର, ମୋବାଇଲ ଓ ୪ ହଜାର ଟଙ୍କା ଲୁଟ ହୋଇଥିଲା। ଏ ନେଇ ଅଭିଯୋଗ ପରେ ପୋଲିସ ନଂ.୧୪୭/୧୯ରେ ମାମଲା ରୁଜୁ କରିଥିଲା। ହେଲେ ଏ ଯାଏ ଲୁଟେରାଙ୍କ ସୁରାକ୍ ପାଇନି।
Posted inଆମ ଜିଲା ଖବର, ଗଞ୍ଜାମ View All
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…
ଘରୋଇ କଲେଜ ସିଲ୍ କଲା ପ୍ରଶାସନ, ତଦନ୍ତ ଆରମ୍ଭ
ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…
ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

