ବାଇକ୍‌ରେ ଆସି ଝାମ୍ପିନେଲେ ଟଙ୍କା, ରୁପା

ଫୁଲବାଣୀ ଅଫିସ, ୨୨ା୯-ଫୁଲବାଣୀ ଆଦର୍ଶ ଥାନାଠାରୁ ମାତ୍ର ୩୦୦ ମିଟର ଦୂର ତଥା ଏସ୍‌ପିଙ୍କ କାର୍ଯ୍ୟାଳୟ ପାଖରେ ଶନିବାର ଜଣେ ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବ୍ୟବସାୟୀଙ୍କ ପାଖରୁ ରୁପା ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇଛନ୍ତି। ବ୍ୟବସାୟୀ ଜଣକ ହେଲେ ସ୍ଥାନୀୟ ନଦୀଖଣ୍ଡି ସାହିର ପଞ୍ଚାନନ ସାହୁ ା ଲୁଟ ନେଇ ଥାନାରେ ପଞ୍ଚାନନଙ୍କ ଏତଲା ପ୍ରକାରେ ପୋଲିସ ଏକ ମାମଲା ରୁଜୁ କରି ଛାନ୍‌ଭିନ ଆରମ୍ଭ କରିଛି ା
ପ୍ରତିଦିନ ଭଳି ପଞ୍ଚାନନ ଏକ ବ୍ୟାଗରେ ରୁପା ଗହଣା ଧରି ବ୍ୟବସାୟ କରିବାକୁ ସ୍କୁଟି ନେଇ ଯାଇଥିଲେ ା ଅପରାହ୍ନ ପ୍ରାୟ ୧ଟା ବେଳକୁ ସେ ୫୦ ହଜାର ଟଙ୍କାର ବ୍ୟବସାୟ କରି ସାରିଥିଲେ ା ଉକ୍ତ ଟଙ୍କା ଓ ଆଉ ପ୍ରାୟ ୮ କେଜି ଓଜନର ରୁପା ଗହଣା ଥିବା ବ୍ୟାଗକୁ ପଞ୍ଚାନନ ସ୍କୁଟିରେ ଓହଳାଇ କୋର୍ଟ ଛକ ଯାଇଥିଲେ। ସେଠାରେ ଗାଡିିରୁ ଓହ୍ଲାଇ ୫/୬ ଫୁଟ ଦୂରରେ ଥିବା ଏକ ଦୋକାନକୁ ଯିବାବେଳେ ୨ ଯୁବକ ବାଇକରେ ଆସି ପହଞ୍ଚିଥିଲେ। ଜଣେ ଓହ୍ଲାଇ ସ୍କୁଟିରୁ ଉକ୍ତ ବ୍ୟାଗ ଝାମ୍ପି ନେଇ ସହଯୋଗୀଙ୍କ ସହ ବାଇକ୍‌ରେ ଚମ୍ପଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା କେତେଜଣ ଯୁବକ ଏହା ଦେଖି ବାଇକ୍‌ରେ ପିଛା କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇ ନ ଥିଲେ ା ସେମାନେ ଗୋପବନ୍ଧୁ ଛକ ଦେଇ ବୌଦ୍ଧ ରାସ୍ତାରେ ପଳାଇ ଯାଇଥିବା ପୋଲିସ ଅନୁମାନ କରୁଛି ା

 


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଆରମ୍ଭ

ଛତ୍ରପୁର,୧୮ା୮(ଡି.ଏନ.ଏ)-ଛତ୍ରପୁର ବ୍ଲକର ସମସ୍ତ ସରକାରୀ ସ୍କୁଲରେ କାର୍ଯ୍ୟରତ ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ଜାତି ଓ ମାଇଗ୍ରେଶନ ପ୍ରମାଣପାତ୍ରର ଯାଞ୍ଚ ଶନିବାରଠାରୁ ଆରମ୍ଭ ହୋଇଛି। ବ୍ଲକ ଶିକ୍ଷା...

କୋଭିଡ ନିୟମ ଉଲ୍ଲଂଘନ ନେଇ ୩ ଗିରଫ: ମାସ୍କ ପାଇଁ ୬୦ ହଜାର ଜରିମାନା

ଛତ୍ରପୁର,୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ କୋଭିଡ୍‌ ଓ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଏହାସହ ଧରପଗଡ଼ ଜାରି ରହିଛି। ଗତ ୨୪...

ଦୁର୍ନୀତି ବଡ଼ ଶତ୍ରୁ: ଜିଲା ସଭାପତି

ଗୋପାଳପୁର, ୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶନିବାର ବିଜୁ ଜନତା ଦଳ (ବିଜେଡି)ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଆୟୋଜିତ...

ବାଇକ୍‌ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୧୫।୬(ଡି.ଏନ୍‌.ଏ.)- ମୋହନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଶନିବାର ଭୋର ୫ଟାରେ ରାଇସିଂ ଛକରୁ ଏକ ବାଇକ୍‌ ସହ ଗଞ୍ଜେଇ ଜବତ କରବା ସହ ଜଣଙ୍କୁ...

ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨...

ସମସ୍ୟାରେ ବୁଡ଼ି ରହିଛି ଛତ୍ରପୁର ସହର: ସମାଧାନ ନ ହେଲେ ଜନ ଆନ୍ଦୋଳନ

ଛତ୍ରପୁର,୨୩ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ା ଏ ସମ୍ପର୍କରେ ବିଭିନ୍ନ...

ଯୁବତୀଙ୍କୁ ବଳତ୍କାର କରି କରୁଥିଲେ ବ୍ଲାକ୍‌ମେଲିଂ, ବନ୍ଧା ହେଲେ ରାଜମିସ୍ତ୍ରୀ

ପୁରୁଷୋତ୍ତମପୁର,୧୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଗାଁରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ଅନାଥ ସ୍ବାଇଁ (୩୫)ଙ୍କୁ ବଳତ୍କାର ଅଭିଯୋଗରେ ପୋଲିସ ଗୁରବାର...

ରାଜସ୍ବ ନିରୀକ୍ଷକଙ୍କ ବେଆଇନ ଗିରଫ ପ୍ରତିବାଦ : କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ କର୍ମଚାରୀ

ରଣପୁର,୧୬।୧୦(ଡି.ଏନ୍‌.ଏ.) : ନୟାଗଡ଼ ଜିଲା ରଣପୁର ତହସିଲର ସମସ୍ତ କର୍ମଚାରୀ ବୁଧବାର ସକାଳୁ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। ବେଆଇନ ଭାବେ...

Advertisement
Archives

Model This Week