ବାଇକ୍‌ରୁ ପଡ଼ି ୨ ଜଣଙ୍କ ଜୀବନ ଗଲା

କପ୍ତିପଦା,୧୬ା୩(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ନେଦାମ ନିକଟରେ ସୋମବାର ଅପରାହ୍ନ ୪ଟାରେ ଏକ ବାଇକ୍‌ରୁ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଉଦଳା ଥାନା ଅଧୀନ ପାଟପୁର ଗ୍ରାମର ମନୋଜ ଖଣ୍ଡେଇ ଓ ମଙ୍ଗୁଳୁ ଖଣ୍ଡେଇ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ ଏକ ବାଇକ୍‌ (ନଂ. ଓଡ଼ି୧୧ଏସ-୩୨୪୪)ରେ ୩ ଜଣ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ। ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରର ୫ ପଜିଟିଭ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଅପରାହ୍ନରେ ଚିହ୍ନଟ ୬...

ଛଟେନପାଲିଠାରେ ଡିଏଭି ପକ୍ଷରୁ ବିଦ୍ୟାଳୟ ଖୋଲାଯିବା ନେଇ ଚୁକ୍ତି

ସୁନ୍ଦରଗଡ, ୪ା୯ (ଡି.ଏନ୍‌.ଏ.) ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସୁନ୍ଦରଗଡ ବିଧାନସଭା କ୍ଷେତ୍ରରେ ଏକ ଉନ୍ନତମାନର ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସକାଶେ...

ଗୁଳିମାଡ଼ରେ ଆହତ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପ୍ରାଣ ଗଲା

ଆସିକା,୨୫ା୫(ଡି.ଏନ୍‌.ଏ.)- ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ...

ଆଞ୍ଚଳିକ ବାରିକ ସମିତି ପକ୍ଷରୁ ଦାବିପତ୍ର

ବାହାନଗା,୬ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ଆଞ୍ଚଳିକ ବାରିକ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାହାନଗା ତହସିଲଦାର ଓ ସୋର ବିଧାୟକଙ୍କୁ ସରକାର ଲକଡାଉନ୍‌ରେ ସହାୟତା...

ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ପାଟପୁର,୪ା୫- ପାଟପୁର ଥାନା ଅଧିନ ଏକ ଗଁାରେ ଜଣେ ଯୁବତୀଙ୍କୁ ବଳାତ୍କାର ନେଇ ରବିବାର ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ ଅଭିଯୁକ୍ତ ମନୋଜ କୁମାର ଗୌଡ଼ଙ୍କୁ...

ଚାଲିଥିଲା କଂଗ୍ରେସ କର୍ମୀ ସମ୍ମିଳନୀ: ବିନ୍ଧିଲା ମହୁମାଛି

କୁଆଁରମୁଣ୍ଡା,୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିକଟସ୍ଥ ଡାଇରେକ୍‌ଟର୍ସ ବଙ୍ଗଳାରେ ବୁଧବାର କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା। ଏହି ସମୟରେ ନିକଟ ଜଙ୍ଗଲରୁ ମହୁମାଛି ଉଡ଼ିଆସି...

୨୦ ଘଣ୍ଟା ଘରେ ପଶି ରହିଲା ବାଘ

ମାଲକାନଗିରି,୩।୮(ସ୍ବ.ପ୍ର.): ଗୋଟିଏ ଚିତା ବାଘ ଜଣେ ଗ୍ରାମବାସୀଙ୍କ ଘରେ ପଶି ପ୍ରାୟ ୧୮ ରୁ ୨୦ ଘଣ୍ଟା ରହିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ...

କନ୍ଧମାଳ ଦଙ୍ଗା ମାମଲା :ଜଣେ ଅଭିଯୁକ୍ତଙ୍କୁ ୬ମାସ ଜେଲ

ଫୁଲବାଣୀ ଅଫିସ, ୧ା୧୦- କନ୍ଧମାଳ ଜିଲାରେ ୨୦୦୮ରେ ହୋଇଥିବା ଏକ ଦଙ୍ଗା ମାମଲାର ବିଚାର କରି ବାଲିଗୁଡ଼ା ଅତିରିକ୍ତ ଦୌରାଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ପ୍ରକାଶ...

Coronavirus Update

Archives

Model This Week

Why Dharitri