Posted inଖେଳ

ବାଂଲାଦେଶର ଏକ ଘରୋଇ ଦିନିକିଆ ମ୍ୟାଚ୍‌ରେ ୪୮ ଛକା, ୭୦ ଚୌକା

ଢାକା,୨୮।୧(ଏଏଫ୍‌ପି): ଦେଶର ଏକ ଦ୍ୱିତୀୟ ଶ୍ରେଣୀର ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ମୋଟ ୮୧୮ ରନ୍‌ ସ୍କୋର ହୋଇଛି। ମ୍ୟାଚ୍‌ରେ ଉଭୟ ଦଳ ୪୮ ଛକା ଓ ୭୦ ଚୌକା ମାରିଛନ୍ତି। ନର୍ଥ ବେଙ୍ଗଲ କ୍ରିକେଟ ଏକାଡେମୀ (୪୩୨/୪) ୪୬ ରନ୍‌ରେ ଟ୍ୟାଲେଣ୍ଟ ହଣ୍ଟ କ୍ରିକେଟ ଏକାଡେମୀ(୩୮୬/୭)କୁ ପରାସ୍ତ କରିଛି। ନର୍ଥ ବେଙ୍ଗଲ ଖେଳାଳି ୨୭ ଓ ଟ୍ୟାଲେଣ୍ଟ ହଣ୍ଟ ୨୧ ଛକା ମାରିଥିଲେ। ଏହା ଅସାଧାରଣ। ବହୁ ବର୍ଷ ହେଲା ଦେଶର ଘରୋଇ କ୍ରିକେଟ ସହ ଜଡ଼ିତ ଅଛି। କିନ୍ତୁ ଏଭଳି କଦାପି ଦେଖି ନ ଥିଲି ବୋଲି କ୍ଲବ କ୍ରିକେଟ ଆୟୋଜକ ସୟଦ ଅଲି ଅସାଫ କହିଛନ୍ତି। ବାଂଲାଦେଶ କ୍ରିକେଟରେ ଅସାଧାରଣ ଫଳାଫଳ ପରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ଏଭଳି ଏକ ଘଟଣା ୨୦୧୭ରେ ଘଟିଥିଲା। ଜଣେ ବୋଲର ମ୍ୟାଚ୍‌ ହାରିବା ପାଇଁ ଜାଣିଶୁଣି ଗୋଟିଏ ଓଭରରେ ୯୨ ରନ୍‌ ଦେଇଥିଲେ। ଉକ୍ତ ବୋଲରଙ୍କୁ ସେହିବର୍ଷ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଏଭଳି ବହୁ ଘଟଣା ବାଂଲାଦେଶ ଘରୋଇ କ୍ରିକେଟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଡା ଗାଇଡ୍‌ଲାଇନ୍‌ ଜାରି

ମଣ୍ଟ୍ରିଲ, ୨୨ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଜନିତ ସମସ୍ୟା କାରଣରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ବିଶେଷ...

କୋହଲିଙ୍କ ବିରାଟ ‘ହୃଦୟ’, ଜିତିଲେ ପ୍ରଶଂସକଙ୍କ ମନ

ଇନ୍ଦୋର,୧୭।୧୧:ଦେଶରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଖ୍ୟା ସର୍ବାଧିକ। ଭାରତୀୟ ଦଳ ଯେଉଁଠି କି ବି ଖେଳିବାକୁ ଗଲେ, ସବୁଠି ପହଞ୍ଚି ଯାନ୍ତି କୋହଲି ପ୍ରଶଂସକ।...

ବାବରଙ୍କ ଶତକ: ପାକିସ୍ତାନର ଦମ୍‌ଦାର ବିଜୟ

ସେଞ୍ଚୁରିୟନ,୧୫।୪: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ୯ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ...

ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାର ସିରିଜ ବିଜୟ

ଲକ୍ଷ୍ନୌ, ୨୨ା୩ (ପି.ଟି.)- ଭାରତ ବିପକ୍ଷ ଦ୍ୱିତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ଉଇକେଟରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୨-୦ରେ...

ଦିନିକିଆରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୩୦।୬- ଟୁର୍ନାମେଣ୍ଟ କିମ୍ବା ସିରିଜ ସାରା ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥାଏ। ଜଣେ ଖେଳାଳିର...

ବୁବ୍‌କାଙ୍କ ରେକର୍ଡ ଭାଙ୍ଗିଲେ ଡୁପ୍ଲାଣ୍ଟିସ୍‌

ରୋମ୍‌, ୧୯ା୯ (ଏପି)-ସ୍ବିଡିଶ ପୋଲ୍‌ ଭଲ୍ଟର ଆର୍ମାଣ୍ଡ ଡୁପ୍ଳାଣ୍ଟିସ୍‌ ଆଉଟ୍‌ ଡୋର୍‌ରେ ସର୍ଗେ ବୁବ୍‌କାଙ୍କ ଦୀର୍ଘ ୨୬ ବର୍ଷର ପୁରୁଣା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରୋମ୍‌ରେ...

ପ୍ରଥମ ଟି୨୦ରେ ହାରିଲା ଭାରତ

ଅହମଦାବାଦ, ୧୩।୩- ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରି ଭାରତ ଚଳିତ ଟି୨୦ ସିରିଜର ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ୮ ଉଇକେଟରେ...

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏହି ଖେଳାଳି, ରହିଛି ଏଭଳି ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୬।୩: ଜଣେ କ୍ରିକେଟରଙ୍କ ପାଇଁ ଶୂନରେ ଆଉଟ୍‌ ହେବା ଲଜ୍ଜାଜନକ ହୋଇଥାଏ। ଯଦି କେହି ଲଗାତାର ନିରାଶ କରନ୍ତି ତେବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ...

Advertisement
Archives

Model This Week