ବହୁ ଉପକାରୀ ମୁଗଡାଲି ପାଣି

ମୁଗଡାଲିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍‌, ପଟାସିୟମ୍‌, ମ୍ୟାଗ୍ନେସିୟମ୍‌, କପର୍‌, ଏବଂ ଅନେକ ପ୍ରକାରର ଭିଟାମିନ୍‌ ଭରପୂର୍‌ ଥାଏ। ମୁଗଡାଲିର ପାଣି ମଧ୍ୟ ଅନେକ ଫାଇଦା ଦେଇଥାଏ। ମୁଗଡାଲି ପାଣି ପାଇଁ ସାମାନ୍ୟ ପ୍ରଣାଳୀରେ ଡାଲି ତିଆରି କରିବା ପରେ ୨ କପ୍‌ ପାଣି ଅଧିକ ଦେବାକୁ ପଡ଼ିଥାଏ। ଡାଲି ଭଲ ଭାବେ ସିଝିଗଲା ପରେ ସେଥିରୁ ପାଣିକୁ ଛାଣି ପିଇବାକୁ ପଡ଼େ। ମୁଗଡାଲି ପାଣି ସେବନ ଦ୍ୱାରା ଶରୀରରେ ମହଜୁଦ୍‌ ମଇଳା ନିଷ୍କାସିତ ହୋଇଥାଏ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ, ଶରୀରକୁ ପୋଷଣ ଦେଇଥାଏ। ଏଥିରେ ଫାଇବର୍‌ ମାତ୍ରା ପ୍ରଚୁର ଥିବାରୁ ପାକସ୍ଥଳୀ ଏବଂ ଯକୃତକୁ ପରିଷ୍କାର ରଖିଥାଏ। ପିଲାଠୁ ବୟସ୍କ ବ୍ୟକ୍ତି, ପ୍ରତ୍ୟେକଙ୍କ ପାଇଁ ଏହା ସ୍ବାସ୍ଥ୍ୟପ୍ରଦ। କେବଳ ସେତିକି ନୁହେଁ, ମୁଗଡାଲି ପାଣି ସେବନ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରି ଓଜନ ହ୍ରାସ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଏହି ନେଲ୍‌ ଆର୍ଟ

ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ କେବଳ ତ୍ୱଚାର ଯତ୍ନ ନେଲେ ତ ହେବନି ପୂରା ଶରୀରର ଏପରିକି ନଖର ମଧ୍ୟ ଦେଖାଶୁଣା କରିବା ନିହାତି ଜରୁରୀ।...

ଘରେ ଅସରପା ହେଉଛନ୍ତି କି… ଆପଣାନ୍ତୁ ଏହି ଘରୋଇ ଉପଚାର

ଘର ଅପରିଷ୍କାର ରହିଲେ ଅସରପା ହେବାର ସମ୍ଭାବନା ଥାଏ। ବର୍ଷା ଏବଂ ଶୀତଦିନେ ଏମାନଙ୍କର ସଂଖ୍ୟା ବଢ଼ିଯାଏ। ଅସରପା ଖାଦ୍ୟ ପଦାର୍ଥରେ ବସିବାଠାରୁ ଆରମ୍ଭ କରି...

କୋଲେଷ୍ଟରଲ କମାଇବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌…

ସକାଳେ ନିତ୍ୟକର୍ମ ସାରି ଡାଲଚିନି ଚା‘ ପିଇଲେ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ...

ଅବସାଦ ଦୂର କରେ ଗୋଲମରିଚ

ଗୋଲମରିଚ ଯେ କେବଳ ଖାଦ୍ୟର ସ୍ୱାଦ ବଢାଏ ତା’ ନୁହେଁ ବରଂ ଏହାର ଔଷଧୀୟ ଗୁଣ ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଅନେକ...

ଲିଭର ରୋଗ ଚିହ୍ନଟର ନୂଆ ଉପାୟ

ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ।...

ବର୍ଷାଦିନେ ଖାଆନ୍ତୁ ଏହି ୪ ଫଳ: ସଂକ୍ରମଣରୁ ମିଳିବ ମୁକ୍ତି

ମୌସୁମୀ ଆସିବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ୟାଡୁସ୍ୟାଡୁ ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ କିଛି...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏଥିରୁ ଚାମଚେ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ଆମ ଶରୀର ଭିତରେ କେତେକ କାରଣରୁ ବ୍ୟାକ୍ଟେରିଆ ବସା ବାନ୍ଧିଥାଆନ୍ତି। ବେଳେବେଳେ ଏଗୁଡିକ କିଛି ରୋଗର କାରଣ ମଧ୍ୟ ସାଜିଥାଆନ୍ତି। ତେବେ ଏପରି ଏକ ସରଳ...

Advertisement

BGU

Archives

Model This Week

Why Dharitri