ଚମ୍ପୁଆ, ୧୧।୧୦(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଟୋଲକନଣ୍ଡା ଠାରେ ଏକ ଯାତ୍ରୀବାହି ବସ୍ ସହ ବାଇକ ଦୁର୍ଘଟଣା ଘଟିବାରୁ ଘଟଣା ସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶଶାଙ୍ଗ ଗ୍ରାମର ଦୁଲୁ ନାଏକ, ଆକାଶ ମହାକୁଡ ଓ ସୁନିଲ ମହାକୁଡ ବ୍ରହ୍ମପୁର କରଞ୍ଜିଆକୁ ଯାଉଥିବା ବେଳେ ଟୋଲକନଣ୍ଡା ଭାଲୁକା ନାଳ ନିକଟରେ ଅପରଦିଗରୁ ଆସୁଥିବା ଏକ ଯାତ୍ରୀବାହି ବସ ସହ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଆକାଶ ମହାକୁଡ ଓ ସୁନିଲ ନାଏକ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଆହାତ ଦୁଲୁ ନାଏକଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିବା ଡାକ୍ତର ଯୋଗେନ୍ଦ୍ର ନାଥ ଆଧିଆ ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ବସଟି ବିଲକୁ ଗଡି ଯାଇଥିବା ବେଳେ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Posted inଆମ ଜିଲା ଖବର, କେନ୍ଦୁଝର View All

କୋଇଡା ସାନିଟାଇଜ ହେଲା
ଟେନସା, ୧୩।୪ (ଡି.ଏନ.ଏ.): ସୁନ୍ଦରଗଡ ଜିଲା କୋଇଡାରେ ଅଗ୍ନିଶମ ବିଭାଗର କର୍ମଚାରୀ ମେଡିକାଲ, ତହସିଲ, ବ୍ଲକ, ଗଳିକନ୍ଦି, ଅସ୍ଥାୟୀ କ୍ବାରାଣ୍ଟାଇନ ସେଣ୍ଟରରେ ରସାୟନିକ ବିଷୋଧକ ସ୍ପ୍ରେ...

ଅଧିକ ଦାମରେ ବସ୍ତା କିଣୁଛନ୍ତି ଚାଷୀ
ଚମ୍ପୁଆ,୨୦।୧୨(ଡି.ଏନ.ଏ) ଧାନ ଅମଳ ପ୍ରାୟ ୯୯ ଭାଗ ଶେଷ ହୋଇଯାଇଥିବା ବେଳେ ଚାଷୀ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ବସ୍ତା। ଧାନ ସାଇତି ରଖିବା ହେଉ...

ବଡ଼ବିଲରେ ଜାତୀୟ ପତାକା ଉତ୍ତୋଳନ କଲେ ତହସିଲଦାର
ବଡ଼ବିଲ,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଛି। ଜାତୀୟ ଦିବସ ପାଳନ ସମିତି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ...

ବଢ଼ି ଚାଲିଛି ରାସ୍ତାପାର୍ଶ୍ୱ ଜବରଦଖଲ ସମସ୍ୟା: ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ
ଝୁମ୍ପୁରା, ୨୦।୧୨ (ଡି.ଏନ.ଏ.)-ଝୁମ୍ପୁରା ତହସିଲ ଅନ୍ତର୍ଗତ ସମସ୍ତ ୬ଟି ଯାକ ରାଜସ୍ବ ସର୍କଲରେ ଜବରଦଖଲ ସମସ୍ୟା ବଢିଚାଲିଛି। ସରକାରୀ ଜାଗା ଜବରଦଖଲ, ରାସ୍ତାପାର୍ଶ୍ୱ ଜବରଦଖଲ, କେନାଲ...

ସୁନ୍ଦରଗଡ଼ରେ ମମିତା ତାତି
ସୁନ୍ଦରଗଡ,୧୨।୧୧(ଡି.ଏନ୍.ଏ.): ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ସୁନ୍ଦରଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ଦେଖିବାକୁୁ...

୬୨ବର୍ଷରେ ୪୨ ବଙ୍ଗଭାଷୀ ରାଜସ୍ବ ଗାଁ
କେନ୍ଦ୍ରାପଡ଼ା ଅଫିସ,୧୭ା୬: ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗାଁରେ ରୁହନ୍ତି ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତ ରାୟ(୨୯)।...

ସାନଭାଇ ଆତ୍ମହତ୍ୟା କରୁଥିବା ଦେଖି ମଧ୍ୟ ବଞ୍ଚାଇ ପାରିଲେନି ବଡ଼ଭାଇ
ଯୋଡ଼ା,୭।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଶାସ୍ତ୍ରୀନଗରର ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ପୋଲିସ ସୂତ୍ରରୁ ପ୍ରକାଶ,...

ରାଜ୍ୟ ଖଣି ରାଜସ୍ବକୁ ଜେଏସ୍ଡବ୍ଲ୍ୟର ସର୍ବାଧିକ ଯୋଗଦାନ
କୁଜଙ୍ଗ,୨ା୪(ଡି.ଏନ୍.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ...