ବସ୍‌ରେ ଲାଗିଲା କଟକଣା: ଯାତ୍ରୀଙ୍କୁ ଛିଡ଼ା କରି ନେଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬।୩ (ବ୍ୟୁରୋ)-କରୋନା ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ। ଭାରତରେ ଏହି ଭୂତାଣୁ କାୟା ବିସ୍ତାର କରିଚାଲିଛି। ପରିସ୍ଥିତି ଯେପରି ଅଣାୟତ୍ତ ନ ହେବ ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ସାମାଜିକ ମିଳାମିଶାକୁ ନିଷେଧ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ, ଶପିଙ୍ଗ୍‌ ମଲ୍‌, ସୁଇମିଂ ପୁଲ୍‌, ସିନେମା ହଲ୍‌ ଆଦିକୁ ବନ୍ଦ କରାଯାଇଛି। ବସ୍‌ରେ ଦୈନିକ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି। ଗୋଟିଏ ବସ୍‌ରେ ସିଟ୍‌ ଠାରୁ ଢେର୍‌ ଅଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି। କରୋନା ଭୂତାଣୁର ଭୟାବହତାକୁ ଦେଖି ରାଜ୍ୟ ସରକାର ବସ୍‌ଗୁଡିକରେ ନିର୍ଦ୍ଦିଷ୍ଟ ସିଟ୍‌ ଠାରୁ ଅଧିକ ଯାତ୍ରୀ ନେବା ଉପରେ କଟକଣା ଜାରି କରିଛନ୍ତି।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୌଣସି ବସ୍‌ ନିର୍ଦ୍ଧାରିତ ସିଟ୍‌ ଠାରୁ ଅଧିକ ଯାତ୍ରୀ ନେଇ ପାରିବେ ନାହିଁ। କୌଣସି ବସ୍‌ ମାଲିକ କିମ୍ବା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ଏହି କଟକଣାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା (କୋଭିଡ-୧୯)କୁ ପ୍ରତିହତ କରିବା କିମ୍ବା ଏହାକୁ ଅଧିକ ସମ୍ପ୍ରସାରଣ କରିବାକୁ ନ ଦେବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ସରକାରୀ, ଘରୋଇ ଏବଂ (କ୍ୟାପିଟାଲ୍‌ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ) କ୍ରୁଟ୍‌ ଦ୍ୱାରା ପରିଚାଳିତ ମୋ ବସ୍‌ ସେବା କ୍ଷେତ୍ରରେ ଏହି କଟକଣା ଲାଗୁ ହେବ। ଏ ନେଇ ଓଡିଶା ରାଜ୍ୟ ପରିବହନ ନିଗମ, କ୍ରୁଟ୍‌ କର୍ତ୍ତୃପକ୍ଷ ଏବଂ ଘରୋଇ ବସ୍‌ ମାଲିକ ସଂଘଗୁଡିକୁ ଅବଗତ କରାଯାଇଛି । କୌଣସି ବସ୍‌ରେ ଅଧିକ ଲୋକ ଯାଉ ନ ଥିବା ନେଇ ଉଭୟ ସରକାରୀ ଓ ବେସରକାରୀ ବସ୍‌ ମାଲିକମାନେ ଏ ନେଇ ନିୟମିତ ସୂଚନା ଦେବେ। ବସ୍‌ରେ କୌଣସି ଯାତ୍ରୀ ଛିଡା ହୋଇ ଯିବେ ନାହିଁ। ବସ୍‌ ଡ୍ରାଇଭର ଓ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବସ୍‌ରେ ଭିଡ଼କୁ କମାଇବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବସ୍‌ରେ କରୋନା ପ୍ରତିକାର ନେଇ ଆଉ କ’ଣ କରାଯାଇ ପାରିବ ସେ ନେଇ ମଙ୍ଗଳବାର ପୁର୍ବାହ୍ନ ୧୧ଟାରେ ପରିବହନ ବିଭାଗ ଏବଂ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ମଧ୍ୟରେ ଆଲୋଚନା ହେବ।
ରାଜ୍ୟରେ ଓଏସ୍‌ଆର୍‌ଟିସି ଅଧୀନରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବସ୍‌ ଚାଲୁଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ ଚଳାଚଳ କରୁଛି। ବସ୍‌ରେ ସିଟ୍‌ ଠାରୁ ୧୪ରୁ ୧୬ ଜଣ ଅଧିକ ଯାତ୍ରୀ ପରିବହନ କରିବାକୁ ସରକାର ଅନୁମତି ଦେଇଛନ୍ତି। ସେହି ଅନୁଯାୟୀ ଟିକସ ମଧ୍ୟ ବସ୍‌ ମାଲିକ ଦେଉଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପକୁ ବସ୍‌ ମାଲିକ ସଂଘ ସ୍ବାଗତ କରିଛି। ତେବେ ସରକାର ଯାତ୍ରୀ ପିଛା ନେଉଥିବା ଟିକସ ଛାଡ଼ କରିବାକୁ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?