ବସ୍‌ରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧।୫- ବାଲେଶ୍ବରରୁ ବଲାଙ୍ଗୀର ଆସୁଥିବା ଏକ ଯାତ୍ରୀବାହୀ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗାଁର ରବୀନ୍ଦ୍ର କୁମାର ସାମନ୍ତ (୫୫) ବୋଲି ଚିହ୍ନଟ କରାଯାଇଛି। ଯାତ୍ରୀବାହୀ ବସ୍‌ଟି ସକାଳ ୭ଟାରେ ବଲାଙ୍ଗୀର ପହଞ୍ଚିବା ପରେ ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇଥିଲେ। ମାତ୍ର ରବୀନ୍ଦ୍ର ଓହ୍ଲାଇ ନ ଥିଲେ। ବସ୍‌ ସିଟ୍‌ରେ ଶୋଇବା ଅବସ୍ଥାରେ ଥିଲେ। ବସ୍‌ କର୍ମଚାରୀ ତାଙ୍କୁ ଉଠାଇବା ପରେ ମଧ୍ୟ ନ ଉଠିବାରୁ ବଲାଙ୍ଗୀର ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚିବା ପରେ ଆମ୍ବୁଲାନ୍ସରେ ରବୀନ୍ଦ୍ରଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ରବୀନ୍ଦ୍ରଙ୍କ ମୃତଦେହକୁ ହସ୍ପିଟାଲର ଶବାଗାରକୁ ନିଆଯାଇଥିଲା। ବସ୍‌ କର୍ମଚାରୀଙ୍କ ସୂଚନା ମୁତାବକ ରବୀନ୍ଦ୍ର ଗୁରୁବାର ସା ପ୍ରାୟ ୮ଟାରେ ବାଲେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଆସିବା ପାଇଁ ବସ୍‌ରେ ଚଢିଥିଲେ। ସେ ଜଣେ ଟାଇଲ୍ସ ଠିକାଦାର ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଭାଗୀୟ ସ୍ଥାୟୀ କମିଟି-୬ର ଚତୁର୍ଥ ବୈଠକ

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ବିଭାଗୀୟ ସ୍ଥାୟୀ କମିଟି-୬ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି। ବିଧାନସଭା ପ୍ରକୋଷ୍ଠ ନଂ-୫୪ରେ...

ପଦ ହରାଇଲେ ଦୈସିଂ ସରପଞ୍ଚ

ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ସରପଞ୍ଚ ପାର୍ବତୀ ମାଝୀ ଓଡ଼ିଆ ଲେଖାପଢ଼ା ଜାଣି ନ ଥିବାରୁ ପଦ ହରାଇଛନ୍ତି। ଜିଲା ଜଜ୍‌...

କଟକରେ ଫାଇନାନ୍ସ ଅଫିସରୁ ସଶସ୍ତ୍ର ଡକାୟତି: ୧୨ କୋଟି ଟଙ୍କା ସହ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

କଟକ ଅଫିସ,୧୯।୧୧: କଟକ ନୟାସଡକର ଆଇଆଇଏଫ୍‌ଏଲ୍‌ ଅର୍ଥ ଲଗାଣକାରୀ ସଂସ୍ଥାରୁ ବଡ଼ ଧରଣର ଡକାୟତି ହୋଇଛି। ଗୁରୁବାର ସକାଳେ ୪ ଦୁର୍ବୃତ୍ତ ଏହି ଡକାୟତି କରିଛନ୍ତି।...

ଅମ୍ବାଳିଅଠା ନିକଟରେ ସିରିଜ୍‌ ଦୁର୍ଘଟଣା: ୨ ମୃତ; ଡମ୍ପର ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧିଦେଲେ ଲୋକେ

ବାଲେଶ୍ୱର ଅଫିସ, ଜଳେଶ୍ୱର(ଡି.ଏନ୍‌.ଏ.),୪।୬: ବାଲେଶ୍ୱର ଜିଲା ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ନିକଟରେ ଶୁକ୍ରବାର ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।...

ପୂଜା ଭିଡ଼ରେ ମାତିଲେ ଲୁଟେରା: ଶେଷ ଦୁଇଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି, ଲୁଟ୍‌

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏଥର ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ପୂଜା ମଣ୍ଡପ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ...

ବିଡିଏ ସେକ୍ସନ ଅଫିସରଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୧୯।୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସେକ୍ସନ ଅଫିସର (ଏଷ୍ଟାବ୍ଲିସମେଣ୍ଟ) ବିଭୂତି ଭୂଷଣ ରାୟଙ୍କ ଘରେ...

ସରସରା ଧାନ ମଣ୍ଡି ବନ୍ଦ: ଯୋଗାଣ ଅଧିକାରୀଙ୍କୁ ଫେରାଦ

ବୌଦ୍ଧ,୩।୧(ସ୍ବ.ପ୍ର): ବୌଦ୍ଧ ଜିଲାରେ ସମସ୍ତ ମଣ୍ଡିରେ ଧାନ କିଣାବିକା ଚାଲିଥିବା ବେଳେ ସରସରା ମଣ୍ଡି ବନ୍ଦ ରହିଛି। ଏହି ମଣ୍ଡିରେ ଗତ ୧୮ ତାରିଖରୁ ଧାନକିଣା...

ଦକ୍ଷିଣ ଓଡ଼ିଶାରେ ଭୂମିକମ୍ପ

ଦାରିଙ୍ଗବାଡି/ଜି.ଉଦୟଗିରି/ଭଞ୍ଜନଗର/ପାରଳାଖେମୁଣ୍ଡି,୮ା୧: କନ୍ଧମାଳ ଜିଲା ଦାରିଙ୍ଗବାଡି, ଜି. ଉଦୟଗିରି, ବାଲିଗୁଡା, ରାଇକିଆ ସମେତ ଗଞ୍ଜାମର ଭଞ୍ଜନଗର ଓ ଗଜପତି ଜିଲା ମୋହନା ବ୍ଲକର କେତେକ ଅଞ୍ଚଳରେ ଶୁକ୍ରବାର...

Advertisement
Archives

Model This Week