ବସ୍ତିରେ ମିଳିବ କୋଠାଘର

ଭୁବନେଶ୍ୱର, ୨୬ା୯(ବ୍ୟୁରୋ): ରାଜ୍ୟର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ମ୍ୟୁନିସିପାଲିଟି ଏବଂ ସମସ୍ତ ମହାନଗର ନିଗମରେ ବ୍ୟବସ୍ଥିତ ବସ୍ତି ଯୋଜନା (ସ୍ଲମ ପ୍ରୁଫିଙ୍ଗ୍‌) କାର୍ଯ୍ୟକାରୀ ହେବ। ଯେଉଁଠି ନାହିଁ ସେଠି ବସ୍ତି ଗଢ଼ି ଉଠିବାକୁ ସୁଯୋଗ ଦିଆଯିବ ନାହିଁ। ବସ୍ତି ନିକଟରେ ଥିବା ଖାଲି ସ୍ଥାନରେ ସ୍ଲମ୍‌ ପ୍ରୁଫିଙ୍ଗ୍‌ ବ୍ୟବସ୍ଥା ହେବ। ସେଥିରେ ନିମ୍ନ ଆୟକାରୀ, ଗରିବ ଦିନମଜୁରିଆମାନଙ୍କ ରହିବା ପାଇଁ କୋଠାଘର ନିର୍ମାଣ କରାଯିବ। ସେହି ଅଞ୍ଚଳରେ ଲୋକମାନଙ୍କୁ ନିଜର ଘର କରି ରହିବା ପାଇଁ ମଧ୍ୟ ଅନୁମତି ଦିଆଯିବ। ଯେଉଁମାନେ ଘର କରିପାରିବେ ନାହିଁ ସେମାନେ ପୌର ପରିଷଦ ଦ୍ୱାରା ନିର୍ମାଣ କରାଯାଇଥିବା ଘରେ ସର୍ବନିମ୍ନ ଭଡ଼ା ଦେଇ ରହିପାରିବେ। ସହରାଞ୍ଚଳରେ ନିମ୍ନ ଆୟକାରୀ ଗରିବ ଶ୍ରେଣୀର ଲୋକମାନେ ଉଚ୍ଚ ଘରଭଡ଼ା ଦେଇ ରହିପାରୁ ନ ଥିବାରୁ ବେଆଇନ ଭାବେ ମୂଲ୍ୟବାନ ସରକାରୀ ଜାଗା ଓ ରାସ୍ତାକଡ଼ରେ ଝାଟିମାଟି ଘର କରି ରହୁଛନ୍ତି। ଏହାଦ୍ୱାରା ସହରାଞ୍ଚଳରେ ବସ୍ତି ସଂଖ୍ୟା ବଢ଼ି ଚାଲିବା ସହ ଅନେକ ସରକାରୀ ଜାଗା ଦୀର୍ଘ ବର୍ଷ ଜବରଦଖଲରେ ରହିଯାଉଛି। ବେଆଇନ ବସ୍ତିକୁ ରୋକିବା ପାଇଁ ସ୍ଲମ ପ୍ରୁଫିଙ୍ଗ୍‌ କାର୍ଯ୍ୟକାରୀ ହେବ। ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ବ୍ରହ୍ମପୁର ମହାନଗର ନିଗମରୁ ଆରମ୍ଭ କରାଯିବ। ନିଗମ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି। ବ୍ରହ୍ମପୁର ସହରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ସଫଳ ହେଲେ ଅନ୍ୟ ସହରାଞ୍ଚଳରେ କାର୍ଯ୍ୟକାରୀ କରାଯିବ ବୋଲି ପୌର ପ୍ରଶାସକ ସଂଗ୍ରାମଜିତ୍‌ ନାୟକ କହିଛନ୍ତି। ଏହି ନୂତନ ବ୍ୟବସ୍ଥାରେ ବସ୍ତିବାସିନ୍ଦାଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ପାଣି, ଆଲୋକ, ଡ୍ରେନ, ପରିମଳ ଆଦି ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ଶେଷ ସୁଦ୍ଧା ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ: ମନ୍ତ୍ରୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ଜୁନ୍‌ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ। ତେବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଥାନାଜଗିଛି ଅଚଳ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୧୭।୯- ମୟୂରଭଞ୍ଜ ଜିଲାରେ କିଛିଦିନ ହେବ ଅପରାଧ ମାମଲା ବୃଦ୍ଧି ପାଇଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋରି ଓ ଡକାୟତି ଭଳି ଅପରାଧ କମିବାର...

ଆସିଲା କି ତୃତୀୟ ଲହର! ଭୀମସାର ୨ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ

ସମ୍ବଲପୁର ଅଫିସ,୧୪ା୮: ବୁର୍ଲା ବଡ଼ ଡାକ୍ତରଖାନାରେ ଦୁଇ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୮ ମାସର ଶିଶୁ ଥିବାବେଳେ ଆଉ...

ରାତି ଦିନ ଚାଲିଛି ମାଟି ବୁହା

ରୂପସା, ୧୨ା୪ (ଡି.ଏନ.ଏ.) ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ଗଡ଼ପଦା ପଞ୍ଚାୟତରେ ଗୋଚର ଜମିରୁ ବେଆଇନ ମାଟିଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ...

କ୍ୟାପିଟାଲ ହସ୍ପିଟାଲ ଓପିଡି ସମୟରେ ପରିବର୍ତ୍ତନ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡି) ସମୟରେ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୧ ତାରିଖରୁ...

ଏମ୍‌ସରୁ ଟିକେଟ୍‌ କାଟି ୧୦ ହଜାରରେ ବିକୁଥିଲେ, ଧରିଲା ପୋଲିସ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏମ୍‌ସ ପରିସରରୁ ୨ ବଙ୍ଗୀୟ ଦଲାଲଙ୍କୁ କମିଶନରେଟ ପୋଲିସ ଶୁକ୍ରବାର କାବୁ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମେଦନାପୁର ଅଞ୍ଚଳର ଅମିତ ପ୍ରତିହାରୀ...

ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ, ୯ା୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି...

ଲକ୍‌ଡାଉନ କଟକଣା କୋହଳ: ମାର୍କେଟ କମ୍ପ୍ଲେକ୍ସ, ସପିଂ ମଲ୍‌କୁ ଛାଡି ଅନ୍ୟ ସବୁ ଦୋକାନ ଖୋଲିବ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): କରୋନା(କୋଭିଡ-୧୯) ମୂକାବିଲା ପାଇଁ ସମଗ୍ର ଜିଲାରେ ଲକ୍‌ଡାଉନ ଜାରି ରହିଛି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର,...

Advertisement
Archives

Model This Week