ବସଷ୍ଟାଣ୍ଡ ପାଖରେ ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ; ଅଭିଯୋଗ ପରେ ମଧ୍ୟ ନିଆଯାଉନି ପଦକ୍ଷେପ

ଝୁମ୍ପୁରା, ୧୭।୨(ଡି.ଏନ.ଏ.)-ଝୁମ୍ପୁରା ବସଷ୍ଟାଣ୍ଡ ପ୍ରବେଶ ଦ୍ୱାର ପାଖରେ ହିଁ ରହିଛି ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ। ଖୁଣ୍ଟ ଉପରେ ଝୁଲି ରହିଛି ୧୧କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର। ବସଷ୍ଟାଣ୍ଡ ପ୍ରବେଶ ପଥରେ ଥିବା ଏହି ଲୁହା ଖୁଣ୍ଟଟି ଗାଡି ଧକ୍କାରେ ହିଁ ବଙ୍କାଟଙ୍କା ହୋଇ ଛୋଟ ହୋଇଯାଇଛି। ଏହାଦ୍ୱାରା ୧୧କେଭି ତାର ମଧ୍ୟ କମ୍‌ ଉଚ୍ଚତାରେ ରହିଛି। ସବୁ ସମୟରେ ଦୁର୍ଘଟଣାର ସମ୍ଭାବନା। ପ୍ରତ୍ୟହ ବସଷ୍ଟାଣ୍ଡ ଭିତରକୁ ବହୁ ଛୋଟବଡ ଯାତ୍ରୀବାହୀ ଗାଡ଼ିର ଯାତାୟାତ ରହିଛି। ଯାତ୍ରୀବାହୀ ବସର ଉପର ହୁଡ ବିଦ୍ୟୁତ ତାର ସହ ଛୁଇଁବା ଅବସ୍ଥାରେ ଆସି ଯାଉଛି। ଯେ କୌଣସି ସମୟରେ ମଧ୍ୟ ବଡ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ଏ ନେଇ ବଜାରବାସୀଙ୍କ ପକ୍ଷରୁ ନେସ୍କୋର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଖୁଣ୍ଟ ବଦଳାଯାଇ ବିଦ୍ୟୁତ ତାରଗୁଡିକୁ ଉଚ୍ଚା କରାଯିବାକୁ ଦାବି ହୋଇଛି। ହେଲେ ନେସ୍କୋ କର୍ତ୍ତୃପକ୍ଷ ସବୁ ସମୟରେ କେବଳ ପ୍ରତିଶ୍ରୁତିରେ କାମ ଚଳାଇ ନେଉଛନ୍ତି। ଖୁଣ୍ଟ ବଦଳାଯିବା ପ୍ରସଙ୍ଗ ନେଇ ପଚାରିବାରୁ ଝୁମ୍ପୁରା ନେସ୍କୋ ସେକଶନର ଯନ୍ତ୍ରୀ ଲମ୍ବୋଦର ବାରିକ ଏବଂ ଚମ୍ପୁଆସ୍ଥିତ ନେସ୍କୋର ସହକାରୀ ଯନ୍ତ୍ରୀ ଆର.ଏନ. ପାତ୍ର କହିଲେ ଯେ, ତୁରନ୍ତ ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କୁ ସତର୍କ କରାଗଲା

ପୁରୀ ଅଫିସ, ୯ା୧୧: ଫନୀର ତାଣ୍ଡବକୁ ସମ୍ପୂର୍ଣ୍ଣ ଭାବେ ଭୁଲି ପାରି ନ ଥିବା ପୁରୀବାସୀ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। ଯଦିଓ...

ଅପରାଧ ରୋକିବାକୁ ଦିବ୍ୟଜ୍ୟୋତି କ୍ଲବର ପ୍ରୟାସ: ଲଗାଗଲା ୫ ସିସିଟିଭି କ୍ୟାମେରା

ଢେଙ୍କାନାଳ ଅଫିସ, ୧୮।୯-ଗଣପର୍ବ ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତ ହେଉଛି ଢେଙ୍କାନାଳ। ହେଲେ ସହରରେ ଆପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ପୋଲିସକୁ ଆଖିଦୃଶିଆ ସଫଳତା ମିଳିନାହିଁ। ପାର୍ବଣ...

କର୍ତ୍ତବ୍ୟ ଆଗରେ ହାର ମାନିଛି କର୍କଟ ରୋଗ

ଦିଗପହଣ୍ଡି,୧୫ା୪(ଡି.ଏନ.ଏ.)- ସମଗ୍ର ବିଶ୍ୱ ଏବେ ରୋନା ମହାମାରୀ ସହ ଲଢୁଛି। ଏଭଳି ପରିସ୍ଥିତିରେ ଡାକ୍ତର, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ ବଢିଯାଇଛି। ଏମାନେ ଏବେ...

ସବୁଜିମା ଆଣିବା ଲକ୍ଷ୍ୟରେ  ‘ସବୁଜ ସୁନ୍ଦର ବାରିପଦା’

ବାରିପଦା ଅଫିସ, ୧୫ା୩- ବାରିପଦା ସହରକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ୨୦୧୪ରେ କେତେକ ଯୁବକ ସଂଗଠିତ ହୋଇ ‘ସବୁଜ ସୁନ୍ଦର ବାରିପଦା’ ସଙ୍ଗଠନ ଗଢିଥିଲେ...

ଶିକାରୀ ଗିରଫ: ଶମ୍ବର ମାଂସ, ବନ୍ଧୁକ ଜବତ

ଉଦଳା, ୨୪।୨: ମୟୂରଭଞ୍ଜ ଜିଲା ଉଦଳା ବନବିଭାଗ ପକ୍ଷରୁ ସୋମବାର ଆଠପଡ଼ା ଗ୍ରାମ ନିକଟରେ ଚଢ଼ାଉ କରାଯାଇ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ସେ ହେଲେ...

ସପ୍ତାହରେ ତିଆରି କଲେଣି ୨୦ ହଜାର ମାସ୍କ

ଛେଣ୍ଡିପଦା,୧।୪(ସ୍ବ.ପ୍ର.) – କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ଲୋକ ମାସ୍କ ବ୍ୟବହାର କରୁଛନ୍ତି। ଏଥିଯୋଗୁ ବଜାରରେ ମାସ୍କର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ...

ସହରକୁ ସ୍ବଚ୍ଛ, ସୁନ୍ଦର କରିବାକୁ ସଙ୍କଳ୍ପ

ବ୍ରହ୍ମପୁର ଅଫିସ,୨ା୧- ନୂତନବର୍ଷରେ ବହୁ ନୂଆ ପଦକ୍ଷେପ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ। ସହରବାସୀ ଘର ପାଖରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା...

କୋରାପୁଟ ଜିଲାର ୬୩ଟି କେନ୍ଦ୍ରରେ ଚାଲିଛି ମାଟ୍ରିକ୍‌ ପରୀକ୍ଷା

ଜୟପୁର, ୧୯।୨(ଡି.ଏନ.ଏ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। କୋରାପୁଟ ଜିଲାରେ ୬୩ଟି କେନ୍ଦ୍ର ପରୀକ୍ଷା ଚାଲିଛି। ସେହିପରି ଜୟପୁର...

Coronavirus Update


Archives

Model This Week

Why Dharitri