ବସଷ୍ଟାଣ୍ଡ୍‌ରେ ଜଳିଗଲା ୨ ବସ୍‌

ଯାଜପୁର ରୋଡ୍‌,୨।୧୨(ନି.ପ୍ର.): ଯାଜପୁର ରୋଡ୍‌ ବସଷ୍ଟାଣ୍ଡରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବାବେଳେ ନିଆଁ ଲାଗି ୨ଟି ଘରୋଇ ବସ ଜଳିପୋଡ଼ି ଛାର୍‌ଖାର ହୋଇଯାଇଛି। ଏଥିରେ କାହାରି କୌଣସି କ୍ଷତି ହୋଇ ନ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।


ସୂଚନା ଅନୁଯାୟୀ, ସୁଲୋଚନା ଓ ନିରୂପମା ନାମକ ୨ଟି ଘରୋଇ ବସ୍‌ ସବୁଦିନ ପରି ରବିବାର ମଧ୍ୟ କଟକରୁ ଯାତ୍ରୀ ନେଇ ନିର୍ଦ୍ଧାରିତ ସମୟରେ ଯାଜପୁର ରୋଡ୍‌ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଥିଲେ। ପରେ ଯାତ୍ରୀଙ୍କୁ ଛାଡ଼ି ବସ୍‌ ଧୁଆଧୋଇ କରି ଚାଳକ ଓ ହେଲ୍‌ପର ଖାଇବାକୁ ଯାଇଥିଲେ। ବସ୍‌ ୨ଟି ପାଖାପାଖି ରହିଥିଲା। କିଛି ସମୟ ପରେ ଦୁଇଟିଯାକ ବସ୍‌ ଜଳୁଥିବା ଦେଖିବାକୁ ମିଳିଥିଲା। ପରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ବସ୍‌ ୨ଟି ଜଳିଗଲା ତାହା ଏବେ ବି ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ ଅଧା ସହର

ଅନୁଗୋଳ ଅଫିସ,୧୦।୯ ଚୁକ୍ତି ନବୀକରଣ ହୋଇ ନ ଥିବାରୁ ପୌରପାଳିକାରେ କାର୍ଯ୍ୟ କରୁଥିବା ୨୨ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆଉ ଅଫିସ ଆସୁନାହାନ୍ତି।...

ରାସ୍ତା ମରାମତି ନ ହେଲେ ଆନ୍ଦୋଳନ : ଚେତାବନୀ ଦେଲା ଯୁବ କଂଗ୍ରେସ

ଜଳେଶ୍ୱର, ୬।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆର ୧୪ଟି ପଞ୍ଚାୟତର ଲାଇଫ ଲାଇନ୍‌ କୁହାଯାଉଥିବା ଜଳେଶ୍ୱର-ଓଲମରା ଶାନ୍ତିପୁର ରୋଡ଼ର ଦୁରବସ୍ଥା ବଦଳୁ ନାହିଁ। ୩ମାସ ପୂର୍ବରୁ ଜିଲାପାଳ ଦେଇଥିବା...

ଖିଅପାଉନି କ୍ରାଇମ୍‌ବ୍ରାଞ୍ଚ

ପୁରୀ ଅଫିସ,୨୦ା୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତକୁ ୫ଦିନ ପୂରିଲାଣି।...

କାଳିଆ ଯୋଜନାରୁ ପ୍ରକୃତ ଚାଷୀ ବଞ୍ଚତ୍ତ ଅଭିଯୋଗ : ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଦିଗପହଣ୍ଡି,୨ା୬(ଡି.ଏନ୍‌.ଏ.)-ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ନେଇ ଓଡ଼ିଶାର ଚାଷୀ ବହୁତ ଖୁସି ଓ ଉତ୍ସାହ ଥିବା ବେଳେ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ ପଞ୍ଚାୟତ ଯୁଗୁଡି ବଳଭଦ୍ରପୁର...

କଳାହାଣ୍ଡିରେ କରୋନା ପଜିଟିଭ୍‌ ସଂଖ୍ୟା ୩୧୩୧ରେ ପହଞ୍ଚିଲା

ଭବାନୀପାଟଣା,୨୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଶନିବାର ସନ୍ଧ୍ୟା ୫ ଟା ସୁଦ୍ଧା ୫୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୫ ତାରିଖ...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଦାରିଙ୍ଗବାଡି,୧୯ା୧୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବହୁ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି।...

ବ୍ରଜରାଜନଗର ଉପନିର୍ବାଚନ: ପ୍ରକାଶିତ ଖବରର ଅନୁଧ୍ୟାନ କରିବେ ଅଧିକାରୀ

ଝାରସୁଗୁଡ଼ା, ଅଫିସ,୧୦।୫: ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ମିଡିଆ ସାର୍ଟିଫିକେଶନ ଓ ମନିଟରିଂ କମିଟି(ଏମ୍‌ସିଏମ୍‌ସି)ର ଏକ ବୈଠକ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି...

ପରିିଚୟ ଦେଇଛି ଲାଲ୍‌ ଭେଣ୍ଡି ଚାଷ

ଦିନକୁ ଦିନ ଲାଲ୍‌ ଭେଣ୍ଡିର ଚାହିଦା ବଢ଼ି ଚାଲିଛି। ଏହି କିସମ ଭେଣ୍ଡିରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ସେଥିପାଇଁ ରାଜ୍ୟ ବାହାରେ...

Advertisement
Archives

Model This Week