Posted inଜାତୀୟ

ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଗିରଫ

ଶାହଜହାନପୁର,୨୦।୯: ଶେଷରେ ବଳାତ୍କାର ମାମଲାରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଗିରଫ ହୋଇଛନ୍ତି। ଏବେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଛି। ସ୍ବାମୀଙ୍କ ନାଁରେ ଉତ୍ତର ପ୍ରଦେଶର ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜର ଜଣେ ସ୍ନାତକୋତ୍ତର ଡିଗ୍ରୀଧାରୀ ଛାତ୍ରୀ ଗୁରୁତର ଅଭିଯୋଗ ଆଣି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଉତ୍ତରପ୍ରଦେଶ ପୋଲିସ ରାଜସ୍ଥାନର ଫତେପୁର ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା।
ମୋ ସହ ସେ ବଳାତ୍କାର କରିଛନ୍ତି ଓ ମୋତେ ବର୍ଷେ କାଳ ଶାରିରୀକ ନିର୍ଯାତନା ଦେଇଛନ୍ତି ବୋଲି ପୀଡିତା ଜଣଙ୍କ କହିଥିଲେ। ଅଭିଯୋଗ ଆଣିଥିବା ଛାତ୍ରୀ ଜଣକ ଆହୁରି କହିଥିଲେ ଯେ, ଶାହଜହାନପୁର ପୋଲିସ ଷ୍ଟେଶନରେ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ନେଇ ଏତଲା କରିଥିଲେ ବି ତାହାକୁ ପୋଲିସ ଗ୍ରହଣ କରି ନ ଥିଲା। ଏଣୁ ସେ ବାଧ୍ୟ ହୋଇ ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ବୋଲି ଗଣମାଧ୍ୟମ ଆଗରେ ମୁହଁ ଘୋଡାଇ ବୟାନ ଦେଇଥିଲେ। ଦିଲ୍ଲୀ ପୋଲିସ ପୀଡିତା ଅଭିଯୋଗ ଆଧାରରେ ଏତଲା ରୁଜୁ କରି ତଦନ୍ତ ପାଇଁ ଶାହଜହାନପୁର ପୋଲିସ ନିକଟକୁ ପଠାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଥିଲା ’

ନୂଆଦିଲ୍ଲୀ,୨୪।୨: କଂଗ୍ରେସରୁ ଇସ୍ତଫା ଦେବା ଲାଗି ବିଧାୟକଙ୍କୁ ବାଧ୍ୟ କରାଯାଇଥିଲା। ମୋ ପାଖରେ ଏହାର ପ୍ରମାଣ ଅଛି ବୋଲି ବୁଧବାର ଏକ ସାକ୍ଷାତ୍‌କାରରେ କହିଛନ୍ତି ପୁଡୁଚେରୀର...

ଆମକୁ ‘ଗୁଜରାଟର ଗଧ’ କହୁଥିଲେ: ମୋଦି

ନୂଆଦିଲ୍ଲୀ,୧୦ା୨: ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୫ ବର୍ଷ ତଳର କଟାକ୍ଷକୁ ଏ ଯାଏ ଭୁଲି...

ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ

ରାଞ୍ଚି,୨୩।୭: କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଲୋକଙ୍କ ଅବହେଳା ଯୋଗୁ ଏହି ସଂକ୍ରମଣ ଦିନକୁ...

ଟିକ୍‌ଟକ୍‌ ସହିତ ୫୯ ଆପ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ, ୨୬।୧: ପୂର୍ବରୁ ଜୁନ୍‌ ୨୦୨୦ରେ ଭାରତରେ ଟିକ୍‌ଟକ୍‌, ଓ୍ବି ଚାଟ୍‌, ୟୁସି ବ୍ରାଉଜର ସମେତ ୫୯ ଆପ୍‌ ଉପରେ କଟକଣା ଜାରି କରାଯାଇଥିଲା। ତେବେ...

୨୦୨୦ ସୁଦ୍ଧା ୨୧ ଭାରତୀୟ ସହର ହେବ ଭୂତଳ ଜଳ ଶୂନ୍ୟ: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ,୨୦।୬: ଦେଶରେ ଜଳସଙ୍କଟ ଉତ୍କଟ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ତଥା କଂକ୍ରିଟ୍‌ ଜଙ୍ଗଲ ଯୋଗୁ ଧୀରେଧୀରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆସନ୍ତା ୨୦୨୦...

ଦିଲ୍ଲୀର ପାଓ୍ବର ସବ୍‌-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୨୪।୧: ଗୁଇନ୍ଦା ବିଭାଗରୁ ତଥ୍ୟ ମିଳିବା ପରେ ଦିଲ୍ଲୀ ପୋଲିସ ସମସ୍ତ ପାଓ୍ବର ସବ୍‌-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି...

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ...

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୧ା୪(ପି.ଟି.): କଂଗ୍ରେସ ସହ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ଅନ୍ୟ ରାଜ୍ୟରେ ମଧ୍ୟ...

Advertisement
Archives

Model This Week