ବଲିଉଡ୍‌ ସହ ରାନୁ ମଣ୍ଡଳଙ୍କ ଥିଲା ବହୁ ପୁରୁଣା ସମ୍ପର୍କ, ଜାଣନ୍ତୁ କେମିତି

ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ ସେଲିବ୍ରିଟି ପାଲଟି ଯାଇଛନ୍ତି। ନିକଟରେ ସେ ବଲିଉଡ୍‌ରେ ଗୀତ ଗାଇବା ପରେ ତାଙ୍କ ଜୀବନକୁ ନେଇ ଆହୁରି ଚର୍ଚ୍ଚା ଉଠିଛି। ବଲିଉଡ୍‌ ସହ ରାନୁଙ୍କ ପୁରୁଣା ସମ୍ପର୍କ ଥିଲା ବୋଲି ସେ ନିଜେ ଖୁଲାସା କରିଛନ୍ତି। ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ଫିରୋଜ୍‌ ଖାନ୍‌ଙ୍କ ଘରେ ରହି ସେ କାମ କରୁଥିଲେ। ଏପରିକି ତାଙ୍କ ଦୁଇପୁଅ ଅଭିନେତା ଫରଦୀନ ଖାନ୍‌ ଏବଂ ନିର୍ଦ୍ଦେଶକ ସଞ୍ଜୟ ଖାନ୍‌ଙ୍କ ଯତ୍ନ ମଧ୍ୟ ନେଉଥିଲେ। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି। କିଛିଦିନ ତଳେ ଷ୍ଟେଶନରେ ଲତା ମଙ୍ଗେସ୍କରଙ୍କ ଗୀତ ‘ଏକ ପ୍ୟାର୍‌ କା ନଗମା’ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ। ସେ ଗାଇଥିବା ଗୀତର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା। ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣି ଚାରିଆଡେ ତାଙ୍କର ପ୍ରଶଂସା କରାଯାଇଥିଲା। ଲୋକେ ତାଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଦ୍ୱିତୀୟ ଲତା ଦିଦି ମିଳିଗଲେ ବୋଲି କହିଥିଲେ। ଏବେ ରାନୁଙ୍କୁ ଅନେକ ବଲିଉଡ ଶୋ’ରେ ଗୀତ ଗାଇବା ଲାଗି ଅଫର ଆସୁଛି। ସେ ବଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେଶମିଆଙ୍କ ଆଗାମୀ ଚଳଚ୍ଚିତ୍ରରେ ‘ହାପି ହାର୍ଡି ହିର୍‌’ର ତେରି ମେରି କାହାଣୀ ଗୀତରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମାଡାମ ତୁଷାଦ୍‌ରେ ହେବ କାଜଲଙ୍କ ମହମ ପ୍ରତିମୂର୍ତ୍ତି, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ପ୍ରଥମ

ବମ୍ବେ: ସେଲିବ୍ରିଟିମାନଙ୍କ ପାଇଁ ମାଡାମ ତୁଷାଦ୍‌ ମ୍ୟୁଜିୟମରେ ସ୍ଥାନ ପାଇବା ସମ୍ମାନର କଥା ହୋଇଥାଏ। ପୂର୍ବରୁ ବଲିଉଡର ଅନେକ କଳାକାରଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ...

ରିତେଶ୍‌ ଜେନେଲିୟାଙ୍କୁ ୨ଥର କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୧ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ : ପକେଟ୍‌ ମନି ଦାନକଲେ ଜୁହି ଚାଓ୍ବଲାଙ୍କ ପୁଅ

ମୁମ୍ବାଇ: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଅଷ୍ଟ୍ରେଲିଆର ଏହି ବିପତ୍ତି ସମୟରେ ସମସ୍ତେ ସହାୟତାର ହାତ...

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନ ଅଭିଯୋଗ ଆଣିଲେ ପାୟଲ

ମୁମ୍ବାଇ,୨୦ ।୯: ବଲିଉଡ୍‌ରେ ବିବାଦ ଯେମିତି ଥମିବାର ନାଁ ନେଉନି । ଶନିବାର ନବାଗତା ନାୟିକା ପାୟଲ ଘୋଷ ଚର୍ଚ୍ଚିତ ସେଲିବ୍ରିଟି ଅନୁରାଗ କଶ୍ୟପଙ୍କ ଉପରେ...

‘ଡ୍ରାଇଭ୍‌’ର ପ୍ରଥମ ଗୀତ ‘ମଖ୍‌ନା..’ ରିଲିଜ୍‌: ମସ୍ତି ମୁଡ୍‌ରେ ସୁଶାନ୍ତ-ଜ୍ୟାକ୍‌ଲିନ୍‌

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ଙ୍କ ଅଭିନୀତ ଫିଲ୍ମ ‘ଡ୍ରାଇଭ୍‌’ ର ପ୍ରଥମ ଗୀତ ରିଲିଜ୍‌ ହୋଇଛି। ଗୀତ ‘ମଖ୍‌ନା…’ରେ ଏହି...

ନେଗେଟିଭ୍‌ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!

ମୁମ୍ବାଇ: ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ବେଶ୍‌ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ...

ରଣବୀର କପୁରଙ୍କ ଭଳି ଅବିକଳ ଦିଶୁଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ : ଏକଦା ଋଷି କରିଥିଲେ ପ୍ରଶଂସା

ରଣବୀର କପୁରଙ୍କ ପରି ଅବିକଳ ଦିଶୁଥିବା ପ୍ରସିଦ୍ଧ ମଡେଲ ଜୁନାଦ ଶାହାଙ୍କ ଦେହାନ୍ତ ହୋଇଛି। ରଣବୀରଙ୍କ ସହ ଅନେକଆଂଶରେ ତାଙ୍କ ଚେହେରା ମିଶୁଥିବା ଯୋଗୁ ସେ...

ଐଶ୍ଚର୍ଯ୍ୟା ରାୟଙ୍କ ଆଖି କାହିଁକି ନୀଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଆଖି ଦେଖିବାକୁ ନୀଳ। ତେଣୁ ତାଙ୍କୁ ପ୍ରଶଂସକମାନେ ନୀଳନୟନା କହିଥାନ୍ତି। ତେବେ ଏହା ପଛରେ ରହିଛି ଏକ...

Coronavirus Update


Archives

Model This Week

Why Dharitri