ବଲିଉଡ୍‌ ଫିଲ୍ମରେ ହୋଲିର ଝଲକ୍‌

ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି ବି ଅଭୁଲା।

ସିଲ୍‌ସିଲା:


ଏହି ଫିଲ୍ମର ହୋଲି ଗୀତରେ ଅମିତାଭ, ଜୟା ବଚ୍ଚନ ଏବଂ ରେଖା ବେଶ୍‌ ମତୁଆଲା ହୋଇଥିଲେ। ଗୀତଟି ଥିଲା ‘ହୋ ରଙ୍ଗ ବର୍‌ସେ ଭିଗେ ଚୁନ୍‌ରିବାଲି ରଙ୍ଗ ବର୍‌ସେ’। ଏହା ଖୁବ୍‌୍‌ ଲୋକପ୍ରିୟ ହୋଇଥିଲା। ହୋଲି ଆସିବା କ୍ଷଣି ସବୁଠି ଏହି ଗୀତ ବାଜିଥାଏ।

ଗୁଲାବ୍‌ ଗ୍ୟାଙ୍ଗ୍‌:

ଏହି ଫିଲ୍ମ ଗୀତ ‘ରଙ୍ଗ୍‌ ଦେ ହୋଲି’ରେ ଧକ୍‌ଧକ୍‌ ଗାର୍ଲ ମାଧୁରୀଙ୍କ ଡ୍ୟାନ୍ସ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଥିଲା।

ୟେ ଜଓ୍ବାନୀ, ହୈ ଦିଓ୍ବାନୀ:


ଏଥିରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁର ଅଭିନୟ କରିଥିଲେ। ଗୀତ ‘ବଲମ୍‌ ପିଚ୍‌କାରୀ’ରେ ଦୀପିକା-ରଣବୀରଙ୍କ ହୋଲି ଖେଳ ବହୁ ମଜାଦାର ଥିଲା। ରଣବୀର ଦୀପିକାଙ୍କ ମୁହଁକୁ ପୂରା ଗୋଲାପି ରଙ୍ଗରେ ରଙ୍ଗାଇ ଦେଇଥିଲେ। ଏହି ଫିଲ୍ମରେ ହିଁ ଦୀପିକା – ରଣବୀରଙ୍କ ପ୍ରେମସମ୍ପର୍କ ଚାଲିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା।

ହମ୍‌ ଦିଲ୍‌ ଦେ ଚୁକେ ସନମ୍‌:


ଏହି ଫିଲ୍ମରେ ସଲମାନ୍‌ ଖାଁ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ହୋଲି ଗୀତରେ ଧୁମ୍‌ ମଚାଇଥିଲେ। ‘ଢୋଲ୍‌ ତାର ବାଜେରେ ବାଜେରେ ଢମ୍‌ ଢମ୍‌ ବାଜେ ଢୋଲ୍‌’ ଗୀତଟି ବେଶ୍‌ ମନଛୁଆଁ ହୋଇଥିଲା।


ସେହିପରି ରାମଲୀଲା, ରଙ୍ଗିଲା, ଦିଲ୍‌ ସେ, ଦେବଦାସ ପରି ଫିଲ୍ମରେ ହୋଲି ଗୀତ ବେଶ୍‌ ଲୋକପ୍ରିୟ। ଆଜି ବି ଏସବୁ ଫିଲ୍ମର ହୋଲି ଗୀତ କେଉଁଠି ବାଜିଲେ ଶ୍ରୋତା କିଛି ସମୟ ପାଇଁ ଆନମନା ହୋଇଯା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବେଲ୍‌ ବଟମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌: ଡିଫରେଣ୍ଟ ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ବକ୍ସ ଅଫିସରେ ଫିଲ୍ମ ହାଉସ୍‌ଫୁଲ-୪...

ପରଦାକୁ ଆସୁଛି ‘ସାହୋ’:୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା

‘ବାହୁବଳୀ-୨’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ’ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ଚଳିତବର୍ଷର ସବୁଠାରୁ ବଡ ଫିଲ୍ମ ତାଲିକାରେ ସାମିଲ...

ଏହି ବ୍ୟକ୍ତିଙ୍କ ଆଦେଶ ପରେ କଙ୍ଗନାଙ୍କ ଅଫିସ ଭାଙ୍ଗିଥିଲା ବିଏମ୍‌ସି: ହାଓ୍ବାର୍ଡରୁ ପଢ଼ାସାରି ହୋଇଛନ୍ତି ଆଇଏଏସ୍‌

ବମ୍ବେ: ମୁମ୍ବାଇରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଅଫିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍‌ସି। ଏହାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମସ୍ତ ଜାତୀୟ...

୧୯ ବର୍ଷ ସାନ ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ସ୍ତ୍ରୀ ମାନ୍ୟତା ଦତ୍ତ ମଧ୍ୟରେ ବୟସରେ ପ୍ରାୟ ୧୦ବର୍ଷର ପାର୍ଥକ୍ୟ ଅଛି। ସଞ୍ଜୟଙ୍କୁ ୪୧ ବର୍ଷ ହୋଇଥିବାବେଳେ...

ମଲାଇକା-ଅର୍ଜୁନଙ୍କ ରୋମାଣ୍ଟିକ୍‌: ନ୍ୟୁ ଇୟର ସେଲିବ୍ରେଶନ

ମୁମ୍ବାଇ: ଅର୍ଜୁନ କପୁର-ମଲାଇକା ଅରୋରା ହେଉଛନ୍ତି ବଲିଉଡ୍‌ର ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ରିଲେଶନଶିପ୍‌କୁ ନେଇ ଅନେକ ସମୟରେ ଖବର ଚର୍ଚ୍ଚା ସାଉଁଟିଥାଏ। କିଛିଦିନ...

ଏହି ଅଭିନେତ୍ରୀକୁ ପ୍ରତିବର୍ଷ କଂଗ୍ରେସରୁ ମିଳୁଛି ଟିକେଟ, ଭାଜପା ମଧ୍ୟ ଦେଇଛି; ହେଲେ…

ଗତ କିଛି ଦିନ ହେବ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ମନ୍ତବ୍ୟ ପାଇଁ କଙ୍ଗନା ରନାଓ୍ବନ ଚର୍ଚ୍ଚାରେ ରହିଛନ୍ତି। ବଲିଉଡ୍‌ରେ ବାହାର ଲୋକଙ୍କୁ...

ବିବାହ କରିବେ ‘କୁଛ୍‌ କୁଛ୍‌ ହେତା ହୈ’ର ଛୋଟ ସର୍ଦ୍ଦାର: ଜାଣନ୍ତୁ କାହାକୁ…

ଫିଲ୍ମ ‘କୁଛ୍‌ କୁଛ୍‌ ହେତା ହୈ’ରେ ସର୍ଦ୍ଦାର ଚରିତ୍ରରେ ଅଭିନୟ କରିଥିବା ସେଇ ଛୋଟ କ୍ୟୁଟ୍‌ ପିଲାଟିକୁ ସମସ୍ତେ ମନେ ରଖିଥିବେ ନିଶ୍ଚୟ। ଫିଲ୍ମରେ ସେ...

ନିଜଠୁ ୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ...

Coronavirus Update

Archives

Model This Week

Why Dharitri