ବଲାଙ୍ଗୀର ଜିଲା ଚିଠି: ମରୁଡ଼ି ପରେ ବନ୍ୟା ଚିନ୍ତା

ବଲାଙ୍ଗୀର ଏକ ମରୁଡ଼ିପ୍ରବଣ ଜିଲା ଭାବେ ପରିଚିତ। ସ୍ବଳ୍ପ ବୃଷ୍ଟିପାତ କାରଣରୁ ଜିଲାରେ କ୍ରମାଗତ ମରୁଡ଼ି ଓ ଜଳସଙ୍କଟ ଏକ ସାଧାରଣ କଥା। ଖରାଦିନରେ ଗାଁ ଓ ସହର ଉତ୍ତପ୍ତ କଡ଼େଇରେ ପରିଣତ ହୋଇଯାଏ। ଲୋକେ ଅସହ୍ୟ କଷ୍ଟ ଭୋଗନ୍ତି। ଟିଟିଲାଗଡ଼ ଓ ବଲାଙ୍ଗୀରର ତାପମାତ୍ରାକୁ କିଏ ନ ଜାଣେ। ଅସ୍ବାଭାବିକ ବର୍ଷା, ଜଳସଙ୍କଟ ଓ କ୍ରମାଗତ ମରୁଡ଼ି ଜିଲାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଆସିଛି। ଏହି କାରଣରୁ ଜିଲାର ପ୍ରଧାନ ଅବଲମ୍ବନ କୃଷିକ୍ଷେତ୍ର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଆସିଛି। ସରକାରୀ ତଥ୍ୟ ଅନୁସାରେ ୧୯୭୪ରୁ ୨୦୧୭ ମସିହା ଗତ ୪୩ ବର୍ଷ ମଧ୍ୟରେ ଜିଲାରେ ୧୬ ବର୍ଷ ମରୁଡ଼ି ଓ ୪ ବର୍ଷ ବନ୍ୟା ବିତ୍ପାତ ଦେଖାଦେଇଛି। ବେସରକାରୀ ଆକଳନ ଅନୁସାରେ ଏହି ତଥ୍ୟ ଆହୁରି ସାଂଘାତିକ। ୧୯୬୧ ମସିହାରୁ ଜିଲାରେ ପ୍ରାୟ ପ୍ରତି ଦୁଇବର୍ଷରେ ଥରେ ମରୁଡ଼ି ଦେଖାଯାଉଛି। ଏହା ସହିତ ବନ୍ୟା, ରୋଗପୋକ ଉପଦ୍ରବ ଓ ପ୍ରାକୃତିକ ବିପର୍ଯ୍ୟୟରୁ ଫସଲହାନି ମଧ୍ୟ ଏକ ସାଧାରଣ କଥା ହୋଇଛି। କ୍ରମାଗତ ମରୁଡ଼ି, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଜିଲାର ଦାରିଦ୍ର୍ୟ, ଦାଦନ ସମସ୍ୟା ଓ ଅର୍ଥନୈତିକ ପଛୁଆପଣର ମୁଖ୍ୟ କାରଣ ବୋଲି ଚର୍ଚ୍ଚିତ ହୋଇଆସିଛି। ତେବେ ଜିଲାରେ ମରୁଡ଼ି ଓ ପ୍ରାକୃତିକ ବିପର୍ଯ୍ୟୟର ଏକ ଦୀର୍ଘ ଇତିହାସ ରହିଥିଲେ ମଧ୍ୟ ଜଳସେଚନ ମାତ୍ର ୩ ପ୍ରତିଶତରେ ସୀମିତ ରହିଛି। ଏଭଳି କାହିଁକି ହୋଇଛି ଏହାରି ଉତ୍ତର କାହାରି ପାଖରେ ନାହିଁ। ମରୁଡ଼ି ସମସ୍ୟାରୁ ନିସ୍ତାର ମିଳି ନ ଥିବାବେଳେ ବଲାଙ୍ଗୀର ଜିଲାରେ ଏବେ ଅସ୍ବାଭାବିକ ବର୍ଷା ଓ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଜିଲାବାସୀଙ୍କୁ ଏକ ନୂଆ ଅନୁଭୂତି ଆଣି ଦେଇଛି। ପ୍ରସିଦ୍ଧ ହରିଶଙ୍କର ପୀଠର ସେଲାପଥର ଝରଣାରେ ଅତଡା ଖସିବା ଭିଡିଓ ଭାଇରାଲ ହୋଇଛି। ମଠଖାଇ ପାହାଡରୁ ମାଟି ଅତଡା ଖସିବା ଦେଖାଯାଇଛି। ବିଶେଷକରି ନଦୀବିହୀନ ବଲାଙ୍ଗୀର ସହର ଓ ଆଖପାଖ ଅଞ୍ଚଳରେ ଅଗଷ୍ଟ ୧୨, ୧୩ ଓ ୧୪ ତାରିଖରେ ଅତି ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଦେଖାଯାଇଥିଲା। ଗୋଟିଏ ଦିନରେ କେବଳ ବଲାଙ୍ଗୀରରେ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସୀମିତ ସମୟରେ ଏକ ବୃହତ୍‌ ଅଞ୍ଚଳରେ ଅତିପ୍ରବଳ ବର୍ଷା କାରଣରୁ ଏଠାରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବନ୍ୟାରେ ବଲାଙ୍ଗୀର ସହର ଓ ଆଖପାଖ ବ୍ଲକ୍‌ର ଶତାଧିକ ଗଁାରେ ସାଂଘାତିକ କ୍ଷୟକ୍ଷତି ହୋଇଛି। ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ମଧ୍ୟ ଏଭଳି ଅତିପ୍ରବଳ ବର୍ଷା ଜାରି ରହିଛି। ବଲାଙ୍ଗୀର ଭଳି ମରୁଡ଼ିପ୍ରବଣ ଓ ଅତ୍ୟନ୍ତ ଉତ୍ତପ୍ତ ଜିଲାରେ ଏଭଳି ଅପ୍ରତ୍ୟାଶିତ ବର୍ଷା ଓ ଆକସ୍ମିକ ବନ୍ୟାର କାରଣ ସମ୍ପର୍କରେ ଏଯାଏ ଠୋସ୍‌ କିଛି କୁହାଯାଇନାହିଁ। କିଛି ତଥ୍ୟାଭିଜ୍ଞ ଲୋକେ ଏହାକୁ ଜଳବାୟୁ ପରିବର୍ତ୍ତନର ସାଂଘାତିକ ରୂପ କହୁଛନ୍ତି। ବନ୍ୟା ପରେ ରାଜସ୍ବ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଜିଲାର ଏମ୍‌ପି ଓ ବିଧାୟକମାନେ ଏକାଧିକ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ୧ ହଜାର କୋଟିର ସହାୟତା ଓ କେନ୍ଦ୍ର ସରକାରଙ୍କଠାରୁ ସ୍ବତନ୍ତ୍ର ପ୍ୟାକେଜ ଦାବି କରିଛନ୍ତି। ତେବେ ବନ୍ୟା କ୍ଷତିଗ୍ରସ୍ତମାନେ ଠିକ୍‌ ଭାବେ ରିଲିଫ୍‌ ଓ ସହାୟତା ପାଇନାହାନ୍ତି। ଅରେଞ୍ଜ ଆଲର୍ଟ ସତ୍ତ୍ୱେ ସରକାର ଆକସ୍ମିକ ବନ୍ୟା ମୁକାବିଲାରେ ଫେଲ୍‌ ମାରିଛନ୍ତି। ତେବେ ଆକସ୍ମିକ ବନ୍ୟା ପରଠାରୁ ବଲାଙ୍ଗୀରରେ ତୁ ତୁ ମେ ମେ ରାଜନୀତି ଜୋର ଧରିଛି। ବନ୍ୟାର ଅସଲ କାରଣ ଖୋଜି ସରକାରଙ୍କଠାରୁ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଆଣିବା, ଜିଲାର ଭିତ୍ତିିଭୂମି ସଜାଡିବା ଓ ଭବିଷ୍ୟତ ପାଇଁ ଦୃଢ଼ ପ୍ରତିକାର ବ୍ୟବସ୍ଥା କରିବା ଛାଡି କିଛି ସହରୀ ତୋଷାମଦକାରୀ ଚଷୁକୁଟା ରାଜନୀତିରେ ମାତିଛନ୍ତି। ସେମାନେ ଜିଲାବାସୀଙ୍କୁ ଭୁଅଁା ବୁଲାଉଛନ୍ତି। ଏଭଳି ତତ୍ତ୍ୱମାନଙ୍କ କାରଣରୁ କ୍ରମାଗତ ମରୁଡ଼ିର ଦୀର୍ଘ ଇତିହାସ ସତ୍ତ୍ୱେ ଜିଲାରେ ଯେଭଳି ସଫଳ ମରୁଡ଼ି ମୁକାବିଲା ହୋଇପାରିନାହିଁ, ଠିକ୍‌ ସେହିଭଳି ଦଶା ଏବେ ଆକସ୍ମିକ ବନ୍ୟା ପରେ ବି ହେବ ତାହା ଜଳଜଳ ଦେଖାଗଲାଣି।
– ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ମନ୍ମଥଙ୍କୁ ମିଳିଲା ପକ୍କାଘର

ବନ୍ତ, ୨୭।୬(ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ବାଲିଗଢିଆ ଗ୍ରାମର ଅସହାୟ ଭିନ୍ନକ୍ଷମ ମନ୍ମଥ ବିଶ୍ୱାଳଙ୍କ ଗୁହାରି ଶେଷରେ ପ୍ରଶାସନ...

ଜାତୀୟ କ୍ରୀଡ଼ା ଦିବସରେ ଖେଳାଳି ସମ୍ବର୍ଦ୍ଧିତ: ଅଭ୍ୟାସ ପାଇଁ ନିର୍ମାଣ ହେବ ପଡ଼ିଆ

ଢେଙ୍କାନାଳ ଅଫିସ୍‌,୨୯ା୮: ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ସାଇ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଜିଲା ହକି ସଂଘର ସହଯୋଗରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ସୋମବାର ଜାତୀୟ...

ପୋଲିସ ବାରାକ୍‌ ଭିତରେ କ୍ରାଇମବ୍ରାଞ୍ଚ ଜେରା

ବ୍ରଜରାଜନଗର,୬।୨(ଡି.ଏନ୍‌.ଏ.): ରବିବାର ଦ୍ୱିତୀୟ ରିମାଣ୍ଡର ପ୍ରଥମ ଦିନ ଗୋପାଳଙ୍କୁ ପୋଲିସ ବାରକ୍‌ ଭିତରେ କ୍ରାଇମବ୍ରାଞ୍ଚ ଜେରା କରିଛି। କଟକ ଏସ୍‌ସିବିରୁ ଏକ ୪ଜଣିଆ ଡାକ୍ତର ଦଳ...

ମହାନଗର ଗଳିକନ୍ଦି ରାସ୍ତା ବିପଜ୍ଜନକ, ସରୁନି ଜାନିବିଲି ପ୍ରକଳ୍ପ ନିର୍ମାଣ

ବ୍ରହ୍ମପୁର ଅଫିସ,୨୪।୪: ବ୍ରହ୍ମପୁର ମହାନଗରରେ ଗଳି କନ୍ଦି ରାସ୍ତାଗୁଡ଼ିକ ଶୋଚନୀୟ ହୋଇଯାଇଛି। ଫଳରେ ଯାନବାହନ ଚଳାଚଳ ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଏବଂ ପାଦଚଲା ମଧ୍ୟ...

ଦୁର୍ଘଟଣାପ୍ରବଣ ସ୍ଥାନ ଚି଼ହ୍ନଟ ନିର୍ଦ୍ଦେଶ

ଛତ୍ରପୁର,୭।୯(ଡିଏନଏ ): ଗଞ୍ଜାମ ଜିଲାପାଳଙ୍କ ସଦଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।...

ଏହି ଜିଲାରେ ଜଣେ ବି ବାଣ ବିକ୍ରି ପାଇଁ କରି ନାହାନ୍ତି ଆବେଦନ

ଛତ୍ରପୁର,୩।୧୧(ଡି.ଏନ୍‌.ଏ.): ରାତି ପାହିଲେ ଦୀପାବଳି । ଆଲୋକର ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଶେଷ କରିଛନ୍ତି। ତେବେ ପରିବେଶ ପ୍ରଦୂଷଣକୁ ଆଖି...

ବନ୍ଧ ପୁନରୁଦ୍ଧାର ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ଧରାକୋଟ,୨୫ା୭(ଡି.ଏନ.ଏ.)- ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତ ଜଗନ୍ନାଥପୁର ଶାସନ ଗ୍ରାମର ରଙ୍କିବନ୍ଧ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତ ମଙ୍ଗଳବାର ଗଁ।ର...

ସରିଲା ସୀମାନ୍ତ ମହୋତ୍ସବ: ‘ଯୁବପିଢି ଚାକିରି ପଛରେ ନ ଗୋଡାଇ ସ୍ବାବଲମ୍ବୀ ହୁଅ’

ରେମୁଣା, ୨୨ା୧୧(ଡି.ଏନ.ଏ.)-ବିଜୁ ପଟ୍ଟନାୟକ ସ୍ମୃତି କମିଟି, ସୀମାନ୍ତ ମହୋତ୍ସବ କମିଟି ଓ ଯାତ୍ରା କମିଟିର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ଦୁର୍ଗାଦେବୀ ରାଉତୁରାପୁରଠାରେ ଚାଲିଥିବା...

Advertisement
Archives

Model This Week